—ମୋ ଗ୍ରହଣୀୟ କର୍ମଭୂମି ଆମେରିକା—

ଏଇ କଵିତା ଟିର ଶୀର୍ଷକ ହେଲା ମୋ ଗ୍ରହଣୀୟ କର୍ମଭୂମି ଆମେରିକା l ମୋର ବୟସ୍କ ଜୀବନ ଏଠାରେ କଟିଛି ।  ଏଇଠି ମୋର ମହାବିଦ୍ୟାଳୟରେ ପାଠ ଆଉ କାର୍ଯ୍ୟକାରୀ ଜୀବନର ଆରମ୍ଭ ହୋଇଛି ।  ସେ ସବୁକୁ ମନରେ ରଖି ଏଇ କବିତାଟି ଲେଖିଛି l

ବହୁତ ଦୂରରୁ, ଅନେକ କଷ୍ଟରେ ପହଂଚିଲି ଆସି ତୋରି ଦ୍ୱାରେ
ନଭାବି କିଛିତୁ କୋଳେଇ ନେଲୁ ମା ବଢ଼ାଇ ହାତକୁ ଅତି ଯତ୍ନରେ l

ପିଲାଟି ଦିନରୁ ଦେଖିଥିଲି ଯାହା ସପନରେ ମୁହିଁ କରିବି ବୋଲି

ଗୋଟି ଗୋଟି କରି ଭରି ଦେଲୁ ସବୁ ଆଞ୍ଜୁଳାରେ ମୋର ନିଜର କରି l

ନାହିଁ ଏଠି ମା ବୟସର ସୀମା ଅବା ମୁଁ କାହିଁକି ହେଲିଲୋ ଝିଅ
ଡର ଚାଲିଗଲା ମୋରି ଭିତରୁ ଭାବିଲିନି କାହିଁ ନହେଲି ପୁଅ l

ସାରଥୀ ହୋଇଣ ମୋ ମନରଥରେ ଭରିଦେଲୁ ଖାଲି ସାହସ ତୁହି
ହୃଦେ ବସି ମୋର ସଦା ଦେଇଦେଲୁ ଆଶ୍ରିବାଦ ମତେ ମାଲୋ ତୁହି l

ପ୍ରୀତି ପିୟୁଷରେ ମନ ସ୍ଥିର କରି ପ୍ରତିଟି ସ୍ଥିତିକୁ ଆଦରି ନେଲି
ପୀରତି ବାଣ୍ଟିବା କାମ ତୁ ମା ଲୋ ଶିଖାଇଲୁ ଯାହା ସବୁ ଶିଖିଲି l

ମୋରି ଭିତରେ, ତୁ ରହିଅଛୁ ଦିନ ରାତି ସଦା ଛାଇଟି ପରି
ଯିଏ ଯାହା କହୁ, ହେଲିମୁଁ ତୋର କହୁଅଛି ଏହା ଗରବ କରି l