
କୁଣିଆ ଆସିଲେ ଦେଖିବେ ବୋଲି l
ଭାଉଜ ଡାକିଲେ ଚନ୍ଦୁ ହେ ଶୁଣ
ପିନ୍ଧି ଦିଅ ଶାଢ଼ୀ ଧୋଇଣ ମୁହଁ l
ମୁଣ୍ଡରେ ଲଗାଅ ନାଲି ଟିକିଲି
ପଛକୁ କାନିଟା ଦିଅ ମ ଛାଡି l
ଗପୁଡି ନଣନ୍ଦ ମୋ କଥା ଶୁଣ
ବେଶୀ ହେବ ନାହିଁ ଗଡ଼ର ଗଡ଼ l
ହାତରେ କପ୍ ପ୍ଲେଟ ଧରି
ଗଲି ସେ ଘରକୁ ଧିରି କରି l
ନମସ୍କାର ଟିଏ ଦେଲି ପକାଇ
କହିଲେ ସୁଧାଂଶୁ ବସ୍ ବୋଲି l
ପଚାରିଲେ ମତେ କଣ ପଢ
ଆରମ୍ଭ କଲି ମୁଁ ମୋ ପୁରାଣ l
ମନ ମୋର ଅଛି ପଢ଼ିବି ବୋଲି
ବାପା କିନ୍ତୁ ବସି କରନ୍ତି ଜିଦି l
ତାଙ୍କ କାମ ସିଏ ସାରିବେ ବୋଲି
ଖୋଜି ବୁଲୁଛନ୍ତି ଜୁଆଇଁ ନିତି l
ଭାଇନା ପଶିଲେ ଆସି ସେ ଘରେ
ମୁଁ ଚାଲି ଗଲି ତର ତରରେ l
ସେଦିନ ରାତିରେ ବସି ଭାବିଲି
ନଭାବି ନଚିନ୍ତି ଗୁଡ଼େ କହିଲି l
ନିଶ୍ଚୟ ଆସିବ ମନା ସେପଟୁ
କିଏ ବାହା ହେବ ଗପୁଡି ଟାକୁ l
ଦିନ ବଦଳିଲା ମାସ ହୋଇଣ
ଅନାଇ ଥାଏ ମୁଁ ପାଇଁ ଉତର l
ଦେଖିଲି ଡାକିଆ କହିଲା ଡାକି
ଶତପଥି ବାବୁ ହେ ଚିଠି ଆସିଛି l
ଦିଅ ବକ୍ସିସ୍ ଟା ଆଗ ହାତରେ
ଶୁଭ ଖବରଟି ଦେଵି ମୁଁ ପରେ l
ଭାଉଜ ଆସିଲେ ରୋସେଇ ଘରୁ
ମୁଁ ଶୁଣୁ ଥିଲି ସବୁ ଭିତରୁ l
ମୁଣ୍ଡିଆ ମାରିଲି ଠାକୁରାଣୀଙ୍କୁ
ପାଶ୍ ହୋଇଗଲି ତାଙ୍କ ଦୟାରୁ l
ଲେଖିକା : GFPS (ଗାର୍ଲ ଫ୍ରମ୍ ପଥୁରିଆ ସାହି )