——ହେମା——

ଖରା ଦିନେ ଆମ ଘର ପାଖକୁ ହରିଣଟିଏ ପ୍ରାୟ ସବୁ ଦିନ ଆସେ l ସେଇ ହରିଣର ଆଖି ଭାରି ଛଳ, ଛଳ ଥିଲା l ପିଲାଦିନେ ମୋ ଝିଅ ସୀମାର ଆଖି ବହୁତ ଛଳ ଛଳ ଥିଲା l ଏଇକବିତାଟି ମୁଁ ସେଇ ହରିଣ କୁ ଦେଖି ମୋ ଝିଅ କଥା ମନେ ପକାଇ ଲେଖିଛି l

ହେମା ବୋଲି ତତେ ଡାକିବି ଗେଲରେ ନାଁ ମୁଁ ଦେଇଛି ତୋର

ଯାଆନା ଆଉ ତୁ ଆଡେଇ ମୁହଁ ଲୋ ମୁଁ କିମ୍ପା ତୋ ପାଇଁ ପର

ବେକରେ ବାନ୍ଧିବି ସୁନାର ଘୁଙ୍ଗୁର ଗୋଡ଼ରେ ରୂପାର ବଳା

ମନ ଦେଇ ତତେ ନିତି ଦେଖୁଥିବି ହେବୁ ମୋ ଗଳାର ମାଳା l

ବେଳ ବୁଡ଼ିଲାଣି ସୂର୍ଯ୍ୟ ଦେବ ଏବେ ମାଗିବେ ମେଲାଣି ପରା

ଆ ଯା ମୋର ପାଖକୁ ହେମା ଲୋ କାହିଁକି ନଦେଉ ଧରା

ଥିରି ଥିରି ହୋଇ ଆସିତ ଗଲୁଣି କେହି ଦେଖୁନାହିଁ ବୋଲି

ମନ କଥା ତୋର କହ ଖୋଲି ମୋତେ କହିବିନି କିଛି ମୁଇଁ l

ଆଗରୁ ଦେଖିଛି କେତେ ଥର ମୁହିଁ ତୋ ପରି ହରିଣଙ୍କୁ

କେବେ ଭାବିନାହିଁ ରଖିବି ବୋଲିଲୋ ପାଖେ ଜାକି ମୁହିଁ ତାଙ୍କୁ

ମୋ ଝିଅ ସୀମା କେବେଠୁ  ଗଲାଣି ତା  ନିଜ ବାଟ ଧରି

ମନେ  ପଡି ଯାଏ ଚାହାଣି ତାହାର ଦେଖି ତୋ ଛଳିଆ ଆଖି l 

ବରସା ଯେମିତି ମାଟି ଛୁଇଁ ଯାଏ ତୁଟାଇ ବାଦଲ ମୋହ

ଆଶା ମୁଁ କରୁଛି ଭୁଲି ନିଜ ଜାଗା ମୋ ଘରେ ଆସି ତୁ ରହ

ଦେବି ଖାଇବାକୁ ଓଡିଶା ଖାଇବା ଭାତ ସଂଗେ ଶାଗ ଭଜା

ସାଥି ହୋଇ ଆମେ ଖାଇବା ଏକାଠି ହୋଇବ ବହୁତ ମଜା l 

ଏଇ ଦୁଇ ପଦ ଲେଖିତ ଦେଉଛି ଝିଅ କଥା ଆଜି ଭାବି

ମନକୁ ବୁଝାଇ ଲେଖୁଛି କବିତା ତୁ ଆସିଯିବୁ ଭାବି

ତୁ ଆସିଗଲେ ଘର ପୁରିଯିବ ଭାବିବିନି ବିତା କଥା

କହିଦେ ମୋତେ ତୁ ଜଲ୍ଦି ଜଲ୍ଦି କାହିଁ ଦେଉ ଏତେ ବ୍ୟଥା l