Thoughts about being grateful on Thanks Giving Eve.

ସବୁ ଅଳି ଝଳି ମୋର ପ୍ରବୋଧିଲ l
ଖରା ବରସାରେ ହେଲ ସାଥି ମୋର
ଭାବିଲନି କେବେ ମତେ ବୋଲି ତଳ l
ଆଗକୁ ଚାଲିଲି ମୁଁ ମାଡି ମାଡି
ନିତି ଦିନ ଘର ଜଞ୍ଜାଳରେ ବୁଡି l
ତୁମେ ଭରିଦେଲ ମୋ ମନରେ ହସ
ପ୍ରୀତି ପିୟୁଷରେ ହେଲା ମନ ମୁଗ୍ଧ l
ସାରଥୀ ହୋଇଣ ମୋ ମନ ରଥରେ
ଧୀରେ ଦୂର କଲ ସଂଶୟ ସତରେ l
ଛାଇ ପରି ସଦା ଥାଅ ମୋ ପାଖରେ
ଏତିକି ମାଗୁଛି ପ୍ରଭୁ ପାଦ ତଳେ l