——-ନାଁ ବଦଳିବା ଆମେରିକାରେ——

କିଛି ବର୍ଷ ତଳର କଥା ଆଜି ମନେ ପଡିଗଲା l ସେଦିନ ଅଚାନକ ମୋର ପିଲାଦିନ ସାଙ୍ଗ ଜୟଶ୍ରୀ କୁ ଆମ କମ୍ପାନୀର ପ୍ରତୀକ୍ଷା ଘରେ ଦେଖି କାବା ହୋଇ ଗଲି l ମତେ ଦେଖି ପଚାରିଲା ଚନ୍ଦ୍ରମଣି ତୁ କେବେଠୁ ଏଇ କମ୍ପାନୀ ରେ ଅଛୁ ? ସିଏ ବୋଧେ ଖାଲି ଥିବା ଗୋଟିଏ କାମ ପାଇଁ ଦରଖାସ୍ତ ଦେଇଥିଲା, ସେଥି ପାଇଁ ଅପେକ୍ଷା କରିଥିଲା ତାକୁ କମ୍ପ୍ୟୁଟର ବିଭାଗକୁ ନେବା ପାଇଁ କିଏ ଆସିବେ ବୋଲି l ବହୁତ ବଦଳି ଯାଇଛି. ମୁହଁରେ ନାଲି ଲିପିସ୍ଟିକ ଆଉ ବାଳ ବି ବେଶ ଛୋଟ ଛୋଟ କାଟିଛି l ମୁଁ କହିବା ଆଗରୁ ସିଏ କହିଲା ପରେ କଥା ହେଵା, ମତେ ନବା ପାଇଁ ସେକ୍ରେଟେରୀ ଆସିଲାଣି l ମୁଁ ତାକୁ କହିବାକୁ ଭୁଲିଗଲି , ଚନ୍ଦ୍ରା ମୋର ନାଁ କହିଲେ ସେମାନେ ତତେ ମୋ ପାଖକୁ ନେଇ ଆସିବେ ନହେଲେ ମତେ ଫୋନ ରେ ଜଣେଇ ଦେବେ l ମୁଁ ଆସି କଥା ହେବି ା ପିଲାଦିନେ ଆମେ ଏକାଠି ପଢିଥିଲୁ l ତା ବାପାଙ୍କର ବଦଳି ହୋଇ ଯାଇଥିଲା ଆମେ ନବମ ଶ୍ରେଣୀରେ ପଢିଲା ବେଳେ l ସେବେଠୁ ଏପର୍ଯ୍ୟନ୍ତ ଆଉ ଦେଖା ହୋଇନି ବା ଖବର କିଛି ରଖିନୁ ଆମେ ପରସ୍ପରଙ୍କର l ମୁଁ ବାହା ହୋଇ ମୁମ୍ବଇ ଆସିଲା ପରେ ଥରେ ମୋ ସାଙ୍ଗ ରେଖା ସାଂଗେ ପୁରୀ ଦେଉଳରେ ଦେଖା ହୋଇଥିଲା,ସେଇ କହିଲା ଜୟଶ୍ରୀ କଂପୁଟର ସାଇନ୍ସ ପଢି ଚାକିରୀ କରିଛି l ଆମେରିକାରେ ତାର ସ୍ୱାମୀ କାମ କରନ୍ତି l

ମୁଁ ଆମେରିକା ଆସିଲା ପରେ ପିଲାଙ୍କ ସାଂଗେ ଆଉ କଲେଜ ଯିବାରେ ବ୍ୟସ୍ତ ରହି ସବୁ ସମୟ କଟେଇଲି l କାହାକଥା ଭାବିବାକୁ ବା କିଏ କୋଉଠି ଅଛି ଜାଣିବାକୁ ସମୟ ନଥିଲା l ସେତେବେଳେ ଫେସବୁକ ର ସୁବିଧା ନଥିଲା l ଜୟଶ୍ରୀ କୁ ଦେଖିବା ପରଠୁ ମନରେ ପୁରୁଣା କଥାର ଶୁଅ ଲହଡି ପରି ଆସି ଭାଙ୍ଗିଲା l ବାରମ୍ବାର ମନେ ପଡିଲା ମୁଁ କେମିତି ଚଟା ଖେଳିବା ପାଇଁ ତା ଘରକୁ ଯାଉଥିଲି l ତା ବୋଉ ଭଲ ଆଚାର କରନ୍ତି l ମୋ ଆଖି ସବୁ ବେଳେ ଥାଏ ଆଚାର ଖାଇବା ପାଇଁ l ମାଉସୀ କହିବା ପୂର୍ବରୁ ମୁଁ ମା ରାମଚଣ୍ଡୀଙ୍କୁ ଡାକି କହେ, ହେ ମା, ଆଜି ମାଉସୀ ମତେ ପରଟା ଆଉ ଆଚାର ଖାଇବାକୁ କୁହନ୍ତୁ l ଜାଣିନି କାହିଁକି ମୁଁ ସାମାନ୍ୟ ଆଚାର ଆଉ ପରଟା ପାଇଁ ରାମଚଣ୍ଡୀ ଙ୍କୁ ଡାକୁଥିଲି ? ବୋଧେ ଆମ ଘରେ ବୋଉ ନଥିବା ଯୋଗୁ କେହି ପରଟା ବା ଆଚାର କରିବା ଵାଲା ନଥିଲେ ବା ସ୍ନେହରେ କେହି ପାଖରେ ବସି ଖାଇବାକୁ କହୁ ନଥିଲେ l ସେଇ ଯୋଗୁ ଆମର ବଡ଼ ପକା ଘର ହେଲେବି ମତେ ଘରଟା ଭାରି ଅନ୍ଧାର ଆଉ ଖାଲି ଲାଗେ l ଜୟଶ୍ରୀ ମତେ ତାଙ୍କ ଘରକୁ ଡାକିବା ପାଇଁ ମୁଁ ଗୋଡ଼ ଟେକି ବସିଥାଏ l ବେଳେ ବେଳେ ସିଏ ଅନ୍ୟ ମାନଙ୍କୁ ଡାକି ନିଏ l ମୋ ମନ ଭାରି ଖରାପ ଲାଗେ l ସେଥିପାଇଁ ଆଗରୁ ଦିଅଁ ଙ୍କୁ ଡାକି ଦିଏ l

ହଠାତ କିଏ ଜଣେ କହିଲା ଚନ୍ଦ୍ରା, ନୂଆ ଇଣ୍ଟରଭିଉ ଦେବାକୁ ଆସିଥିବା ଲେଡି ପ୍ରଥମ ନାଁ ଚନ୍ଦ୍ରମଣି ବୋଲି ଜଣଙ୍କୁ ଖୋଜୁଥିଲେ ? ତାଙ୍କୁ ଶେଷ ନାମ ଜଣା ନଥିଲା l ଅପେକ୍ଷ୍ୟା କରି କରି ଏଇନେ ଚାଲିଗଲେ. ମୁଁ ମୋ ଭାବନାରୁ ଫେରି ଆସି କହିଲି ଇଏସ , ଇଏସ, ସିଏ ମତେ ଖୋଜୁଥିଲା l ତୁମେ ମତେ ଡାକିଲନି ? ମୁଁ ଅପେକ୍ଷ୍ୟା କରି ବସିଛି l ସେମାନେ କାବା ହୋଇ ମତେ ଅନେଇଲେ ? କହିଲେ ତୁମ ନାଁ ତ ଚନ୍ଦ୍ରା? ଇଏସ ତୁମେ ଠିକ କହୁଛ, ହେଲେ ସେ ଲୋକଙ୍କର ପୁରା ନାଁ କଣ? ବହୁତ ଖୋଜି ଜାଣିଲି ଜଣେ ଜୟ ସାମୁଏଲ ଇଣ୍ଟରଭିଉ ଦେଇଥିଲେ l ଭାବିଲି ବୋଧେ ମୋ ପରି ଜୟଶ୍ରୀ ନାଁ ଟାକୁ ଜୟଶ୍ରୀ ରୁ ଜୟକୁ ବଦଳି କରିଛି, ଏଠିକା ଲୋକଙ୍କ ପାଇଁ ସୁବିଧା ହେବ ଡାକିବାକୁ ବୋଲି l ଚାକିରୀରେ ଡାକିବା ପାଇଁ ସୁବିଧା ହେବ ବୋଲି କେତେଲୋକ ଏପରି କରନ୍ତି ? ସାମୁଏଲ ବୋଧେ ଶେଷ ନାମ ବାହାହେବା ପରେ ହୋଇଥିବ? ତେବେ ମୁଁ କହି ଦେଇ ଥିଲେ ହୋଇ ଥାଆନ୍ତା ମତେ ଏଠି ଚନ୍ଦ୍ରା ନାଁରେ ଜାଣନ୍ତି l ନିଜ ଉପରେ ଚିଡ଼ିଲି l ସାମାନ୍ୟ କଥା କହିବାକୁ ଭୁଲି ଗଲି ବୋଲି ? ଭାବିଲି ଫୋନ ନମ୍ବର ଟା ମିଳନ୍ତାକି ? ବ୍ୟକ୍ତିଗତ ବିଭାଗ ଫୋନ ନମ୍ବର ତ ଦେବନି ଯେତେ କହିଲେବି ?

ମନେ ମନେ ପୁଣି ରାମଚଣ୍ଡୀ ଙ୍କୁ କହିଲି ମା, ଜୟଶ୍ରୀ ଏଇଠି କାମ ପାଇଯାଉ ଆମ କଂପାନୀରେ l କିଛି ଦିନ ପରେ ଦେଖିଲି କମ୍ପାନୀ ଇଣ୍ଟେରନାଲ ମେଲ ରେ ଲେଖା ହୋଇଛି; ନୂଆ କର୍ମଚାରୀ ଜୟ ସାମୁଏଲ, ନିଉଜର୍ସି l ସାଂଗେ ସାଂଗେ ମୁଣ୍ଡିଆଟିଏ ମାରିଲି ରାମଚଣ୍ଡୀଙ୍କୁ ଆଉ ଫୋନ ବୁଲେଇଲି ୨୦୧ ୨୪୪ ୬୯୮୭ l ଆରପଟୁ ଶୁଣିଲି ଜୟ କହୁଛି l ମୁଁ କହିଲି ହେ ମୁଁ ତୋ ସାଙ୍ଗ ଚନ୍ଦ୍ରମଣି କହୁଛି l ଦୁହେଁ ବୁହେ ହସିଲୁ ଆଉ ଜାଣିଲୁ ଏଠି ଆମ ଘରେ ଦିଆ ନାଁ କାହିଁକି ଆଉ କେମିତି ବଦଳି ଯାଏ, ଡାକିବା ସୁବିଧା ପାଇଁ l ଯା ହେଉ ମେରୀ ବା ଗିଲଡ଼ା ତ ହେଇନି ପୁରା ୩୬୦ ଡ଼ିଗ୍ରୀ ବଦଳି ହେଲାପରି କେତେ ଲୋକଙ୍କର l

ଜନ୍ମ ଦିନର ଶୁଭେଚ୍ଛା ମଉସା (GFPSP). Girl From Pathuria Sahi, Puri.

  ଜନ୍ମ ଦିନର ଶୁଭେଚ୍ଛା ମଉସା

From: (GFPSP) Girl From Pathuria Sahi, Puri.

ଆଜି ମୋର ଆଉ ଆମ ସମସ୍ତଙ୍କର ପ୍ରିୟ କବି ମାୟାଧର ମାନସିଂହଙ୍କର ଜନ୍ମ ଦିନ lତାଙ୍କର ଧୂପ କବିତା ବହିଟି ପଢିବାର ଇଛା ଓ ସଙ୍ଘର୍ଷ ମୁଁ ଆଗରୁ ଲେଖିଛି l ଆଜି ପୁଣି କବିଙ୍କ କଥା ମନେ ପକାଇ ମୋର ଏଇ ଉପହାରଟି ପୋଷ୍ଟ କଲି l

କବିତା ଆଉ ଗଳ୍ପ ପଢିବା ପାଇଁ ମୁଁ ସବୁବେଳେ ଇଛୁକ ଥିଲି। ବେଶୀକରି ପ୍ରେମି ଓ ପ୍ରେମିକାଙ୍କ ମିଳିବା ଆଉ ବିସନ୍ଧି ହେବାର କବିତା ମତେ ବହୁତ ଭଲ ଲାଗେ। ଖରାଦିନେ ମୁଁ ଆମ ବାଡ଼ି ଆଡ଼ ଚାଉଳିଆ ଗଛର ଡାଳରେ ଚଢି ବହିଖଣ୍ଡେ ଧରି ବସିଯାଏ। ପ୍ରାୟ ୪ ବା ୫ ଘଂଟା କେମିତି କଟିଯାଏ ଜଣା ପଡ଼େନି। କବିତା ପଢିଲା ବେଳେ ମୁଁ ମନେ ମନେ କବିତାର ନାଇକା ହୋଇଯାଏ ନହେଲେ କୋଣାର୍କର ମୂର୍ତି ହୋଇଯାଏ। କେବେ କେବେ କାହାର ମା ବା ଭଉଣୀ ହୋଇଯାଏ। ଏଭଳି କଳ୍ପନା କରି ମୋ ମନରେ ଯାହା ସବୁ ଇଛା ଥାଏ ତା ପୂରଣ କରେ। ଥରେ ମୁଗଲେ-ଆଯାଦ ସିନେମା ଦେଖିଲା ପରେ ଭାବିଲି ରାଜାଙ୍କ ପ୍ରେମିକା ହେଵା ଭାରି କଷ୍ଟ କିନ୍ତୁ ପ୍ରେମ ହେଲେ ଏମିତି ହେଲେ ଭଲ। ପୁଣି ନିଜେ ଉତ୍ତର ଦିଏ କାହିଁକି ଭଲ? ଭାବେ ସଲିମ ସାଙ୍ଗେତ ବସିବି। ନର୍ତ୍ତକୀ ମାନେ ନାଚୁ ଥିବେ ଓ ବହୁତ ଜେର୍ଲସ ହେଉଥିବେ ଯେ ମୁଁ ରାଣୀ ହୋଇ ବସିଛି, ବିଚରା ସେମାନେ ନାଚି ନାଚି ଥକୁଛନ୍ତି। ଅନାରକଲି ବିତ ସେମାନଙ୍କ ଭଳି ନର୍ତ୍ତକୀ ଥିଲା। ଏବେ ଭାବୁଛି ଏଇ ଜେର୍ଲସ ହଵା ଆଉ ଅଭିମାନ କରିବା ଗୁଣଟି ମୋ ଭିତରେ ବର୍ତ୍ତମାନବି ଭର୍ତି ହୋଇ ଅଛି। ନହେଲେ କିଏ ମୋ ପୋଷ୍ଟ ନପଢିଲେ ମୋ ମନରେ ଏତେ କୋହ କାହିଁକି ହୁଏ? ରାଗି ବି ଯାଇ ଅଭିମାନ କରେ। ବାରମ୍ବାର ଯୁମ୍ବା ଡାନ୍ସ କ୍ଲାସରେ ୱାଟର ବ୍ରେକ ବେଳେ ଫୋନ୍କୁ ଦେଖେ? ଭାବେ କାଳେ ମୋ ଲେଖାରେ କିଏ ଇମୋଜୀ ବା କମେନ୍ଟ ଛାଡ଼ିଥିବ? ଛାଡ଼ ସେ ସବୁ, ମୁଁ ତ ମନେପକାଉଛି ଆଜି ମୋର ସବୁଠୁ ଫେଂଵ ଲେଖକ ମାୟାଧର ମାନସିଂହଙ୍କୁ। ସିଏ ଲେଖିଥିବା ଧୂପ କବିତା ବହି ପଢିବା ପାଇଁ ମୋର ବହୁତ ମନ ଥିଲା। ଆସନ୍ତା କାଲି ପତ୍ରିକା ରେ ଧୂପ କବିତା ବହି ର ଗୋଟିଏ, ଦୁଇଟା କବିତା ପଢିଲା ପରେ ଭାବିଲି କେମିତି ହେଲେ ଵହିଟା ପୁରା ପଢ଼ିବି।

ଆମ ସାଇ ଯାଡୁଆଣି ଲାଇବ୍ରେରୀ ରେ ସେଇ ବହିଟି ନଥିଲା। ସମୁଦ୍ର କୁଳ ରାମକୃଷ୍ଣ ଲାଇବ୍ରେରୀ ଦୂରରେ ଥିବା ଯୋଗୁ ବାପା ଛାଡ଼ିବେନି। ଭାବିଲି, ଯଦି ପଢା ବହି ହୋଇ ଥାଆନ୍ତା ତାହାଲେ ଅବା ଭାଇନା ସାଙ୍ଗେ ଯାଇ ପାରନ୍ତି। ବାପା ତ କବିଙ୍କ ପ୍ରେମ କବିତା ପଢିବା କଥା ଶୁଣିଲେ ବହୁତ ଚିଡ଼ିବେ। ଖରା ଛୁଟି ନିକଟ ହୋଇ ଆସୁଥାଏ। ମୋ ସାଙ୍ଗମାନେ କିଏ କିଏ ତାଙ୍କ ଗାଁ କୁ ବୁଲିବାକୁ ଯିବାର କଥା କହୁଥାଆନ୍ତି। ମୋ ସାଙ୍ଗ ବାସନ୍ତୀ ଉଷା ସିଲେଇ କ୍ଲାସ ରେ ସିଲେଇ ଶିଖିଵ ବୋଲି କହୁ ଥିଲା। ମୂଁ କିଛି ଉପନ୍ୟାସ ଆଉ କବିତା ପଢିବାକୁ ଭାବୁଥିଲି । ମତେ ପିଲାଦିନୁ ଗପ ଓ କବିତା ବହି ପଢିବାକୁ ଭଲ ଲାଗେ। ଏବେବି ସେଇ ଅଭ୍ୟାସ ଛାଡ଼ିନି। ଘରେ ଆଉ କିଛି ପଛେ ନଥାଉ, ବହି ଗୁଡ଼ାଏ ଅଛି।

ଧୂପ ବହିଟିର ମୂଲ୍ୟ ସେତେବେଳେ ୮ ଅଣା ଥିଲା। ମନେ ମନେ ଭାବିଲି ବଡ଼ ଭାଇନାକୁ କହିଲେ ହୁଅନ୍ତା। କିନ୍ତୁ ସିଏତ ବୋଧେ ସେପ୍ଟେମ୍ବର ମାସରେ ଆସିବେ ବୋଲି କହୁଥିଲେ । ଖରା ଛୁଟିତ ସରିଯିବ। ଏବ ଭଳିଆ ଫୋନ ର ସୁବିଧା କାହାରି ନଥିଲା। ଚିଠି ଲେଖିଲେ ଡେରି ହୋଇପାରେ ଓ ବାପା ପଚାରି ପାରିବେ କଣ ପାଇଁ ଚିଠି ଲେଖୁଛୁ? ସବୁଦିନ ମନରେ କିଛି ଉପାୟ କରିବାକୁ ଭାବେ, କେମିତି ୮ ଅଣା ଏକାଠି କରିବି ଆଉ ବହିଟା କିଣିବି।

ଅରକ୍ଷିତଙ୍କୁ ଦଇବ ସାହା। ଆମର ବାହାର ନଳରୁ ପାଣି ପିଇବା ପାଇଁ ଆସେ। ବାକି ସବୁ କାମ ଘର କୂଅ ପାଣିରେ ହୁଏ। ମୁଁ ସବୁ ଦିନ ଦୁଇ ବା ତିନି ଗରା କଳ ପାଣି ବାହାରୁ ଆଣେ ପିଇବା ପାଇଁ । ସେଇଟା ଆଉ ଠାକୁରଙ୍କ ପାଇଁ ଫୁଲ ତୋଳିବା ମୋର କାମ ଥିଲା। ପାଣି ଗରାରେ ଭର୍ତି କଲା ବେଳେ ମୋ ସାଙ୍ଗ ବାସନ୍ତୀ କହିଲା ଚନ୍ଦୁ, ଜାଣିଚୁ ଟିକି ନାନୀଙ୍କ ଗୋଡ଼ ଭାଙ୍ଗି ଯାଇଛି। ସିଡିରୁ ଖସି ଗଲେ ଶୁଖିଲା ଲୁଗା ତାରରୁ କାଢୁ କାଢୁ। ଟିକି ନାନୀଙ୍କ ଘରେ ଆଉ କେହି ନଥାନ୍ତି। ଘର କାମ ତାଙ୍କର ଠିକା ଚାକିରାଣୀ କରିଦିଏ। ସିଏ ନିଜେ କଳରୁ ପାଣି ନିଅନ୍ତି। ରୋଷେଇ ବି ସିଏ ନିଜେ କରନ୍ତି । ଏକଥା ଶୁଣି ମନଟା ଭଲ ଲାଗିଲାନି।ମୁଁ ତାଙ୍କ ପାଇଁ କେବେକେବେ ପାଣି ଆଣି ଦଉଥିଲି। ଭାବିଲି ପଚାରି ଆସିବି ଯଦି କଣ ଦରକାର ହୁଏ ମତେ କହିବେ ବୋଲି। ମତେ ଦେଖି ଟିକି ନାନୀ କହିଲେ ଚନ୍ଦୁ ତୁ ଆସିଲୁ ଭଲ କଲୁ। ମୁଁ ତୋ କଥା ଭାବୁଥିଲି। ମତେ କିଛିଦିନ ତୁ ପାଣି ଆଣି ଦବୁ। ମୁଁ ସଙ୍ଗେ ସାଙ୍ଗେ ରାଜି ହୋଇ ଗଲି। ଆମର କଥା ହେଲା ୩ ବାଲ୍ଟି ପାଣି ପାଇଁ ସିଏ ମତେ ଗୋଟିଏ ଅଣା ଦେବେ। ତାଙ୍କ ଘର ଟିକିଏ ଦୂର ଥିଲା ବାହାର ନଳ ଥିବା ଜାଗାରୁ। ତେବେବିମୁଁ ଖୁସି ହୋଇଗଲି ଯେ ଏଥର ଧୂପ ବହିଟି କିଣି ପାରିବି। ଜୁନ ମାସରେ ଖରା ବହୁତ। ତଥାପି ମୁଁ ୮ ଦିନ ଏକାଦିକ୍ରମେ ପାଣି ନେଇ ଟିକି ନାନୀଙ୍କ ଘରେ ଦେଲି। ପ୍ରାୟ ଅଧ କିଲୋମିଟର ଦୂର ତାଙ୍କ ଘର ଥିଲା। ଆମ ଘର ପାଇଁ ୩ ଗରା ପାଣି ଆଉ ତାଙ୍କ ଘର ପାଇଁ ସେତିକି ପାଣି ଟେକି ନେଲା ବେଳକୁ କଷ୍ଟ ହେଉଥିଲା । ଜୁନ ମାସର ଖରାରେ ଦେହ ଝାଳ, ନାଳ ହୋଇ ଯାଉଥିଲା l

ତେବେ ଯେତେ ବେଳେ ଭାବିଲି ମୁଁ ଧୂପ ଵହିଟା କିଣି ପଢ଼ିବି ବୋଲି ମୁଁ ସବୁ ଭୁଲିଯାଏ। ଆଠ ଦିନ ପରେ ଟିକି ନାନୀଙ୍କ ଗାଁ ରୁ କିଏ ଜଣେ ଲୋକ ଆସି ରହିଲେ ତାଙ୍କ ପାଖେ ସାହାଯ୍ୟ କରିବାକୁ। ସେଇ ଦିନ ଟିକି ନାନୀ ତାଙ୍କ କାନିରେ ବନ୍ଧା ହୋଇଥିବା ଗଣ୍ଠିରୁ ଗୋଟିଏ ଆଠଣି କାଢି ମୋ ହାତକୁ ବଢ଼େଇ ଦେଲେ। କହିଲେ ରଖ, ଚେନାଚୁର ଆଉ ମିଠେଇ ଖାଇବୁ। ମୁଁ ମୁଣ୍ଡ ତଳକୁ କରି କହିଲି, ନାଇଁ । କବି ମାନସିଂହ ଙ୍କର ବହି ଖଣ୍ଡେ କିଣିବି ବୋଲି ଠିକ କରିଛି। ଟିକି ନାନୀ ମୋ ମୁଣ୍ଡରେ ହାତ ବୁଲେଇ କହିଲେ, ମା ଛେଉଣ୍ଡ ପିଲାଟା କଥା କିଏ ବୁଝୁ ନାହାନ୍ତି। ମୁଁ ଭୋକିରି କାନ୍ଦି ପକେଇଲି । ଭାବିଲି ସତରେ ବୋଉ ଥିଲେ ନିଶ୍ଚେ କବିତା ବହି ଖଣ୍ଡକ କିଣି ଦେଇ ଥାଆନ୍ତା। ତାପରେ ହସି କହିଲି ଆଜି ବଡ଼ଦାଣ୍ଡ ଯାଇ ଵହିଟା କିଣି ଆଣିବି। ଖରା ଛୁଟି ଆଉ ସପ୍ତାହେ ଥିଲା।

ସେ ଗ୍ରୀଷ୍ମ ଛୁଟିଟା ମୋର ବହୁତ ଭଲରେ କଟିଲା। ସବୁ ଦିନ ଦ୍ବି ପହରେ ଚାଉଳିଆ ଗଛରେ ଚଢି ଚାଉଳିଆ ଖାଏ ଆଉ ଧୂପ ବହିରୁ କବିତା ପଢେ। ମୋର ସେ କବିତା ସବୁ ଏବେବି ମନେ ଅଛି। ବହୁତ ଦିନ ପରେ ଧୂପ ବହିଟି ଆମେରିକାରେ ପୁଣି ଛପା ହେଲା ଆଉ ଜଣେ ମତେ ସେ ବହିଟି ଉପହାର ଭାବରେ ଦେଲେ । ପୁଣି ବହିର ପୃଷ୍ଠା ଗୁଡିକ ଓଲଟାଇ ଛୁଇଁଲି। କିନ୍ତୁ ସେ ପୁରୁଣା ମ୍ୟାଜିକ ଅନୁଭବ ହେଲାନି। ଭାଇଲି ବୋଧେ ସେତେବେଳେ ମୁଁ ଛୋଟ ଥିଲି ଆଉ ସବୁ କଥା ରେ ପ୍ରେମ, ଉମଂଗ ରହିଥିଲା। ଜୀବନ ଜଞ୍ଜାଳରେ ଏବେ ମୁଁ ଆଉ ସେତେ କବିତା ପଡ଼ୁନି। ଆଉ ଅନାରକଲି ବା ନାଇକା ହେବାର ସ୍ବପ୍ନ ନାହିଁ । ସେ ସବୁ ଆମ ପଥୁରିଆ ସାହିରେ ଛାଡି ଆସିଲି l

ଆଜି ମାନସିଂହ ଙ୍କ ସାହିତ୍ୟ ଆଲୋଚନା ଶୁଣି ଏଇ କଥାଟି ପୁଣିଥରେ ପୋଷ୍ଟ କଲି ମୋର ପିଲା ଦିନର ସ୍ମୃତିରୁ l Happy BD Mausa l

🌙ମୋ ଭାବନା ରୁ କେତାଟି ଧାଡି 🌙

ମୁଁ ସ୍ତ୍ରୀ ଲୋକ ଟିଏ !

ପ୍ରଗଲଭା ନଈ ଟିଏ !

ବାହାଘର ପୂର୍ବରୁ ରହିଲି ବାପାଙ୍କ ସମ୍ପତି !

ବିବାହ ପରେ ମୋର ସ୍ୱାମୀ ହେଲେ ପ୍ରଥମ ପ୍ରୀତି !

ସମ୍ପୂର୍ଣ ସମର୍ପିତ ହେଲା ପରେ ନିଜତ୍ୱକୁ ହରାଏ !

ମା ହେଲାପରେ ମୋର ବୋଲି କିଛି ନଥାଏ !

ହେ ପ୍ରଭୁ ତୁମଠାରୁ ମୋର ସୃଷ୍ଟି !

ଆଉ ଅନ୍ତ କୁହ ଅଛି କୋଉଠି !

❤️

❤️ (ଗାର୍ଲ ଫ୍ରମ୍ ପଥୁରିଆ ସାହି ପୁରୀ {GFPSP}) ମୋ ସ୍ମୃତିରୁ ଗୋଟିଏ ଅଭୁଲା ମେମୋରି: ମନେ ପଡେ ମୋର ସୁଧାଂଶୁଙ୍କ ଅଖା ବସ୍ତାରେ ନଡ଼ିଆ ଆଣିବା ଆଉ ମୋର ନଡ଼ିଆକୁ ଭଲପାଇବା l ❤️

ସକାଳୁ କଲେଜ ଯିବା ପୂର୍ବରୁ ଭାଉଜ ପାଖକୁ ଆସି ମୋ କାନରେ କହିଲେ, ଚନ୍ଦୁ ଆଜି ଠିକ ସମୟରେ କଲେଜରୁ ଫେରିବ l ଡେରି ଜମା କରିବନି l ମୁଁ ପଚାରିଲି କାହିଁକି ଆଜି ସିନେମା ଯିବାକି ? ଆମେ ଯେବେ ସିନେମା ଯାଉ ମୁଁ ଜଲ୍ଦି ଆସି ରାତି ରୋଷେଇ ରେ ସାହାଯ୍ୟ କରେ, ତା ଦ୍ୱାରା ରାତି ୯ଟା ବାଜିବା ପୂର୍ବରୁ ସମସ୍ତଙ୍କର ଖାଇବା ସରେଇ ମୁଁ , ଭାଇନା ଆଉ ଭାଉଜ ସିନେମା ଦେଖି ଯାଉ l କିଛିତ ନୂଆ ସିନେମା ପଡିନି , ନହେଲେ ମୋ ସାଙ୍ଗ ପୁଷ୍ପିତା ନିଶ୍ଚୟ କହି ଥାଆନ୍ତା? ସିଏ ପ୍ରାୟ ସବୁ ସିନେମା ଯାଏ l ତେଣୁ ମତେ ଖବର କାଗଜରେ ସମୀକ୍ଷା ଦରକାର ପଡ଼େନି ସିନେମା ବିଷୟରେ ଜାଣିବା ପାଇଁ l ମୋ ମୁହଁକୁ ଚାହିଁ ଭାଉଜ କହିଲେ ନାଇଁ ତୁମକୁ ଦେଖିବା ପାଇଁ ସୁଧାଂଶୁ ଆସିବେ l ଭାଉଜଙ୍କ କଥା ଶୁଣିଲା ପରେ ମୋ ମନଟା ବରଡା ପରି ଶୁଖି ଗଲା l ଭାବିଲି ଯେତେ ଭଲ ପଢିଲେବି ମୋ ଭାଗ୍ୟରେ କଲେଜରୁ ଗ୍ରାଜୁଏଟ ହେବା ଲେଖା ନାହିଁ l ବୋଉତ ନାହିଁ, କାହାକୁ କହିବି ? “ବାପା ତ ବଯସ ଯୋଗୁ ସବୁଦିନ କହି ଚାଲିଛନ୍ତି “ତୋ ହାତ କୁ ଦି ହାତ କରିଦେଲେ ମୁଁ ଆଖି ବୁଝିବି” l ଯିବା ବେଳେ ଆମ ସାଇର ଠାକୁରାଣୀ ଅଲପଦ୍ମା ନ୍କ ପାଖରେ ମୁଣ୍ଡ ନୁଆଇଁ କହିଲି ଯାହା ତୁମ ଇଛା ମା ତାହିଁ ହେଉ, ତେବେ ଭଲ ଆଧୁନିକ ବର ଟିଏ ମୋ ପାଇଁ ବାଛି ଦିଅ l ମୁଁ ସହରରୁ ଯାଇ ଗାଁରେ ଚଳି ପାରିବିନି l

ଭାଉଜ ଆମର ଭାରି ଭଲ ଲୋକ ଥିଲେ l ମତେ କେବେ କାମ କରିବାକୁ ଦିଅନ୍ତିନି l ମୁଁ ସେଦିନ ଘରକୁ ଠିକ ସମୟରେ କଲେଜ ରୁ ଆସିଗଲି l ଆମ ଘରେ ସୋଫା ତ ନଥିଲା , ତେବେ ଚଉକି, ଟେବୁଲ ସବୁ ଝାଡି, ଝୁଡି ଦେଇ ବସିବା ଘର ସଜାଡି ଦେଲି l ଭାବିଲି କିଛି କାମରେ ସାହାଯ୍ୟ କରିଦିଏ l ବାହାଘରଟା ନିଶ୍ଚୟ ହେବ l ଜଲ୍ଦି କରିବା ପାଇଁ ସମସ୍ତେ ଲାଗି ପଡି ଥାଆନ୍ତି l ସେଦିନ ଭାଉଜ ବିଭିନ୍ନ ପ୍ରକାର ତରକାରୀ କରିଥିଲେ l ଆଳୁ ପୋଟଳ ରସା , ଫୁଲକୋବି ଭଜା, ଦହି ମାଛ ଝୋଳ, ଲେଉଟିଆ ଶାଗ ଆଉ ବାଇଗଣ ଚକା, ଚକା ଭଜା କରି ଥିଲେ l ମୁଁ ପାଖରେ ବସି ଭାବୁଥାଏ , ବାପରେ କିଏ ଏମିତି ଲୋକ ଯେ ଏତେ ପ୍ରକାର ଜିଣିଷ ତିଆରି ହେଉଛି ? ତେବେ ଭାଇନା କହିଲେ ଯିଏ , ମତେ ଦେଖିବାକୁ ଆସିବେ (ସୁଧାଂଶୁ) ଆମେରିକା ରେ ଥିଲେ l ଆମେରିକାରେ ଭଲ, ଭଲ ଚକୋଲେଟ ମିଳେ ବୋଲି ମୋ ସାଙ୍ଗ ମାନେ କହୁଥିଲେ l ପିଲାଦିନୁ ଚକୋଲେଟ ଖାଇବାକୁ ମୁଁ ବହୁତ ଭଲ ପାଉ ଥିଲି l କିନ୍ତୁ ଆମ ଘର ଆର୍ଥିକ ପରିସ୍ଥିତି ଯୋଗୁ କେବଳ ଥରେ ବା ଦୁଇ ଥର ଚକୋଲେଟ ଖାଇବାର ସୁଯୋଗ ବର୍ଷରେ ମିଳେ l ଭାବିଲି କେତେ ପ୍ରକାର ଚଲୋଲେଟ ସୁନ୍ଦର ରଙ୍ଗ ବାକ୍ସରେ ନିଶ୍ଚୟ ଆଣିବେ l ତାପରେ ଥରକୁ ଥର ବାହାରକୁ କାନ ଡେରି ଶୁଣୁଥାଏ କାଳେ କିଏ ଆସିଲେ ବୋଲି l ମୋ ପୁତୁରା ବଦ୍ରିକୁ କହିଥାଏ ଦାଣ୍ଡ ଦୁଆରେ ନଜର ରଖିବାକୁ ଯଦି କିଏ ରିକ୍ସାରେ ଆସି ଆମ ଘର କୋଉଟା ବୋଲି ପଚାରିବେ ?

ଏମିତି ଅନେଇ ଅନେଇ ଅଢେଇଟା ବାଜିଗଲା l ଆମେ କେହି ନଖାଇ ଅନେଇଥିଲୁ l ଭାରି ଭୋକ ହେଉଥିଲା l ଭାବିଲି ବାଡ଼ିଆଡ଼କୁ ଯାଇ ଗୋଟେ ଯୋଡ଼େ ଚାଉଳିଆ ଖାଇବି l ଆମ ଘର ଭାରି ଲମ୍ବା ଥିଲା l ଦୁଇ ପଟେ ରାସ୍ତା ଘରୁ ଦାଣ୍ଡକୁ ବାହାରିବା ପାଇଁ l ବାଡ଼ିପଟେ ମାର୍କେଟକୁ ବାହାରି ପାରିବ ଆଉ ଦାଣ୍ଡ ପଟେ ଆସିଲେ ପଥୁରିଆ ସାହିରେ ବାହାରିବ l ରିକ୍ସାରେ ଦୁଇ ବାଟେ ଘରକୁ ଆସି ପାରିବେ ଲୋକମାନେ l ଗଛ ଉପରେ ଚଢି ଚାଉଳିଆ ଟେ ହାତରେ ଛିଣ୍ଡେଇଲା ବେଳେ ଶୁଣିଲି ଜଣେ କିଏ ପଚାରୁଛନ୍ତି ଏଇଟା କ୍ଷେତ୍ର ମୋହନ ଶତପଥି ବାବୁଙ୍କ ଘର ? ପାଖ ଵାଲା ଦାମ ଭାଇ କହିଲେ ହଁ ଆଜ୍ଞା l ଏଇଟା ବାଡ଼ିପଟ ରାସ୍ତା ତାଙ୍କ ଘରକୁ l ଦାମ ଭାଇ ରିକ୍ସା ବାଲାକୁ ଦାଣ୍ଡ ପଟକୁ ଯିବା ପାଇଁ କହିଲା ବେଳକୁ ଭାଇନା ଉପରୁ ଆସି ନମସ୍କାର କଲେ l ମୁଁ ଜାଣି ଦେଲି ଏଇ ହଉଛନ୍ତି ଆମର ଅତିଥି, ଯାହା ପାଇଁ ଆମେ ଭୋକରେ ଅନେଇ ବସିଛୁ l ତାପରେ ରିକ୍ସାରୁ ତଳକୁ ବାହାର କଲେ ଗୋଟେ ଓଜନିଆ ଅଖା ! ଏଇଟା ପୁଣି କଣ ? ମୁଁ ଚୁପ ହୋଇ ଦେଖୁଥାଏ l ହାତରେ ଆଉ କିଛି ନାହିଁ ବୋଲି ମୁଁ ଯାଣିଦେଲି l ତେବେ ଚକୋଲେଟ କଣ ପକେଟରେ ଅଛି ? ମୋ ମନଟା ଖଟା ଖାଇଲା ଭଳି ହୋଇଗଲା l

ଘରେ ଖାଇବା, ପିଇବା ପରେ ବାପା, ଭାଇନା ସମସ୍ତେ ଦlଣ୍ଡ ଘରେ ବସିଲେ l ସେମାନେ କଣ କଥା ହେଲେ ମୁଁ ଜାଣିନି l ତେବେ ମିଠା ମୁଁ ନେଇ ସମସ୍ତଙ୍କୁ ଦେଇଥିଲି l ମୋର ସେତିକି ଦେଖା ବେଳେ ସୁଧାଂଶୁ ମତେ କଣ ପଢ଼ୁଛ ବୋଲି ପଚାରି ଥିଲେ l ମୁଁ ଉତର ଦେଇଥିଲି ପ୍ରି ୟୁନିଭେର୍ସିଟି ସାଇନ୍ସ l ପଢିବାକୁ ଇଛା, କିନ୍ତୁ ବାପାନ୍କ ଦେହଟା ଭଲ ରହୁନି l ଦେଖାଯାଉ ଆଗକୁ କଣ ହେବ !

ମୁଁ ଭାଉଜଙ୍କ ସଂଗେ ଖାଇଲା ବେଳେ ମତେ ସିଏ ପଚାରିଲେ , ଚନ୍ଦୁ ତୁମର ସୁଧାଂଶୁ ପସନ୍ଦ ଆସିଲେତ ? ଭାରି ଭଲ ଆଉ ନମ୍ର ପିଲା l ଦଵା , ନବାର କିଛି ଚାହିଦା ନାହିଁ ସେମାନଙ୍କର l କେବଳ ଅଳ୍ପ ବଡ଼ ତୁମଠାରୁ ହେବେ l ଆମେ ତୁମର ପଢିବା ପାଇଁ ଇଛା ବୋଲି ତାଙ୍କୁ କହିଛୁ ଆଉ ସିଏ ସେଥିରେ ରାଜି l ଖୁସି ହେଲି କିନ୍ତୁ କିଛି ଉତର ଠିକରେ କହିଲିନି l ଭାଉଜ ମତେ ପିଲାଦିନୁ ଜାଣିଥିଲେ l ପଚାରିଲେ ଚୁପ କାହିଁକି ? ଅସୁବିଧା କଣ ହେବ ବୋଲି ଭାବୁଛ ? ମୁଁ ପାଖରେ ଥୁଆ ହୋଇଥିବା ଅଖା ବସ୍ତାକୁ ଦେଖେଇ କହିଲି ଆମେରିକାରୁ ଆସିଲେ ବି ନଡ଼ିଆ ପୁଣି ଅଖାରେ ଆଣିବା କେମିତି? କିଛି ଚକୋଲେଟ ଆଣି ପାରିଥାଆନ୍ତେ ? ବୋଧେ ପୁରୁଣା ଖିଆଲର ଲୋକ l ଭାଉଜ ହସି କହିଲେ , ନଡ଼ିଆ କଣ ଚମଡା ବାକ୍ସରେ ଆଣି ଥାଆନ୍ତେ ? ଆଉ ସେମାନଙ୍କର ଶାସନୀ ବ୍ରାମଣ ଘର l ନଡ଼ିଆ ଶୁଭ ବୋଲି ଆଣିଥିଲେ l ଭାଉଜଙ୍କୁ ସେ କଥା ସୁଧାଂଶୁ କଥା ପ୍ରସଙ୍ଗରେ କହିଥିଲେ l ମୁଁ କିଛି ଉତ୍ତର ନଦେଇ ତଳକୁ ଅନେଇଲି l ନଡ଼ିଆ ଆଣିବା ଶୁଭ ବୋଲି ମୁଁ ଭାବିବି ପାରିନଥିଲି l ସେଇଦିନ ଠାରୁ ଏବେବି ମୁଁ ନଡ଼ିଆ ନେବାକୁ ଭଲପାଏ ଶୁଭ କାମକୁ ଗଲାବେଳେ l

ଉପରେ ଯେତେ ବାଦାମୀ ରଙ୍ଗ ହେଲେବି ନଡିଆ ଭିତର ବହୁତ ସୁଂଦର ଆଉ ତୋଫା ଧଳା l ନଡ଼ିଆର ମୂଲ୍ୟ ଆମ ଓଡ଼ିଆ ଖାଇବାରେ ଅମୁଲ୍ୟ l ଦିଅଁଙ୍କ ପୂଜା ଠାରୁ ଡାଲ୍ମା ପର୍ଯ୍ୟନ୍ତ ସବୁଥିରେ ତା ନହେଲେ ଜିନିଷ ଅଧୁରା ରହିଯାଏ l

From my memory lane: Connection of Hema mausi to Harvard University and my son Sanjay

Dr. Mayadhar Mansingh’s famous book “Hamasasya” is one of my favorite book. I was lucky to know Hema mausi when she visited USA and Canada. We talked many hours by phone and in person about children, life in general. Often, she encouraged me to read books and let my children get good education from great university. We talked about college education in USA since my daughter Seema was at Princeton University and son Bobby was about to go to University of Pennsylvania. Each time we talked about college I used to mention how expensive college education is here. In a nice way mausi used to tell me that I must aim to send Sanjay to Harvard University. I just smiled and said it is not easy to make to Harvard. My answer to her was that most parents wish for it but only few are able to fulfill this.

She never bought my reason but always firmly told me that a mother’s determination help children to focus on getting excellent education and success. Perhaps this is one of the reasons why all her children have achieved awesome higher education. When Sanjay was 10 year old we met Hema mausi at New Delhi. She reminded me that “I must not forget to try hard to send him to Harvard University”. That is the last time we saw her. With grace of universe and hard work Sanjay made to Harvard university for undergraduate study. He worked one year but always wanted to pursue his PhD degree in Economics. Finally, he is awarded his PhD degree from Harvard. When I received the great news today, I thought about Hema mausi a lot. I would have made my first phone call to her and told her that mausi, “Sanjay did it what you wished for him to do”. She is not in our world for me to share this news. When taking my walk, I looked up and saw in the white cloud there was a blue woman with a saree. There she is smiling at me. Maybe it is my scattered imagination. I am sure she would have happy to get this news.

I often think about her a lot when I ponder in my thoughts fondly. She always encouraged me to write my anecdotes which I do most of the time in my FB postings. I wonder if she would have liked them. She was very loving yet can say things bluntly as she sees them. I remember how firmly, with confidence she told me that it is up to mothers to mold their children to do things well no matter how difficult the task is! She did not take no for answer and told me that I must do everything to send my son Sanjay to Harvard. With her blessings, Sanjay’s hard work and kindness of the universe it became possible. Wish she was here to share this happiness with us. I know that she is always watching out for me because she loved me and my family. Sharing picture of Sanjay with my dear “Hema Sasyar Hema Mausi” when he was a baby and at New Delhi when we saw her for the last time.