–ମୋ ସ୍ମୃତିରୁ ଛୋଟ କଥା ଟିଏ: ପ୍ରଥମ ସ୍ନୋ ଆଉ ଫ୍ରୀନ୍ଜ଼ ଷ୍ଟାଇଲ ବାଳର (ସାଧନା କଟ)ଅଭିଜ୍ଞତା— By GFPSP (A girl From Pathuria Sahi Puri)

💕ଆଜି ଏଠି ଏବର୍ଷର ପ୍ରଥମ ତୁଷାର ପାତ ହେବା ଦେଖି ମୋର ସ୍ମୃତିରୁ ଛୋଟ କଥା ଟିଏ ମନେ ପଡି ଗଲା: 💕


ପ୍ରଥମ ସ୍ନୋ ଆଉ ଫ୍ରୀନ୍ଜ଼ ଷ୍ଟାଇଲ ବାଳର (ସାଧନା କଟ୍) ଅଭିଜ୍ଞତା— By GFPSP (ଗାର୍ଲ ଫ୍ରମ ପଥୁରିଆ ସାହି ପୁରୀ )


ମୁଁ ପ୍ରଥମ କରି ଆମେରିକାକୁ ଆସିଲି ସେପ୍ଟେମ୍ବର ମାସରେ। ସେତେବେଳେ ଆମେ ଚିକାଗୋରେ ରହୁଥିଲୁ। ସେଠି ସ୍ନୋ ବହୁତ ପଡେ l ଆଗରୁ ମୁଁ ଆମ ହିନ୍ଦୀ ଫିଲ୍ମରେ ସ୍ନୋର ସିନ୍ ଦେଖିଥିଲି। ମୋର ଫେଭ୍ ହୀରୋଇନ ସାଧନାକୁ ଆରଜୁ ଫିଲ୍ମ ରେ ଦେଖିଲା ପରେ ଆମ ସାଙ୍ଗ ମାନେ ତା ଭଳି ବାଳ କଟା ଆରମ୍ଭ କରିଦେଲେ। ମୋର ବି ବହୁତ ମନ ଥିଲା ସାଧନା ଭଳି ବାଳ କାଟି କାନି ଛାଡି କଲେଜ ଯିବା ପାଇଁ। ବାପା ଆଉ କୁନା ଭାଇନା କାଳେ ଜାଣିଲେ ଵିଧା ଟିଏ ଦେବା ଡରରେ କଇଁଚିକୁ କେତେ ଥର ହାତରେ କପାଳ ପର୍ଯ୍ୟ୍ତ ନେଲେ ବି କିଛି ନିର୍ଣ୍ଣୟ କରି ପାରିନଥିଲି। ତେବେ ଚାଉଳିଆ ଗଛରେ ଚଢି ଗପ ବା କବିତା ବହି ପଢିଲା ବେଳେ କେତେଥର ଭାବିଚି ମୁଁ କେମିତି ଦେଖାଯିବି ସାଧନା ଭଳି ବାଳ କାଟିଲେ? ସେ ଭାବନା ସବୁ କେବଳ ଗଛ ଉପରେ ଛାଡି ଚାଲିଆସେ।

ଦିନେ ସକାଲୁ ଉଠିଲା ବେଳକୁ ଅଳ୍ପ ଅଳ୍ପ ସ୍ନୋ ଆକାଶରୁ ପଡିବା ଦେଖିଲି। ଏହା ପୂର୍ବରୁ କେବେ ସତ ସ୍ନୋ ପଡ଼ିବା ଦେଖି ନଥିଲି। ସେତେବେଳେ ଇଣ୍ଟରନେଟ୍ ନଥିଲା କହିଲେ ଚଳେ। ମୋର ବି ଭୂଗୋଳ ଇତ୍ୟାଦିରେ ଏତେ ଜ୍ଞାନ ନଥିଲା। କେବଳ ଯାହା ଦରକାର ପଢା ପାଇଁ ତାହା, ଘୋଷି ଘୋଷି ଭଲ ନମ୍ବର ପରୀକ୍ଷ୍ୟାରେ ଆଣୁଥିଲି। ଆମ ପୁରୀ ବା ମୁମ୍ବଇରେ (ଯୋଇଠି ମୁଁ ଆଗରୁ ଥିଲି) କେବେ ସ୍ନୋ ପଡ଼େନି। କେବଳ ସିନେମାରେ ସ୍ସ୍ନୋ ଦେଖିଥିଲି ଆଉ ହିରୋଇନ ମାନେ ଲୁଗା ବା ଡ୍ରେସ ପିନ୍ଧି ସ୍ନୋରେ ଗୀତ ଗାଇ ଚାଲୁଥିଲେ ହିରୋଙ୍କ ସାଙ୍ଗେ । କେବେ କେବେ ତାଙ୍କ ଦେହରେ କେବଳ ନାଇଲନ୍ ଶାଢ଼ୀ ବା ଡ୍ରେସ୍ ଟିଏ ଥାଏ। ମୋର ଜ୍ଞାନ ନଥିଲା ଯେ ସିନେମାଟିରେ ସ୍ଥିତି ଗୁଡିକ ଯୋଡି, ଯାଡ଼ି କରି ଫିଲ୍ମଟି ତିଆରି ହୋଇଥାଏ ବୋଲି । ମୁଁ ଭାବେ ସତେ ଯେମିତି ସାଧନା ବିଚାରି ଶୀତରେ ଥରୁ ଥିଲେବି ଆମ ମାନଙ୍କ ପାଇଁ ସୁଟିଙ୍ଗ୍ କରୁଥିଲେ ଘଣ୍ଟା ଘଣ୍ଟା ଧରି ସ୍ନୋରେ। ଆକାଶରୁ ସତରେ ସ୍ନୋ ପଡିବା ଦେଖି ମୋର ସାଧନା ଯିଏ କି ମୋର ସବୁଠୁ ଫେଂଭରିଟ୍ ହିରୋଇନ ଥିଲେ, ତାଙ୍କ କଥା ମନେ ପଡିଲା। ସିଏ କେମିତି ଆରଯୁ ସିନେମାରେ ସ୍ନୋ ରେ ବୁଲି ବୁଲି ଗୀତ ଗାଉ ଥିଲେ।ଇତି ମଧ୍ଯରେ ମୁଁ ଦିନେ ନିଜେ କତୁରୀ ନେଇ ମୋର ଆଗ ପଟ ବାଳ ଫ୍ରୀନ୍ଜ଼ ଷ୍ଟାଇଲ୍ ରେ କାଟିଥିଲି l


ଝରକା ପାଖରୁ ଓଟ ପରି ବେକ ଲମ୍ବେଇ ଦେଖିଲି କପା ଫୁଲ ପରି ଧଳା ଧଳା ହାଲକା ସ୍ନୋ ଆକାଶରୁ ପଡି ଆମ ଘର ଚାରିପଟେ ଧଳା କାର୍ପେଟ ପଡିଲା ପରି ଲାଗୁଥିଲା। ସୁଧାଂଶୁ ଓ ପିଲାମାନେ ଉଠି ନଥିଲେ। ଯୌବନ ସମୟରେ ସବୁ ବେଳେ ସାଧନା ପରି ବାଳ କାଟି ବରଫ ରେ ବୁଲିବାକୁ ମୋର ଭାରି ମନ ଥିଲା। ଭାବିଲି ଏବେ ତ ବାପା ବା ଭାଇନା ନାହାନ୍ତି। ସୁଧାଂଶୁ ମତେ କେବେ କିଛି ଏସବୁ ଥିରେ କହନ୍ତିନି । ମୁଁ ନିଜେ ଯାହା ଇଛା କରେ ପ୍ରାୟ ତା କରେ । ମାକ୍ସି କାଢି ଶାଢ଼ିଟି ପିନ୍ଧି ଚପଲ ହଳେ ଗଳେଇ ଦେଲି। ତାପରେ ବାହାରକୁ ଜଲ୍ଦି,ଜଲ୍ଦି ଡେଇଁ ଡେଇଁ ଗଲି। ବୋଧେ ଖୁସିରେ “ବେଦର ଦି ବଲମା ” ଗୀତଟି ଗୁଣୁ ଗୁଣୁ କରି ଗାଉ ଥିଲି ଯେମିତି ସାଧନା ଆରଯୁ ଫିଲ୍ମରେ ଗାଇ ଥିଲେ।
ଯେମିତି କବାଟ ଖୋଲି ପନ୍ଦର କି ଷୋହଳ ପାଦ ଯାଇ ଥିଲି ଭାରି ଥଂଡା ଲାଗିଲା। ଭାବିଲି ଠିକ୍ ହୋଇଯିବ। ଖବର କାଗଜ ବାହାରେ ପଡିଥିଲା। ତାକୁ ଆଣିବାକୁ ଆଉ ଦଶ ପାଦ ଆଗକୁ ଗଲି। ଗଲା ବେଳେ ମୋ ନୂଆ କାଟିଥିବା ଫ୍ରୀନ୍ଜ଼ ଷ୍ଟାଇଲ ବାଳକୁ ବି ଟିକିଏ ହାତରେ ଛୁଇଁ ଦେଉ ଥାଏ। ପବନରେ ଉଡି ଯାଇ ଏପଟ ସେପଟ ନହେଉ ବୋଲି। ପାଞ୍ଚ ମିନଟ ପରେ ଚପଲ ଯୋଗୁ ଗୋଡ଼ ଭାଇ ଥଣ୍ଡା ଲାଗିଲା। ଭାବିଲି ଘରକୁ ଫେରି ଯିବି। କିନ୍ତୁ ସ୍ନୋ ଏତେ ସୁନ୍ଦର ଦିଶୁ ଥିଲା ଯେ ମନ ହେଉ ନଥିଲା ଘର ଭିତରକୁ ଆସିବାକୁ। ତେବେ ମୋ ପୁଅ ବୋଧେ ଉଠିଲା ଆଉ ମମି, ମମି ବୋଲି ଡାକ ଛାଡିଲା । ମୋର ସାଧନା ହେଵା ପ୍ରସାଧନ ସେଇଠି ସରେଇ ଘରକୁ ଜଲ୍ଦି ଆସିଲି। ଗୋଡ଼ ଥଂଡା ଯୋଗୁ ଚାଲିଲେ ବି କିଛି ଅନୁଭବ କରି ପାରୁ ନଥିଲି।


ଘର ଭିତରେ ପଶି ଆଗ ଗୋଡ଼ରେ ଗରମ ପାଣି ସେକ ଦେଲି ତଉଲିଆ କୁ ଗରମ ପାଣିରେ ବୁଡାଇ l ଆଉ ମୋଜା ଯୋଡିଏ ପିନ୍ଧିଲି। ପିଲାମାନେ ସ୍କୁଲ ଓ ସୁଧାଂଶୁ କାମକୁ ଗଲେ ସକାଳ ଜଳଖିଆ ଖାଇଲା ପରେ। ଦୁଇ ପହର ବେଳକୁ ମୋ ଦେହରେ କମ୍ପ ଆସିଲା ପରି ଲାଗିଲା।ସ୍ନୋ ଦିନସାରା ଧୀରେ ଧୀରେ ପଡୁ ଥାଏ। ମୁଁ ଝରକା ପାଖରେ ଖଟ ଉପରେ ବସି କମ୍ବଳ ଘୋଡେଇ ହୋଇ ବାହାରକୁ ଦେଖୁଥାଏ। ଭାବୁ ଥାଏ କିଏ ଟିକିଏ ଚାହା କରି ଦିଵନ୍ତାକି? ମନକୁ ବୁଝେଇ କହିଲି ଏଠି ତ କୁଆ ବା କୋଇଲି ଟିଏ ନାହିଁ। କିଏ ଚାହା କରିବ? କୌଣସି ମତେ ଧିରୀ, ଧିରୀ ରୋଷେଇ ଘରକୁ ଯାଇ କପେ ଚାହା ଅଦା ପକାଇ କଲି। ପାଉଁରୁଟି ଖଣ୍ଡେ ସେକି ଖାଇଲି। ପିଲା ମାନଙ୍କ ବେଳ ହେଲା ସ୍କୁଲରୁ ଫେରିବାକୁ। ତାଙ୍କ ପାଇଁ ଦୁଆରଟା ଖୋଲିଦେଇ ଆସି ସୋଫା ଉପରେ ଲମ୍ବମାନ ହୋଇ ଶୋଇଗଲି। ସେମାନେ ଆସିଲା ପରେ ଝିଅକୁ କହିଲି ବିଷକୁଟ ଦୁଇ ଖଣ୍ଡ ଖା,ଆଉ ଭାଇକୁ ବି ଦୁଇ ଖଣ୍ଡ ଦେ। ମୂଁ ଦୁଧ ଗରମ କରି ଡାକିବି। ଆଉ ହୋସ୍ ନାହିଁ ମୋର ତାପରେ । ବାଉଳା ଚାଉଳା ହେଲାରୁ ଝିଅ ତା ପାପାକୁ ଅଫିସରରେ ଫୋନ କଲା। ସୁଧାଂଶୁ ଅଧ ଘଣ୍ଟେ ପରେ ଆସି ପହଂଚିଲେ । ତାଙ୍କୁ ଦେଖି ମୋ ମନରେ ଭରସା ଆସିଲା। ନହେଲେ ସାନ ପିଲା ଦୁହେଁ ଡରି ଯାଇ ଥିଲେ ମୋ କମ୍ପ ଆଉ ବାଉଳା ଚାଉଲା ଶୁଣି ।


ଦେହ ହାଣ୍ଡିରେ ଧାନ ପଡି ଲିଆ ଫୁଟିଲା ପରି ପରି ତାତି ଯାଇ ଥିଲା। ସୁଧାଂଶୁ ଠିକ୍ କଲେ ରାତି ଆସିଲାଣି। ଜ୍ୱରଟା ବଢି ଚାଲିଥିଲା। ଆମେ urgent Care କୁ ଗଲୁ। ଡାକ୍ତର ଦେଖି କହିଲେ ଏଇଟାତ ଭାଇରାଲ୍ ନିମୋନିଆ ।ଆଣ୍ଟିବାଓଟିକ ପ୍ରେସକ୍ରାଇବ୍ ହେଲା। ଆମେ ରାତି ଦଶଟାରେ ଘରକୁ ଫେରିଲୁ ।ପିଲା ଦୁଇ ଜଣଙ୍କ ଆଖି ନିଦରେ ଟୁଳୁ, ଟୁଳୁ ହେଉଥାଏ l ଆମର ସେତେବେଳେ ହେଲଥ୍ ଇନ୍ସୁରାନ୍ସ ହୋଇନଥାଏ। କମ୍ପାନିରେ ଛ ମାସ କାମ କଲା ପରେ ଇନ୍ସୁରାନ୍ସ ମିଳେ ପତ୍ନୀ ଆଉ ପିଲାଙ୍କୁ ସେତେବେଳେ ସୁଧାଂଶୁଙ୍କ କମ୍ପାନୀ ରେ। ସବୁ ମିଶି ସତାବନ ଡ଼ଲାରର ବିଲ୍ ଆସିଲା । ତାପରେ ଓଷଧ ଖର୍ଚ୍ଚ ଅଲଗା ଦିଆହେଲା।


ଘରକୁ ଆସିଲା ପରେ ସୁଧାଂଶୁ ପଚାରିଲେ ଏସବୁ କେମିତି ହେଲା ହଠାତ୍ ?ମୂଁ କହିଲି, କେମିତି ମୁଁ ସାଧନା ପରି ସ୍ନୋ ରେ ଯାଇ ବିନା ଜୋତା ମୋଜା ରେ ଚପଲ୍ ରେ ବୁଲି ଆସିଲି ଘେରେ ସକାଳେ। କିଛି ନକହିବା ଲୋକ ସିଏ। ମୋ କଥା ଶୁଣି କହିଲେ ଯୋଡିଏ ପିଲାର ମା ହେଲା ପରେ ତୋର ସାଧନା ହେବାକୁ ନକଲ କରିବା କଣ ଦରକାର? ମୁଣ୍ଡରୁ ବୁଦ୍ଧି କୁଆଡେ ଗଲା? ସେଇ ଦିନଠୁ ମୋର ସ୍ନୋରେ ଚାଲିବାର ଇଛା ଶେଷ ହେଲା। ଆଉ କେବେ ଫ୍ରୀନ୍ଜ଼ ହେୟାର କରିବାକୁ ସାହସ କରିନି। ଏବେ ଭାବେ ସତରେ ମୁଁ କେତେ ସରଳ ଥିଲି। ଏବେତ ଯୋଉ ଲୋକ ମାନେ ଆସୁଛନ୍ତି ସବୁ ଜାଣିଛନ୍ତି ଇଣ୍ଟରନେଟ ଦ୍ୱାରା ଆଗରୁ l ଏବେ ଯେବେ ଏଠି ବର୍ଷର ପ୍ରଥମ ସ୍ନୋ ଆସେ ମୁଁ ମନେ ପକାଇ ହସେ “ମୁଁ ଆଉ ମୋର ଫେଭ୍ ରିଟ ସାଧନା ହେବା ପାଇଁ ଚେଷ୍ଟା।”

ଗାର୍ଲ ଫ୍ରମ ପଥୁରିଆ ସାହି ପୁରୀର ସ୍ମୃତିରୁ ଗୋଟିଏ ପେଜ୍: ମୋର କବି ମାୟାଧର ମାନସିଂହଙ୍କ ଧୂପ କବିତା ବହିଟି ପଢିବାର ଇଛା ଓ ସଙ୍ଘର୍ଷ

କବିତା ଆଉ ଗଳ୍ପ ପଢିବା ପାଇଁ ମୁଁ ସବୁବେଳେ ଇଛୁକ ଥିଲି। ବେଶୀକରି ପ୍ରେମି ଓ ପ୍ରେମିକାଙ୍କ ମିଳିବା ଆଉ ବିସନ୍ଧି ହେବାର କବିତା ମତେ ବହୁତ ଭଲ ଲାଗେ। ଖରାଦିନେ ମୁଁ ଆମ ବାଡ଼ି ଆଡ଼ ଚାଉଳିଆ ଗଛର ଡାଳରେ ଚଢି ବହିଖଣ୍ଡେ ଧରି ବସିଯାଏ। ପ୍ରାୟ ଚାରି ବା ପାଞ୍ଚ ଘଂଟା କେମିତି କଟିଯାଏ ଜଣା ପଡ଼େନି। କବିତା ପଢିଲା ବେଳେ ମୁଁ ମନେ ମନେ କବିତାର ନାୟିକା ହୋଇଯାଏ ନହେଲେ କୋଣାର୍କର ମୂର୍ତି ହୋଇଯାଏ। କେବେ କେବେ କାହାର ମା ବା ଭଉଣୀ ହୋଇଯାଏ। ଏଭଳି ମେକ ବିଲିଭ କରି ମୋ ମନରେ ଯାହା ସବୁ ଇଛା ଥାଏ ତା ପୂରଣ କରେ। ଥରେ ମୁଗଲେ ଆଯ଼ାମ ସିନେମା ଦେଖିଲା ପରେ ଭାବିଲି ରାଜାଙ୍କ ପ୍ରେମିକା ହେଵା ଭାରି କଷ୍ଟ କିନ୍ତୁ ପ୍ରେମ ହେଲେ ଏମିତି ହେଲେ ଭଲ। ପୁଣି ନିଜେ ଉତ୍ତର ଦିଏ କାହିଁକି ଭଲ? ଭାବେ ସଲିମ ସାଙ୍ଗେତ ବସିବି। ନର୍ତ୍ତକୀ ମାନେ ନାଚୁ ଥିବେ ଓ ବହୁତ ଜେର୍ଲସ ହେଉଥିବେ ଯେ ମୁଁ ରାଣୀ ହୋଇ ବସିଛି, ବିଚରା ସେମାନେ ନାଚି ନାଚି ଥକୁଛନ୍ତି। ଅନାରକଲି ବିତ ସେମାନଙ୍କ ଭଳି ନର୍ତ୍ତକୀ ଥିଲା। ଏବେ ଭାବୁଛି ଏଇ ଜେର୍ଲସ ହଵା ଆଉ ଅଭିମାନ କରିବା ଗୁଣଟି ମୋ ଭିତରେ ବର୍ତ୍ତମାନବି ଭର୍ତି ହୋଇ ଅଛି। ନହେଲେ କିଏ ମୋ ପୋଷ୍ଟ ନପଢିଲେ ମୋ ମନରେ ଏତେ କୋହ କାହିଁକି ହୁଏ? ରାଗି ବି ଯାଇ ଅଭିମାନ କରେ। ବାରମ୍ବାର ଯୁମ୍ବା ଡାନ୍ସ କ୍ଲାସରେ ୱାଟର ବ୍ରେକ ବେଳେ ଫୋନ୍କୁ ଦେଖେ? ଭାବେ କାଳେ ମୋ ଲେଖାରେ କିଏ ଇମୋଜୀ ବା କମେନ୍ଟ ଛାଡ଼ିଥିବ? ଛାଡ଼ ସେ ସବୁ, ମୁଁ ତ ମନେପକାଉଛି ଆଜି ମୋର ସବୁଠୁ ଫେଂଵ ଲେଖକ ମାୟାଧର ମାନସିଂହଙ୍କୁ। ସିଏ ଲେଖିଥିବା ଧୂପ କବିତା ବହି ପଢିବା ପାଇଁ ମୋର ବହୁତ ମନ ଥିଲା। ଆସନ୍ତା କଲି ପତ୍ରିକା ରେ ଗୋଟିଏ , ଦୁଇଟା କବିତା ପଢିଲା ପରେ ଭାବିଲି କେମିତି ହେଲେ ଵହିଟା ପଢ଼ିବି।

ଆମ ସାଇ ଝାଡ଼ୁଆଣି ଲାଇବ୍ରେରୀ ରେ ସେଇ ବହିଟି ନଥିଲା। ସମୁଦ୍ର କୁଳ ରାମକୃଷ୍ଣ ଲାଇବ୍ରେରୀ ଦୂରରେ ଥିବା ଯୋଗୁ ବାପା ଛାଡ଼ିବେନି। ଯଦି ପଢା ବହି ହୋଇ ଥାଆନ୍ତା ତାହାଲେ ଅବା ଭାଇନା ସାଙ୍ଗେ ଯାଇ ପାରନ୍ତି। ବାପା ତ କବିଙ୍କ ପ୍ରେମ କବିତା ପଢିବା କଥା ଶୁଣିଲେ ବହୁତ ଚିଡ଼ିବେ। ଖରା ଛୁଟି ନିକଟ ହୋଇ ଆସୁଥାଏ। ମୋ ସାଙ୍ଗମାନେ କିଏ କିଏ ତାଙ୍କ ଗାଁ କୁ ବୁଲିବାକୁ ଯିବାର କଥା କହୁଥାଆନ୍ତି। ମୋ ସାଙ୍ଗ ବାସନ୍ତୀ ଉଷା ସିଲେଇ କ୍ଲାସ ରେ ସିଲେଇ ଶିଖିଵ ବୋଲି କହୁ ଥିଲା। ମୂଁ କିଛି ଉପନ୍ୟାସ ଆଉ କବିତା ପଢିବାକୁ ଭାବୁଥିଲି । ମତେ ପିଲାଦିନୁ ଗପ ଓ କବିତା ବହି ପଢିବାକୁ ଭଲ ଲାଗେ। ଏବେବି ସେଇ ଅଭ୍ୟାସ ଛାଡ଼ିନି। ଘରେ ଆଉ କିଛି ପଛେ ନଥାଉ, ବହି ଗୁଡ଼ାଏ ଅଛି।

ଧୂପ ବହିଟିର ମୂଲ୍ୟ ସେତେବେଳେ ଆଠ ଅଣା ଥିଲା। ମନେ ମନେ ଭାବିଲି ବଡ଼ ଭାଇନାକୁ କହିଲେ ହୁଅନ୍ତା। କିନ୍ତୁ ସିଏତ ବୋଧେ ସେପ୍ଟେମ୍ବର ରେ ଆସିବେ ବୋଲି କହୁଥିଲେ । ଖରା ଛୁଟିତ ସରିଯିବ। ଏବ ଭଳିଆ ଫୋନ ର ସୁବିଧା କାହାରି ନଥିଲା। ଚିଠି ଲେଖିଲେ ଡେରି ହୋଇପାରେ ଓ ବାପା ପଚାରି ପାରିବେ କଣ ପାଇଁ ଚିଠି ଲେଖୁଛୁ? ସବୁଦିନ ମନରେ କିଛି ଉପାୟ କରିବାକୁ ଭାବେ, କେମିତି ଆଠ ଅଣା ଏକାଠି କରିବି ଆଉ ବହିଟା କିଣିବି।

ଅରକ୍ଷିତଙ୍କୁ ଦିବ ସାହା। ଆମ ସାହିର ସମସ୍ତେ ପ୍ରାୟ ବାହାର ନଳରୁ ପିଇବା ପାଇଁ ପାଣି ଆଣୁ ଥିଲେ। ବାକି ସବୁ କାମ ଘର କୂଅ ପାଣିରେ ହୁଏ। ମୁଁ ସବୁ ଦିନ ଦୁଇ ବା ତିନି ଗରା କଳ ପାଣି ବାହାରୁ ଆଣେ ପିଇବା ପାଇଁ । ସେଇଟା କାମ ଆଉ ଠାକୁରଙ୍କ ପାଇଁ ଫୁଲ ତୋଳିବା ମୋର କାମ ଥିଲା। ପାଣି ଗରାରେ ଭର୍ତି କଲା ବେଳେ ଦିନେ ମୋ ସାଙ୍ଗ ବାସନ୍ତୀ କହିଲା ଚନ୍ଦୁ, ଜାଣିଚୁ ଟିକି ନାନୀଙ୍କ ଗୋଡ଼ ଭାଙ୍ଗି ଯାଇଛି। ସିଡିରୁ ଖସି ଗଲେ ଶୁଖିଲା ଲୁଗା ତାରରୁ କାଢୁ କାଢୁ। ଟିକି ନାନୀଙ୍କ ଘରେ ଆଉ କେହି ନଥାନ୍ତି। ଘର କାମ ତାଙ୍କର ଠିକା ଚାକିରାଣୀ କରିଦିଏ। ସିଏ ନିଜେ କଳରୁ ପାଣି ନିଅନ୍ତି। ରୋଷେଇ ବି ସିଏ ନିଜେ କରନ୍ତି । ଏକଥା ଶୁଣି ମନଟା ଭଲ ଲାଗିଲାନି।ମୁଁ ତାଙ୍କ ପାଇଁ କେବେକେବେ ପାଣି ଆଣି ଦଉଥିଲି। ଭାବିଲି ପଚାରି ଆସିବି ଯଦି କଣ ଦରକାର ହୁଏ ମତେ କହିବେ ବୋଲି। ମତେ ଦେଖି ଟିକି ନାନୀ କହିଲେ ଚନ୍ଦୁ ତୁ ଆସିଲୁ ଭଲ କଲୁ। ମୁଁ ତୋ କଥା ଭାବୁଥିଲି। ମତେ କିଛିଦିନ ତୁ ପାଣି ଆଣି ଦବୁ। ମୁଁ ସଙ୍ଗେ ସାଙ୍ଗେ ରାଜି ହୋଇ ଗଲି। ଆମର କଥା ହେଲା ଟିନ ବାଲ୍ଟି ପାଣି ପାଇଁ ସିଏ ମତେ ଗୋଟିଏ ଅଣା ଦେବେ। ତାଙ୍କ ଘର ଟିକିଏ ଦୂର ଥିଲା ବାହାର ନଳ ଥିବା ଜାଗାରୁ। ତେବେବିମୁଁ ଖୁସି ହୋଇଗଲି ଯେ ଏଥର ଧୂପ ବହିଟି କିଣି ପାରିବି। ଜୁନ ମାସରେ ପୁରୀରେ ଖରା ବହୁତ। ତଥାପି ମୁଁ ଆଠ ଦିନ ଏକାଦିକ୍ରମେ ପାଣି ନେଇ ଟିକି ନାନୀଙ୍କ ଘରେ ଦେଲି। ପ୍ରାୟ ଅଧ କିଲୋମିଟର ଦୂର ତାଙ୍କ ଘର ଥିଲା। ଆମ ଘର ପାଇଁ ତିନି ଗରା ପାଣି ଆଉ ତାଙ୍କ ଘର ପାଇଁ ସେତିକି ପାଣି ଟେକି ନେଲା ବେଳକୁ କଷ୍ଟ ହେଉଥିଲା।ମୁହଁରୁ ଝାଳ ବୋହି ପଡୁଥାଏ l

ତେବେ ଯେତେ ବେଳେ ଭାବିଦିଏ ମୁଁ ଵହିଟା କିଣି ପଢ଼ିବି ବୋଲି ସବୁ କଷ୍ଟ ଭୁଲିଯାଏ। ଆଠ ଦିନ ପରେ ଟିକି ନାନୀଙ୍କ ଗାଁ ରୁ କିଏ ଜଣେ ଲୋକ ଆସି ରହିଲେ ତାଙ୍କ ପାଖେ ସାହାଯ୍ୟ କରିବାକୁ। ସେଇ ଦିନ ଟିକି ନାନୀ ତାଙ୍କ କାନିରେ ବନ୍ଧା ହୋଇଥିବା ଗଣ୍ଠିରୁ ଗୋଟିଏ ଆଠଣି କାଢି ମୋ ହାତକୁ ବଢ଼େଇ ଦେଲେ। କହିଲେ ରଖ, ଚେନାଚୁର ଆଉ ମିଠେଇ ଖାଇବୁ। ମୁଁ ମୁଣ୍ଡ ତଳକୁ କରି କହିଲି, ନାଇଁ । କବି ମାନସିଂହ ଙ୍କର ବହି ଖଣ୍ଡେ କିଣିବି ବୋଲି ଠିକ କରିଛି। ଟିକି ନାନୀ ମୋ ମୁଣ୍ଡରେ ହାତ ବୁଲେଇ କହିଲେ, ମା ଛେଉଣ୍ଡ ପିଲାଟା କଥା କିଏ ବୁଝୁ ନାହାନ୍ତି। ମୁଁ ଭୋକିରି କାନ୍ଦି ପକେଇଲି । ଭାବିଲି ସତରେ ବୋଉ ଥିଲେ ନିଶ୍ଚେ କବିତା ବହି ଖଣ୍ଡକ କିଣି ଦେଇ ଥାଆନ୍ତା। ତାପରେ ହସି କହିଲି ଆଜି ବଡ଼ଦାଣ୍ଡ ଯାଇ ଵହିଟା କିଣିଆଣିବି। ଖରା ଛୁଟି ସରିବାକୁ ଆଉ ସପ୍ତାହେ ବାକି ଥିଲା।

ସେ ଗ୍ରୀଷ୍ମ ଛୁଟିଟା ମୋର ବହୁତ ଭଲରେ କଟିଲା। ସବୁ ଦିନ ଦ୍ବି ପହରେ ଚାଉଳିଆ ଗଛରେ ଚଢି ଚାଉଳିଆ ଖାଏ ଆଉ ଧୂପ ବହିରୁ କବିତା ପଢେ। ମୋର ସେ ସବୁ କବିତା ଏବେବି ମନେ ଅଛି। ବହୁତ ଦିନ ପରେ ଧୂପ ବହିଟି ଆମେରିକାରେ ପୁଣି ଛପା ହେଲା ଆଉ ଜଣେ ମତେ ସେ ବହିଟି ଉପହାର ଭାବରେ ଦେଲେ । ପୁଣି ବହିର ପୃଷ୍ଠା ଗୁଡିକ ଓଲଟାଇ ଛୁଇଁଲି। କିନ୍ତୁ ସେ ପୁରୁଣା ମ୍ୟାଜିକ ଅନୁଭବ ହେଲାନି। ଭବିଲି ବୋଧେ ସେତେବେଳେ ମୁଁ ଛୋଟ ଥିଲି ଆଉ ସବୁ କଥା ରେ ପ୍ରେମ, ଉମଂଗ, ଉଦ୍ବେଗ ରହିଥିଲା। ଜୀବନ ଜଞ୍ଜାଳରେ ଏବେ ମୁଁ ଆଉ ସେତେ କବିତା ପଡ଼ୁନି। ଆଉ ଅନାରକଲି ବା ନାୟିକା ହେବାର ସ୍ବପ୍ନ ନାହିଁ ।

ଲେଖିକା; ଚନ୍ଦ୍ରା ମିଶ୍ର : GFPSP (ଗାର୍ଲ ଫ୍ରମ ପଥୁରିଆ ସାହି ପୁରୀ)

ମନେ ପଡେ ପଥୁରିଆ ସାହିରେ ରାମାୟଣ ପଢିଲା ବେଳେ ମୋ ମନରେ ଆସୁଥିବା ପ୍ରଶ୍ନ ରାବଣଙ୍କ ଦଶ ଶିର ବିଷୟରେ ଆଉ ପୁରାଣ ପଢା ପାଇଁ ଥିବା ଭୋଗ ବୁନ୍ଦିଆ ଉପରେ ମୋର ଦୃଷ୍ଟି 30Dec 2020


 

କିଛିଦିନ ହେଲା ନିୟମିତ ଭାବେ ଫେସ ବୁକରେ କୃପାସୀନ୍ଧୁ ବାବୁଙ୍କ ପୋଷ୍ଟିଙ୍ଗ ଅଭିଶପ୍ତ ଦ୍ୱାରପାଳ ପଢ଼ିବାର ସୁଯୋଗ ମିଳିଯାଇଛି। ମନ ମୋର ଭାରି ଖୁସି। ବହୁତ ଦିନରୁ ଭାବୁଥିଲି ଆମ ପୁରାଣ ସବୁ ପଢିବା ପାଇଁ। ପିଲାମାନେ ତ ବଡ଼ ହୋଇ ଗଲେଣି। ଆଉ କାମ ବି ଛାଡି ସାରିଲିଣି। ଏଥର ଯାହା ସବୁ ମନରେ ଅଛି ସେ ସବୁ କରିବି। ନହେଲେ ପ୍ରେତ ହୋଇ ଫେରିବି ଅବଶୋଷ  ରହିଯାଇ ଥିବା ଆଶା ସବୁକୁ ପୁରା କରିବା ପାଇଁ ? ପିଲାଦିନେ ଆମ ପୁରୀରେ କହନ୍ତି ମନରେ ଯାହା ଥାଏ ତାହା ପୁର୍ଣ ନହେଲେ ମଣିଷ ସବୁ ଭୁତ (ପୁରୁଷ ମାନେ) ବା ପ୍ରେତ (ସ୍ତ୍ରୀ ମାନେ) ହୋଇ ଜନ୍ମ ନିଅନ୍ତି। ଆମେ ତ ପୁର୍ନର ଜନ୍ମରେ ବିଶ୍ୱାସ କରୁ।

ଜନ୍ମରେ ବିଶ୍ୱାସ କରୁ।

ଏବେ ରାବଣ ବିଷୟରେ ପୋଷ୍ଟ ଟି ପଢିଲା ବେଳକୁ ମୋର ମନେ  ପଡିଗଲା ପୁରୁଣା କଥା। ଆମ ଘର ଦାଣ୍ଡ ପିଣ୍ଡାରେ ବସି ସବୁ ଦିନ ସନ୍ଧ୍ୟା ବେଳେ ସାଇର ଆଠ ବା ଦଶ ଜଣ ବିଧବା ମାଇପୀ ଏକାଠି ହୋଇ ପୁରାଣ ଶୁଣଂତି। ରାମାୟଣ, ମହାଭରତ, ଭାଗବତ ଇତ୍ୟାଦି। ସବୁଦିନ ପୁରାଣ ପଢା ସରିଲା ପରେ ଭୋଗ ହୁଏ ଓ ସମସ୍ତେ ଖାଇ ଘରବୁ ଯାଆନ୍ତି । ଭୋଗଟା ଜଣେ ଜଣେ  ସ୍ତ୍ରୀ ଲୋକ ଦିଅନ୍ତି ଦିନେ ଦିନେ କରି । ଗୁରୁବାର ଦିନ ଆମ ସାଇର ସୁନ୍ଦ ଦିଦି ଭୋଗ ଦିଅନ୍ତି। ସିଏ ବାଲ୍ୟ ବିଧବା ଥିଲେ। ଓଡ଼ିଆ ହେଲେବି ତାଙ୍କୁ ଆମେ ଦିଦି ଡାକୁ ଥିଲୁ କାହିଁକି ମୁଁ ଜାଣିନି। ବୋଧେ ବାଲେଶ୍ୱରରେ ବାହା ହୋଇଥିଲେ। ବଙ୍ଗାଳି ମାନଙ୍କ ପ୍ରଭାବ ଥିଲା ସେମାନଙ୍କ ଉପରେ ?

ସିଏ ଟିକେ ଧନୀ ଘରର ବୋହୁ ଥିଲେ। ସବୁ ଗୁରୁବାର ଦିନ ତାଙ୍କ ପଟରୁ ବୁନ୍ଦିଆ ଭୋଗ ହୁଏ। ମୋର ବୁନ୍ଦିଆ ସବୁଠୁ ପ୍ରିୟ ମିଠା  ଥିଲା। ତେଣୁ ପୁରାଣ ଆରମ୍ଭ ହେବା ପୂର୍ବରୁ ମୁଁ ସୁନ୍ଦ ଦିଦି ଙ୍କୁ କହି ଗୁରୁବାର ଦିନ ପୁରାଣ ପଢିବାକୁ ଠିକ କରିଦେଇଥାଏ ବୁନ୍ଦିଆ ଲୋଭରେ। ମୋର ପୁରାଣ ପଢ଼ିବାର ଶୈଳୀ ବି ସମସ୍ତେ ପସନ୍ଦ କରୁଥିଲେ l ମୁଁ ଜୋରରେ ବଡ଼ ପାଟିରେ ପଢି ପାରୁଥିଲି l ଜଣେ ଦୁଇ ଜଣ ସେମାନଙ୍କ ଭିତରୁ ଟିକିଏ କମ୍ ଶୁଣିପାରୁ ଥିଲେ l ତେଣୁ ମତେ ଡାକୁଥିଲେ ପୁରାଣ ପଢିବାକୁ l ଯାଣନ୍ତି  ମୁଁ ବଡ଼ ପାଟିଆ ଚନ୍ଦୁ ବୋଲି l ମୁଁ  ବି କହୁଥିଲି କେବଳ ଗୁରୁବାର ଦିନ ପଢ଼ିବି ବୋଲି , ବାକି ଦିନ ପଢା ଅଛି l

ମୋ ଭାଗ୍ୟରେ ରାମାୟଣ ପଢିବାକୁ ହେଲା ଗୁରୁବାର ଦିନ l ମୋର  ମହାଭାରତ ପଢିବାକୁ ମନ ଥିଲା. ଭାବିଲି ବଦଳେଇ ଦେଲେ ଯଦି ସୁନ୍ଦ ଦିଦି ମତେ ଗୁରୁବାର ଦିନ ଦେବେନି ତାହେଲେ ଅନ୍ୟ ମାନଙ୍କ ଠୁ ଆସୁଥିବା ମହନ ଭୋଗ, ଖଇ ଖାଇବାକୁ ପଡିବ। ରାମାୟଣ ପଢା ମୋର ଭାଗ୍ୟରେ ଅଛି ଭାବି ଚୁପ୍ ରହିଲି। ଅନ୍ୟ ପିଲାମାନେ ଆଉ ସବୁ ପୁରାଣ ପଢୁଥିଲେ l

ରାମାୟଣ ପଢା ଆରମ୍ଭରୁ ମତେ ଭଲ ଲାଗିଲା। ଅସୁର, ମାଙ୍କଡ଼ ସେନା ବିଷୟରେ ପଢିଲା ବେଳେ ଭାବେ ଏଇଟା କଣ ସତ? ପୁଣି ଭାବେ, ନାଇଁ ସେମିତି ଭାବିଲେ କାଳେ ରାମ ରାଗି ଯିବେ। ପିଲାଦିନରୁତ ବୋଉ ନାହିଁ। ପୁଣି ଯଦି ଭଗବାନ ରାଗିଯାଇ ବାପାଙ୍କୁ ନେଇଯିବେ ତାହାଲେ ମୁଁ କଣ କରିବି? ସେତେବେଳେ ବୋଧେ ମତେ ଦଶ ବର୍ଷ ହୋଇଥିଲା। ଧୀରେ ଧୀରେ ପ୍ରଭୁ ରାବଣଙ୍କ  ବିଷୟ  ବର୍ଣ୍ଣନା ଆରମ୍ଭ ହେଲା। ଜାଣିଲି ତାଙ୍କର ଦଶଟି ମୁଣ୍ଡ ଓ କୋଡିଏଟି ହାତl ଶୁଣି କାବା ଲାଗେ ? ରାବଣଙ୍କ ସ୍ତ୍ରୀ ଭାରି ଭଲ ଓ ସୁନ୍ଦରୀ ଥିଲେ। ତାଙ୍କ ନାଁ ମନ୍ଦୋଦରୀ l

ସେଇ ବୟସ ବେଳକୁ ମୁଁ ଟିକିଏ ଟିକିଏ ପୁଅ ପିଲାଙ୍କ ବିଷୟ ଜାଣିବାର ସୁଯୋଗ ପାଇଥିଲି। ଆମ ଘର ପଥୁରିଆ ସାହିରେ। ସେଠି ସବୁ ଖଡ଼ି କାମ ତିଆରି ହୁଏ। କୋଣାର୍କ ମନ୍ଦିରରେ ଯେତେ ସବୁ ମୂର୍ତି ଅଛି  ସେ ସବୁ ଆମ ସାହି କାରିଗର ମାନଙ୍କର  ପୂର୍ବ ପୁରୁଷ ମାନେ କରିଥିଲେ ବୋଲି କୁହାଯାଏ। ମୋର ବହୁତ ପଥୁରିଆ ଘର ଝିଅ ମାନେ ସାଙ୍ଗ ଥିଲେ। ସେମାନେ ପ୍ରାୟ ଛୋଟ ଛୋଟ ସ୍ତ୍ରୀ ପୁରୁଷଙ୍କ ମୂର୍ତି କରି ତାକୁ ବିକନ୍ତି। ତାଙ୍କ ବାପା ମାଙ୍କୁ ଘର ଚଳେଇବାରେ ଏହା କିଛି ଆର୍ଥିକ ସାହାଯ୍ୟ ହୁଏ। ମୋ ସାଙ୍ଗ ତୁନିଆ ମତେ ଡାକି ଖଡ଼ି ମୂର୍ତି ସିଏ ଯାହା କରୁଥାଏ ସବୁ ଦେଖାଏ। ଆଜିକାଲି ଯୋଉଟା କୁହାଯାଉଛି ପ୍ରିଟିନ୍ ସେକ୍ସ ଶିକ୍ଷ୍ୟା ସେଇଟା ମୋର ଏଇଠି ବୋଧେ ଆରମ୍ଭ ହୋଇଥିଲା। ଆମ ଘରେ ତରୁଣ ଯୋଡି କେହି ନଥିଲେ। ବାପା, ଜେଜେମା, ମୋ କୁନା ଭାଇନା ଆଉ ମୁଁ।  ତେଣୁ କେବେ କାହାକୁ ସେଭଲି ନିକଟରେ କିସ୍ କରିବା ଦେଖି ନଥିଲି। ଯା ହେଉ ତୁନିଆ ମତେ କହେ କେମିତି ପୁଅ ପିଲା ମାନେ ଓଠରେ କିସ୍ ଦିଅନ୍ତି। ଆଉ ଗାଲରେ ବି ଦିଅନ୍ତି l  ବେଳେ ବେଳେ ଅବାଗିଆ ଲାଗିଲେବେ ଭଲ ଲାଗୁଥିଲା ତା କଥା ଶୁଣିବାକୁ। ତାଙ୍କ ଘରେ ତା ଭାଇ , ଭାଉଜ ସମସ୍ତେ ପଥର ମୂର୍ତି ତିଆରି କରୁଥିଲେ l ତା ପାଇଁ  ଏପ୍ରକାର କିସ୍ କରୁଥିବା ଯୁଗଳ ମୂର୍ତି ଦେଖିବା କିଛି ବଡ଼ କଥା ନଥିଲା l

ସେଦିନ ପଢ଼ିଲି ରାବଣ ମନ୍ଦୋଦରୀଙ୍କୁ ଭଲ ପାଉଥିଲେ। କିନ୍ତୁ ସୀତାଙ୍କୁ ଚୋରି କରି ନେବା ଯୋଗୁ ରାମ ୟୁଦ୍ଧ କରିବାକୁ ବାନର ସେନା ମାନଙ୍କୁଏକାଠି କଲେ। ହଠାତ ମୋ ମନରେ ଆସିଲା ରାବଣଙ୍କର ଦଶ ମୁଣ୍ଡରେ ଦଶଟି ଓଠ ଥିବ ? ତାହାଲେ  ମନ୍ଦୋଦରୀଙ୍କୁ ସିଏ କୋଉ ଓଠ ରେ କିସ୍ କରୁଥିଲେ? ଦଶ ମୁଣ୍ଡ ଯୋଗୁ ଆର ମୁଣ୍ଡ ଗୁଡିକ ଦେହରେ ବାଜି ମନ୍ଦୋଦରୀଙ୍କୁ କଷ୍ଟ. ଦେଉଥିବ? ରାବଣଙ୍କର  ଲମ୍ବା ବାଳର ବି ବର୍ଣ୍ଣନା ପୁରାଣରେ ହୋଇଥିଲା। ମୁଁ ଭାବିଲି ତାଙ୍କର ମୁଣ୍ଡ କୁଣ୍ଡାଇବା ପାଇଁ କେତୋଟି ପାନିଆ ଦରକାର ହେଉଥିବ? ପାନିଆ କେତେବଡ଼ ହୋଈତିବ ? ପୁଣି ଭାବିଲି ବୋଧେ ଚାକରାଣୀ ମାନେ ଦଶାନନଙ୍କୁ ଦଶଟି ପାନିଆ ଧରି ମୁଣ୍ଡ କୂଣ୍ଡେଇ ଦେଉଥିବେ? ରାଜା ଥିଲେ ସିଏ ? ଚାକରଙ୍କର ଅଭାବ ତ ନଥିବ ? ଦିନେ ରାବଣ ଓ ମନ୍ଦୋଦରୀଙ୍କ କିସ୍ ବିଷୟ କଥା ପଚାରିଲି ସୁନ୍ଦ ଦିଦିଙ୍କୁ? ସିଏ ହସି କହିଲେ “ମୁଁ କହିପାରିବି ନାହିଁ”। ତୁ ପରେ ସମୟ ଆସିଲେ ନିଜେ ବୁଝି ଯିବୁ l ତୁ ବୁନ୍ଦିଆ ନେଇ ଘରକୁ ଯା। ସେଦିନ ବୁନ୍ଦିଆ ଖାଇବା ପାଇଁ ବି ମୋର  ମନ ନଥିଲା। ଭାବୁଥିଲି ବିଚାରି ମନ୍ଦୋଦରୀ କେତେ କଷ୍ଟ ପାଉଥିବେ ? ତଥାପି ମନକୁ ବୁଝାଇ ବୁନ୍ଦିଆ ତକ ଧରି ଘରକୁ ଡ଼େଇଁ ଡ଼େଇଁ ଚାଲିଗଲି।

ସେ ଦିନ ମନରେଥିବା ପ୍ରଶ୍ନ ମୋ ସାଙ୍ଗ ତୁନିଆକୁ ପଚାରିଲି। ସିଏ ହସି କହିଲା ଚନ୍ଦୁ, ତୁ ସବୁ ବେଳେ ଜିରାରୁ ସିରା ବାହାର କଲା ଭଳି କଥା ପଚାରୁ ? ବୋଧେ ତୁ ଗୋଇନ୍ଦା ନହେଲେ ବୈଜ୍ଞାନିକ ହବୁ। ତୁ ତ ଭଲ ପଢ଼ୁଛୁ ? ମୁଣ୍ଡ ହଲାଇ କିନା ତା କାନରେ କହିଲି ହଁ, ବାପା ପଢ଼େଇଲେ ସିନା? ତାପରେ ଭାବିଲି ତୁନିଆତ ଭଲ ପଢିଲେବି ପଞ୍ଚମ ଶ୍ରେଣୀ ପଢିଲା ପରେ ଘରେ ରହୁଛି ଆଉ ଖଡି କାମ କରୁଛି। ଆମେ ଦୁହେଁ ଛୋଟ ଦିନୁ ଜାଣିଥିଲୁ ଆମର ଭାଗ୍ୟ ଡୋରି ଆମ ବାହାଘର ଦ୍ୱାରା ଆମ ସ୍ୱାମୀମାନଙ୍କ  ସଙ୍ଗେ ଯୋଡି ହୋଇଛି।  ବୁନ୍ଦିଆ ତକ ଦୁହେଁ ବାଣ୍ଟି ଖାଇଲୁ ଆକାଶକୁ ଅନେଇ।

ମନରେ ସେ ପ୍ରଶ୍ନ  ଏବେବି ଘୁରିବୁଲେ। ରାବଣଙ୍କର କଣ ସତରେ ଦଶଟା ମୁଣ୍ଡ ଥିଲା? ଥରେ ଫେସବୁକରେ ଏହି ପ୍ରଶ୍ନ ଇଂରାଜୀ ଭାଷାରେ ଲେଖିଥିଲି। କେତେ ଲୋକ ଉତ୍ତର ଦେଇଥିଲେ। ମିଶ୍ର ବାବୁ ଏଇ ପୁରାଣ ବିଷୟରେ ବହୁତ ଜ୍ଞାନୀ ବୋଲି ଶୁଣୁଛି।  ତାଙ୍କ ରାବଣ ପୋଷ୍ଟ ଫେସବୁକ ରେ ଦେଖି ପିଲାଦିନ କଥା ପୁଣି ମନେ ପଡିଗଲା। ଭାବିଲି ଆଜି ଲେଖି ପଚାରି ଦେଵି। ଯଦି ପଢିବେ ସେ ନିଶ୍ଚୟ ଉତ୍ତର ଦେବେ। ସେଇ କଥା ଲେଖୁଛି ଏଠି।

ଆମ ପିଲାଦିନେ ଆମେ କେତେ ସରଳ ଥାଉ। ସାଙ୍ଗ ମାନେ ଆମକୁ କେତେ କଥା ଶିଖାନ୍ତି, କେତେ ଭଲ ପାଆନ୍ତି। ତୁନିଆ ତେର ବର୍ଷରେ ବାହା ହୋଇ ଆମ ସାହିରୁ କାକଟପୁର ଚାଲିଗଲା ଆଉ ମୁଁ ଅଠର ବର୍ଷରେ ବାହା ହୋଇ ପୁରୀ ଛାଡ଼ିଲି। ଏବେବି ତା କଥା। ମୋର ଆଖିରେ ନାଚୁଛି। ସିଏ ମୋର ଭଲ ସାଙ୍ଗ ଥିଲା। ମୁଁ ବି ସବୁ ଗୁରୁ ବାର ଦିନ ଭୋଗ ବୁନ୍ଦିଆରୁ ଅଧେ ତାକୁ ଦେଉଥିଲି। ଦୁହେଁ ଖାଇଲା ପରେ ରାବଣ ଆଉ ମନ୍ଦୋଦରୀ ଙ୍କ କିସ୍ ନେଇ ବୁହେ ହସୁଥିଲୁ। ଆଶା ଆଜି ମୋ ପିଲା  ଦିନ ଗପ ଆପଣମାନଙ୍କୁ ଭଲ ଲାଗିବ l

ଲେଖିକା : GFPS (ଗାର୍ଲ ଫ୍ରମ  ପଥୁରିଆ ସାହି)

l

–ମନେ ପଡେ ମୋ ଅଭୁଲା ସ୍ମୃତିରୁ ଗୋଟିଏ ଛୋଟ ଅନୁଭବ : ” ନାଲି ରଙ୍ଗର ସିଲକ ଫ୍ରକ ଆଉ ମୋର ସୁନ୍ଦ ଦିଦିଙ୍କ ସହିତ ଅଭୁଲା ସ୍ମୃତି–

ମୋତେ ଓଡ଼ିଆରେ ଭଲ ଭାବେ ଲେଖି ଆସେ ନାହିଁ କହିଲେ ଆତ୍ୟୁକ୍ତି ହେବ ନାହିଁ I ଯଦିଚ ମୁଁ ଓଡ଼ିଆ ରେ ପଢିଛି ହାଇସ୍କୁଲ ପର୍ଯ୍ୟନ୍ତ! କିନ୍ତୁ ଅନେକ ଦିନ ହେଲା ବାହାରେ ରହିବା ଯୋଗୁ ଓଡ଼ିଆରେ ଲେଖିବା ଅଭ୍ୟାସଟି ଛାଡ଼ି ଯାଇଛିା ସେତେବେଳେ ତ ଇଣ୍ଟରନେଟ୍ ର ସୁବିଧା ନଥିଲା ଏବ ପରି l ଓଡ଼ିଆ ବହି ବି ସୁବିଧାରେ ମିଳୁ ନଥିଲା। କେବଳ ଘରକୁ ଓଡ଼ିଆରେ ଚିଠି ଯାହା ଲେଖୁଥିଲୁ l ଲେଖିବା ପାଇଁ ଜ୍ଞାନ ଠାରୁ ଏକାଗ୍ରତା ବହୁତ ଦରକାର ଯୋଉଟା ମୋ ପାଖେ ବହୁତ କମ। ସମସ୍ତଙ୍କ ପ୍ରେରଣା ଆଉ ନିଜର ଇଛା ଯୋଗୁ ମୂଁ ଓଡ଼ିଆରେ ମୋର ଅନୁଭବ ଗୁଡିକ ଲେଖିବାକୁ ଆରମ୍ଭ କରିଛି। ଆଜି ମୋର ସବୁ ଅନୁଭୂତି ଭିତରୁ ଗୋଟିଏ ଅନୁଭୂତି ମନେ ପଡେ ଯେତେବେଳେ ମୂଁ କଟକ ରେ ଥିଲି ନାନି ଘରେ।

ପିଲାଦିନେ ମତେ ଗୋଟିଏ ସିଲ୍କ ଫ୍ରକ ପିନ୍ଧିବା ପାଇଁ ଭାରି ଇଛା ଥିଲା। ନାନି ବା ବାପା ସବୁବେଳେ କହନ୍ତି ସିଲ୍ଜ ଜାମା ଗୁଡାକ କେବଳ ଅଳ୍ପ ଦିନ ପାଇଁ। ମୋ ସାଙ୍ଗ ମାନେ ସବୁବେଳେ ବାହାରକୁ ବୁଲିଗଲାବେଳେ ବା ସିନେମା ଦେଖିବାକୁ ଗଲା ବେଳେ ସିଲ୍କ ଫ୍ରକ୍ ପିନ୍ଧୁଥିଲେ । ମୋ ଫ୍ରକ ସେତିକି ଟଙ୍କା ର ହେଲେବି ସୁତାର ଥିଲା। ତେଣୁ ଲାଜ ମାଡୁଥିଲା ଆଉ ରାଗୁବି ଥିଲି ବାପାଙ୍କ ଉପରେ । ବୋଉ ହେଲେ ଥାଆନ୍ତା ତାହେଲେ ତା ସଂଗେ କଳି କରି ଗୋଟେ ସିଲ୍କ ଫ୍ରକ୍ କିଣି ଥାଅନ୍ତି। ମନ କଥା ମନରେ ସବୁବେଳେ ଥାଏ। ଭାବେ ମୋର ପିଲା ହେଲେ ଆଉ ଯଦି ସିଏ ଝିଅ ହୁଏ ତାହାଲେ ତାକୁ ନିଶ୍ଚୟ ସିଲ୍କ ଜାମା ପିନ୍ଧେଇବି। ବେଳେ ବେଳେ ବୁଢୀମାଙ୍କ ପାଖେ ସଂଜ ଦେଲା ବେଳେ କହେ ମା ମତେ ସିଲ୍କ. ଜାମା ନଦେଲେବି ଏଇନେ, ପରେ ମୋ ପିଲାକୁ ସିଲକ ଜାମା ପିନ୍ଧିବାର ସୁବିଧା କରିବ।

ମୂଁ ଖରା ଛୁଟିରେ ରେ ନାନି ମାନଙ୍କ ଘାକୁ ଯାଏ। ସେଠି ମୋ ପୁତୁରା , ଝିଆରୀ ମାନଙ୍କ ସଂଗେ ସମୟ ଭଲରେ କଟି ଯାଉ ଥିଲା। ନାନି ଘରେ ଆମ ଘରଠୁ ଖାଇବା, ପିଇବା ଭଲ ହୁଏ। ବୁଲା, ବୁଲି ଆଉ ସିନେମା ଦେଖା ବି ହୁଏ।

୧୯୬୬ ମସିହାରେ ମୂଁ ମୋ ବଡ ନାନି ଘର କଟକକୁ ଯାଇ ଥିଲି। ସେଠିକା ଅନୁଭୂତି ବହୁତ ଅଲଗା ଥିଲା। ଆମ ଭିଣୋଇ ଡ୍ର। କୁଞ୍ଜବେହାରୀ ଦାଶ ଜଣେ ପ୍ରସିଦ୍ଧ ଲେଖକ। ତେଣୁ ତାଙ୍କ ଘରେ ବହି , ମାଗଜିନ ବହୁତ ପଢିବାକୁ ମିଳେ। ନାନି ଆମର ରୋଷେଇରେ ଧୁରନ୍ଧର। ସିଏ ଶାନ୍ତିନିକେତନରେ ଥିଲା। ତେଣୁ ଭଲ ଭଲ ବଙ୍ଗାଳି ରୋଷେଇ କରେ। ଇଲିଶ ମାଛ ଦହି ଦେଇ, ପାଳୁଅ ଖିରି ଇତ୍ୟାଦି, ଇତ୍ୟାଦି। ନାନୀ ପୁଅ କୁନା ମୋଠାରୁ ଅଳ୍ପ ବଡ଼ ଓ ଟିକି, ବୁନି ଅଳ୍ପ ସାନ ଥିଲେ। ତେଣୁ ସକାଳ ଚାଲିବା, ଗଛ ଚଢିବା ଓ ଯୁକ୍ତି ତର୍କରେ ସମୟ ଭାରି ଭଲରେ କଟୁ ଥାଏ। ନାନୀ ଦୁଇ ପହରେ କାହା ଘରକୁ ବୁଲିଗଲେ ମତେ ସାଙ୍ଗରେ ନିଏ।

ନାନି ର ସାଙ୍ଗ ସୁନ୍ଦ ଦିଦିଙ୍କୁ ନାନି ପଥୁରିଆ ଶାହିରୁ ଜାଣିଥିଲା। ତାଙ୍କ ସ୍ୱାମୀ ଶ୍ରୀଧର ବାବୁ କଟକର ଜଣେ ସଚୋଟ, ପ୍ରସିଦ୍ଧ କଂଟ୍ରାକଟର ଥିଲେ। ତାଙ୍କର ବହୁତ ବଡ଼ ଘର ଥିଲା। ନାନୀ ସଂଗେ ମୂଁ ସୁନ୍ଦ ଦିଦିଙ୍କ ଘରକୁ ବହୁତ ଥର ଯାଇଛି। ମତେ ଭଲ ଲାଗେ ତାଙ୍କ ଘରକୁ ଯିବାକୁ କାରଣ ସେଠି ସୁନ୍ଦ ଦିଦି ଆମକୁ ଭଲ ଭଲ ଜଳଖିଆ ଖାଇବାକୁ ଦିଅନ୍ତି। ସନ୍ଦେଶ, ସିଙ୍ଗଡା ଇତ୍ୟାଦି। ଖାଇବା ଲୋଭରେ ମୂଁ କେବେ ମନା କରେନି ତାଙ୍କ ଘରକୁ ଯିବା ପାଇଁ। ଟିକି , ବୁନି ବର୍ଣ୍ଣିଙ୍ଗ ଦିଅନ୍ତି ଆଉ ଖେଳିବେନି ମୋ ସଂଗେ କାରଣ ମୂଁ ପଳାଉଛି ଖେଳ ମଝିରୁ। ଯା ହଉ ତାଙ୍କୁ ବୁଝେଇ କହେ ନାନୀକୁ ସାହାଯ୍ୟ ଦରକାର, ସିଏ ସବୁ ଜିନିଷ କେମିତି ଏକୁଟିଆ ଉଠେଇ ଆଣିବ। ନାନିତ ଭାରି ପାରିବାର। ମୂଁ ତ କେବଳ ଜଳଖିଆ ଖାଇବା ପାଇଁ ରେଡି ହୋଇ ଥାଏ ଯିବା ପାଇଁ। ରାସ୍ତାରେ ରୀକସାରେ ବସିବା ପରଠୁ ନାନି ତାଗିଦା କରି କହି ଥାଏ ସୁନ୍ଦ ଦିଦିଙ୍କ ଘରକୁ ଗଲେ ମନା କରିବାକୁ ଖାଇବା ପାଇଁ ଯଦି ସିଏ ଜଳଖିଆ ଦେବେ। ଦୁଇ ଥର କହିଲା ପରେ ଅଳ୍ପ (ଗୋଟିଏ ମିଠା ଆଉ ଗୋଟିଏ ଲୁଣି) ନବା ପାଇଁ ତାଗିଦା କରିଥାଏ ।

ମୂଁ ମନେ ମନେ ଭାବୁଥାଏ କାହିଁକି? ସିଏ ତ ମତେ ନିଜେ ଦଉଛନ୍ତି., ମନା କାହିଁକି କରିବି। ତେବେ ନାନୀ ସଂଗେ ଯୁକ୍ତି ନକରି ଭାବେ ଆଜି ଆଗ ଯାଏ ଆଉ ଦେଖେ କଣ ହେଉଛି ସେଠି। ଆମେ ୨ ଟା ବେଳେ ସୁନ୍ଦ ଦିଦିଙ୍କ ଘରେ ପହଁଚିଲୁ।ସୁନ୍ଦ ଦିଦିଙ୍କ ଘର ବଡ଼ ଆଉ ଭାରି ସୁନ୍ଦର। ଚାରିଆଡେ ଲୁହାର ଦୁଆର। ବଡ଼ ଅଗଣା। ଦୁଇ ତାଲା ଛାତ ଆଉ ଗୁଡ଼ାଏ ବଖରା ରୁମ। ନାନୀ କଥା କହିବାକୁ ବସିଗଲା। ମୂଁ ଉପରକୁ ଗଲି ଦେଖିବାକୁ ଆଉ ସବୁ କଣ ଅଛି ବୋଲି। ତାଙ୍କ ଝିଅ ବିଜୁ (ବିଜୟାର) ରୁମ ଉପରେ ଥିଲା । ଭାବିଲି ତା ସଂଗେ ଗପ କରିବି। ଉପରେ ଦେଖିଲି ସିଏ ନାହିଁ। କୁଆଡେ ଯାଇ ଥିବ ବୋଧେ ? ତା ରୁମ ଟା ଭାରି ସୁନ୍ଦର ଭାବେ ସଜଡା ହୋଇ ଥିଲା। ବହୁତ ଲୁଗା, ଜାମା ଆଉ କୁଣ୍ଢେଇ ଖଟ ଉପରେ ଆଉ ଆଲମିରା ଭିତରେ ଥିବାର ଦେଖିଲି। ଖଟଉପରେ ଗୋଟେ ନାଲି ରଙ୍ଗର ପୋଲକା ଡଟ ସିଲ୍କ ଜାମା ଦେଖି ମୂଁ ଆଖି ମେଲେଇ ତା ଖଟ ଉପରେ ବସି ପଡିଲି। ଭାବିଲି ମୋର ହେଲେ ଏମିତି ଜାମାଟେ ଥାଆନ୍ତା। ହାତରେ ସେ ଫ୍ରକ ଟିକୁ ଛୁଇଁଲି। ଜାମା କୁ ପିନ୍ଧିଲା ପରି ମୋ ଦେହରେ ଲଗାଇ ଆଲମିରା ର ବଡ଼ ଦର୍ପଣରେ ଦେଖିଲି।ଭାରି ଭଲ ମାନୁଛି ତତେ ବୋଲି ନିଜକୁ ନିଜେ କହିଲି। ତାପରେ ଜାମା କୁ ଭଲକରି ଭାଙ୍ଗି ଖଟ ଉପରେ ରଖି ତଳକୁ ଆସିବାକୁ ସିଡି ପାଖକୁ ଗଲି। ସୁନ୍ଦ ଦିଦି ସେତିକି ବେଳକୁ ଉପରକୁ ଆସୁଥିଲେ। ମତେ ପଚାରିଲେ ବିଜୁତ ନାହିଁ , ହେଲେ ତା ରୁମରେ ବସି ତୁ ବହି ପଢ ନହେଲେ ଖେଳେ। ହଠାତ ମୋ ପାରିରୁ ବାହାରି ଗଲା, ସୁନ୍ଦ ଦିଦି, ତୁମ ଝିଅ ବିଜୁ ର କେତେ ଜାମା। ସିଲ୍କ ସବୁ ପ୍ରକାର ଫ୍ରକ୍।ମୋର ସବୁ ବେଳେ ଗୋଟେ ସିଲ୍କ ଫ୍ରକ୍ ପିନ୍ଧିବାକୁ ଇଛା କିନ୍ତୁ ବାପା ମାନୁ ନାହାନ୍ତି। ତାଙ୍କ ମତରେ ସୁତା ଫ୍ରକ ଭଲ।

ସୁନ୍ଦ ଦିଦି ଦେଖିବାକୁ ଠିକ ଦେବୀଙ୍କ ପରି। ସବୁ ବେଳେ ନାଲି ସିନ୍ଦୁର ଟୋପା ତାଙ୍କ କପାଳରେ ସୁନ୍ଦର ହୋଇ ଲାଗିଥାଏ। ଭଲ ମଣ୍ଡ ଦେବା ଧଳା ଶାଢ଼ୀ ରେ ନାଲି ଵଡର ଥିବା ଲୁଗା ପିନ୍ଧି ଥାନ୍ତି। ମତେ ସିଏ ଧିରୀ କିନା କହିଲେ ହଁ ବିଜୁର ବହୁତ ଗୁଡ଼େ ନୂଆ ଜାମା ଛୋଟ ହୋଇ ଯାଇଛି। ତୁ ଚାହିଁଲେ ପିନ୍ଧି ଦେଖ, ଯଦି ତତେ ଫିଟ ହବ ତାହେଲେ ନେଇଯିବୁ ଖଣ୍ଡେ । ତାଙ୍କ ପାଟିରୁ କଥା ସରିନି ମୁଁ ତୁରନ୍ତ, ପଚାରିଲି ସିଲକ ଜାମା ଅଛିକି? ହଠାତ ଆଲମିରା ଖୋଲି ଦୁଇଟା ଫ୍ରକ ଖଟ ଉପରେ ଥୋଇଦେଇ କହିଲେ ପିନ୍ଧିକିନା ଦେଖ ଆଉ ତାପରେ ତଳକୁ ଆସି ଜଳଖିଆ ଖାଇଦେ। ଆଜି ସନ୍ଦେଶ ଆସିଛି। ହେ ଭଗବାନ ମୁଁ କୋଉଟା ଆଗକରିବି। ମିଠା ଖାଇବା ପାଇଁ ତ ମୋର ସବୁବେଳେ ମନ ତାପରେ ପୁଣି କଟକ ସନ୍ଦେଶ। ତେବେ ଜାଣିନି କଣ ଭାବି ଜାମା ୨ ଟା ଆଗ ଟ୍ରାଇ କରିବି ବୋଲି ଦୁଆର ବନ୍ଦକଲି। ମୋ ଭାଗ୍ୟ କୁ କେବଳ ଗୋଟିଏ ଜାମା ମତେ ଫିଟହେଲା। ଖୁସି ହୋଇ ଜଲ୍ଦି, ଜଲ୍ଦି ତଳକୁ ସିଡିରେ ଆସିଲି। ଭାବିଲି କାଳେ ସନ୍ଦେଶ କଥା ସୁନ୍ଦ ଦିଦି ଭୁଲି ଯିବେ। ତଳେ ଦେଖିଲି ଗୋଟିଏ ଥାଳିଆରେ ଯୋଡ଼େ ସନ୍ଦେଶ ଆଉ ଗୋଟିଏ ସିଙ୍ଗଡ଼ା ମୋ ପାଇଁ ଥୁଆ ହୋଇଛି। ମୁଁ ସେଇଠି ବସି ପଡି ହାତରେ ପ୍ଲେଟଟି ଧରି ଖାଇ ବାରେ ଲାଗି ଗଲି। ନାନୀ ଗପ କରୁଥାଏ ଆଉ ସେମାନେ ଚାହା ପିଉଥାନ୍ତି। ଦେଖିଲି ନାନୀ କଣେଇ କରି ମୋତେ ଅନେଇ କଣ ଗୋଟେ ଆଖି ଠାରରେ କହିବାକୁ ଚେଷ୍ଟା କରୁଛି। ବୋଧେ ଠାରରେ କହୁଥିଲା , ଧୀରେ, ଧୀରେ ଖାଆ।

ଖାଇଲା ପରେ ଆମେ ଘରକୁ ଯିବାକୁ ବାହାରିଲୁ। ସେତେବେଳ ଯାଏ ବିଜୁ ନାନୀ ର ଦେଖା ନାହିଁ। ବୋଧେ କୁଆଡେ ଯାଇଛି। ମୁଁ ଭାବିଲି ତାହାଲେ ଆଜି ଜାମା ନେବା ହବନି ସିଏତ ନାହିଁ। ସୁନ୍ଦ ଦିଦି ତାକୁ ପଚାରିବେ ତ? କାରଣ ଜାମା ଟିତ ତାର ? ଆମ ପାଇଁ ତାଙ୍କ ଚାକର ରୀକସାଟେ ଡାକି ଦେଲା। । ନାନୀ ଆଉ ସୁନ୍ଦ ଦିଦି ରୀକସା ଭଡା ଠିକ କଲେ। ମୁଁ ଆଗ ରୀକସା ଉପରକୁ ଉଠି ଗଲି। ଭାବିଲି ସନ୍ଧ୍ୟା ହୋଇନି । ବୋଧେ ମୁଁ କିଛି ସମୟ ମୋ ପୁତୁରା ବୁନି ଆଉ ଟିକିଙ୍କ ସଂଗେ ଖେଳି ପାରିବି ଯଦି ଆମେ ଜଲ୍ଦି ଯାଇ ଘରେ ପହଂଚିଯିବୁ। ସୁନ୍ଦ ଦିଦି ମୋ ପଟକୁ ଆସି ମୋ ହାତକୁ ପ୍ଲାଷ୍ଟିକ ବେଗଟିଏ ବଢ଼େଇ ଦେଲେ। ନାନୀ ପଚାରିଲା କଣ ଅଛି ଏଥିରେ ? ଆମେ ଦୁହେଁ (ମୁଁ ଆଉ ସୁନ୍ଦ ଦିଦି) ଭଲ ଭାବେ ଜାଣିଥିଲୁ କଣ ସେ ବେଗରେ କଣ ଅଛି। ମୁଁ ନାନି କାଳେ ପାଟି କରିବ ବୋଲି ଚୁପ ରହିଲି , କିନ୍ତୁ ଜାଣି ନଜାଣିଲା ପରି କହିଲି ନାନି ଜଲ୍ଦି ଗଲେ ମୁଁ ଖେଳିବାକୁ ଯିବି।

ଘରକୁ ଆସିଲା ପରେ ଆଗ ସିଧା ଯାଇ ବେଗ ଖୋଲି ଜାମା ଟାକୁ ଦେଖିଲି। ଦିହରେ ଲଗେଇ ଦେଖିଲି ମତେ ଜାମାଟା କେମିତି ମାନୁଛି? ଖୁସି ହୋଇ ଗଲି ଦେଖିଲା ପରେ ଯେ , ଫ୍ରକ୍ ଟା ଭଲ ଦେଖା ଯାଉଛି ଆଉ ଫିଟ ବି ଠିକ୍ ହେଉଥିଲା । ଛୋଟ ଛୋଟ ପୋଲକା ଡଟ ଵାଲା ନାଲି ଜାମାଟା ଭାରି ସୁନ୍ଦର ଦେଖା ଯାଉଥିଲା। ଆଉ ସେ ଫ୍ରକ୍ କୁ ପିନ୍ଧି ମୁଁ ଭାବିଲି ମୁଁ ଯେମିତି “ବିଜ଼ାର୍ଡ ଅଫ ଊଜ଼ର ର ଡ଼ୋରଥି।”(wizard of Ooze ର Dorthy) । ମନେ , ମନେ ବୁହେ ହସିଲି। ପାଖରେ ଥିଲେ ମୁଁ ସୁନ୍ଦ ଦିଦିଙ୍କୁ ଗୋଟେ ବଡ଼ ଥାଙ୍କ ୟୁ କହି ତାଙ୍କ ବେକରେ ଓହଳି ଯାଇଥାନ୍ତି। ସେ ଯାମାଟା ମୁଁ ବହୁତ ଥର ପିନ୍ଧି ଥିଲି। କିଶୋରି ଜୀବନରେ ମୋର ସେଇଟା ପ୍ରଥମ ଆଉ ଶେଷ ସିଲକ ଜାମା ଥିଲା।

ମୋ ଭାଗ୍ୟକୁ ବିଜୁ ନାନି ଆସି ଏଠି ଏବେ ଆମେରିକାରେ ଅଛି । ଦିନେ ମୁଁ ତାକୁ ମୋ ପ୍ରଥମ ସିଲକ ଫ୍ରକର ଷ୍ଟୋରୀ କହିଲି। ତାର ଜମା ମନେ ନାହିଁ ବୋଲି ସିଏ କହିଲା। ଭାବିଲି ବୋଧେ ସୁନ୍ଦ ଦିଦି ତାକୁ କହି ନଥିଲେ ମତେ ଫ୍ରକ ଟା ଦେଇ ଥିଲେ ବୋଲି। ତାରତ କେତେ ଫ୍ରକ ଥିଲା। ତେଣୁ ଜାଣି ନଥିବ ଭାବି ଚୁପ ରହିଲି। ସମୟ ସହିତ ମୋର
ପରିସ୍ତିତି ବଦଳିଗଲା। ସୁଧାଂଶୁଙ୍କ ସାଙ୍ଗେ ବାହା ଘର ପରେ ମତେ ବହୁତ ସିଲକ ଶାଢ଼ୀ ଆଉ ଜାମା ପିନ୍ଧିବାକୁ ମିଳିଲା। ମତେ ସିଲକ କନା ର ସ୍ପର୍ଶ ଦେହରେ ଲାଗିଲେ ଭାରି ଭଲ ଲାଗେ। ତେବେ ସେ ପ୍ରଥମ ସିଲ୍କ ଫ୍ରକ୍ ପିନ୍ଧିବାର ଅନୁଭୂତି ଏବେବି ମନେ ପଡେ ଆଉ ଭାବେ ସୁନ୍ଦ ଦିଦି କେତେ ମତେ ଭଲ ପାଉ ଥିଲେ। ମୁଁ ତ କେବେ ତାଙ୍କୁ ଡାକି କହି ପାରିଲିନି ଯେ ସେ ଫ୍ରକ ଟି ମୋ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ ଥିଲା। ଏବେ କେବଳ ମନେ ପଡେ ଯେ ବୋଉ ନଥିଲା ବୋଲି ମତେ ସମସ୍ତେ କେତେ ଭଲ ପାଉ ଥିଲେ ଆଉ ସେଇ ଯୋଗୁ ମୁଁ ଆଜି କେତେ ସମସ୍ତଙ୍କ ପାଖେ ଆଭାରୀ।

ଆଜି ଏତିକିରେ ରହିଲି ପୁଣି କେବେ ଆଉ ଗପ ଶୁଣେଇବିଲେଖିକା: ଚନ୍ଦ୍ରା ମିଶ୍ର GFPSP (ଗାର୍ଲ ଫ୍ରମ ପଥୁରିଆ ସହି ପୁରୀ)

–ମୋ ସ୍ମୃତିରୁ ଆଉ ଗୋଟିଏ ଛୋଟ ଗପ : ମନେ ପଡେ ମୋ ଶ୍ୱଶୁର ଘର ଗାଁ ବିଶ୍ୱନାଥ ପୁର ସଂଗେ ମୋ ଗୋରା ହେବା ପାଇଁ ଇଛାର ଅଭୁଲା ସ୍ମୃତି–

ମୋ ଫଟୋ ଟା ଫେସ ବୁକରେ ପୋଷ୍ଟ କରିଦେଇଥିଲି କାଲି।ମୋ ସାଙ୍ଗ ସବିତାର ଚାଲେଞ୍ଜ ଯୋଗୁ। ସାଙ୍ଗେ, ସାଙ୍ଗେ ପୁରବୀ ଠାରୁ ଏଇ ମେସେଜ ଟି ଆସିଗଲା।

“ଏ ଫୋଟୋ ଦେଖି ମୁଁ ଈର୍ଷାରେ ଜଳୁଛି। ମାଉସୀ ତମେ ଏତେ ଗୋରା ଆଉ ସୁନ୍ଦରୀ। ମୁଁ ଟିକିଏ ସୁନ୍ଦରୀ ହୋଇଥାନ୍ତି ହେଲେ। “

ତା ମେସେଜ ଦେଖି ମତେ ହସ ମାଡିଲା ଆଉ ମୋର ପିଲାଦିନ କଥା ମନେ ପଡିଗଲା । ମୁଁ କେମିତି ସବୁବେଳେ ଗୋରା ହେବି ବୋଲି ବାଇଆ ହେଉ ଥିଲି ପିଲାବେଳେ। ଆମ ପୁରୀରେ ସବୁ ଝିଅ ମାନେ ପ୍ରାୟ ଗୋରା ହେବାକୁ ଚେଷ୍ଟା କରନ୍ତି। ମୋ ନାନୀ ମୋ ପୂର୍ବରୁ ବିଶ୍ଵନାଥପୁର ଶାସନ ଗାଁରେ ବାହାହୋଇଥିଲା। ପୁରୀ ପାଖ ଶାସନ ଗାଁରେ ବ୍ରାହ୍ମଣ ମାନେ ଶୁଣିବାରେ ବହୁତ ପୂର୍ବରୁ କାନପୁରରୁ ଓଡିଶାକୁ ଅଣା ଯାଇଥିଲେ। କାରଣ ଓଡ଼ିଶାରେ ବୁଦ୍ଧଧର୍ମ ବେଶୀ ବିସ୍ତାର ହୋଇ ଥିଲା ରାଜା ଅଶୋକ ଆସିବା ପରେ । ବ୍ରାହ୍ମଣ ମାନଂକୁ ଆଣି ପୁରୀ ରାଜା ୫ ଟି ଗାଁ ରେ ସ୍ଥାପିତ କରେଇ ଥିଲେ। ସେମାନଂକୁ ଶାସନୀ ବ୍ରାହ୍ମଣ କୁହାଯାଉଥିଲା। ସେଇ ବ୍ରାହ୍ମଣ ଲୋକ ମାନଙ୍କର ରଙ୍ଗ ଭାରି ଗୋରା ଥିଲା ଓ ନାକବି ତାଙ୍କର ଭାରି ସୁନ୍ଦର ଥିଲା। ଶୁଆ ନାକ ପରି ନାକ ଥିଲା।ପରେ ସେମାନେ ଓଡିଶାର ସ୍ଥାନୀୟ ଝିଅ ମାନଂକୁ ବାହା ହୋଇ ଥିଲେ। ମୋ ନାନୀ ସେଇ ଶାସନ ଗାଁ ବିଶ୍ଵନାଥ ପୁର ରେ ବାହାହୋଇଥିଲା। ଆମ ଜୋଇଁ ଙ୍କ ଘରେ କିଛି ଲୋକ ଭାରି ଗୋରା ଥିଲେ।

ମୁଁ, ପିଲାଦିନେ ନାନୀ ଘର ଗାଁ କୁ ବହୁତ ଥର ଯାଏ। ଦଶହରା ଛୁଟିରେ ଆଉ ଦୋଳ ଛୁଟିରେ ତାଙ୍କ ଗାଁରେ ମେଳା ହୁଏ। ତାଙ୍କ ଗାଁର ଗୋପୀନାଥ ଙ୍କ ପାଖରେ ବହୁତ ସୁନ୍ଦର ଜଲଶା ହୁଏ। ନାନୀ ଘରେ ଭଲ ପିଠା ପଣା ହୁଏ। ମତେ ଭାରି ଭଲ ଲାଗେ ସେଠି ଥିଲା ବେଳେ । ନାନୀ ମତେ ଭଲ ଭଲ ପିଠା ପଣା ଖାଇବାକୁ ଦିଏ। ମୁଣ୍ଡ କୁଣ୍ଡେଇ ଦିଏ ଆଉ ନୂଆ ରିବନ ରେ ମୋର ଲମ୍ବା ବାଳରେ ସୁନ୍ଦର କଦଳୀ ବେଣୀ ଯୋଡିଏ କରିଦିଏ।

ଜୋଇଁଙ୍କ ମାଇଁ ଙ୍କ ଘର ସେଇ ପାଖରେ ଥିଲା। ମାଇଁଙ୍କ ପୁଅ ମଧୁ ଭାଇନା ମତେ ତାଙ୍କ ଗାଁର ପୋଖରୀ ଦେଖେଇ ନିଅନ୍ତି। ସିଏ ମୋଠୁ ବେଶୀ ବଡ଼ ନଥିଲେ। କଇଁ ଫୁଲ ସେ ପୋଖରୀରେ ଭର୍ତି ହୋଇ ଥାଏ । ମଧୁ ଭାଇନା ପହଁରିଯାଇ ସୁନ୍ଦର, ସୁନ୍ଦର ଗୋଲାପୀ, ଧଳା ରଙ୍ଗ କଇଁ ଗୋପୀନାଥଙ୍କ ପାଇଁ ଆଣନ୍ତି । ମୁଁ ତାଙ୍କ ସାଙ୍ଗେ ଯାଇ ଫୁଲ ସବୁ ଏକାଠି କରି ଆଣେ ମନ୍ଦିରପର୍ଯ୍ୟନ୍ତ। ମଧୁ ଭାଇନା ଭାରି ଗୋରା ଥିଲେ। କାରଣ ସିଏତ ଶାସନୀ ବ୍ରାହ୍ମଣ ଘର ପୁଅ। ସବୁ ବେଳେ ତାଙ୍କୁ ଦେଖିଲେ ମୁଁ ଭାବେ ଆହା ସିଏ ପୁଅ ପିଲା ହେଲେବି ଏତେ ଫରଫର ତୋଫା ଗୋରା। ଆଉ ମୁଁ ଝିଅ ପିଲାଟେ ହୋଇ କଳା ହେଲି। ମନେ ମନେ ଭାବେ ଦିନେ ପଚାରିବି ସିଏ କେମିତି ଆଉ କାହିଁକି ଏତେ ଗୋରା ହୋଇଛନ୍ତି।

ମଧୁ ଭାଇନା ଭାରି ଗପୁଡା ଥିଲେ। ମୁଁ ବି ଗପ କରିବାରେ କିଛି କମ ନଥିଲି। ମୁଁ ତାଙ୍କୁ ଆମ ପୁରୀ ସମୁଦ୍ରର ଲହରୀ, ଜଗନ୍ନାଥ ମନ୍ଦିର ଆଉ ଆମ ପକା ଘର କଥା କହେ। ସିଏ ତାଙ୍କ ଗାଁର ଗୋପୀନାଥଙ୍କ ଗପ ମତେ କହନ୍ତି। ବେଳେ ବେଳେ ସେମାନେ ଫୂଟବଲ ଖେଳୁଥିଲେ ଗୋପୀନାଥଙ୍କ ମନ୍ଦିର ପାଖ ପଡିଆରେ। ମୁଁ ସେଇଠି ବସି କରି କଇଁ ଫୁଲ ସବୁ ଦେଖେ। ସେ ଗାଁର ଝିଅ ମଞ୍ଜୁ ବେଳେ ବେଳେ ଆସି ମୋ ସାଙ୍ଗେ ସେଠି ବସେ, ଆଉ ଆମେ ଚଟା ଖେଳୁ ଏକାଠି ହୋଇ। ଭାରି ଭଲ ଲାଗେ। ବର ଗଛ ଓହଳରେ ଆମ ପାଇଁ ମଧୁ ଭାଇବା ଦୋଳି କରି ଦେଇ ଥାଆନ୍ତି। ଖରା ଛୁଟି ଟା କେତେବେଳେ ସରିଯାଏ ଜଣା ପଡ଼େନି।

ଦିନେ ମୁଁ ଓ ମଞ୍ଜୁ ମଧୁ ଭାଇନା ଆଣୁ ଥିବା କଇଁ ଫୁଲ ଏକାଠି କଲା ବେଳେ ମୁଁ ସମ୍ଭାଳି ନପାରି ପଚାରିଲି ତୁମେ ଦୁହେଁ ଏତେ ଗୋରା କେମିତି ହେଲ? ସେତେବେଳେ ବୋଧେ ମତେ ୮ ବା ୯ ବର୍ଷ ହୋଇଥିବ, ଆମ ଜୋଇଁ ସେତେ ଗୋରା ନଥିଲେ। ନାନୀର ବି ମୋରି ଭଳି ଶ୍ୟାମଳ ରଙ୍ଗ ଥିଲା। ସେ ଦୁହେଁ (ମଧୁ ଭାଇନା ଆଉ ମଞ୍ଜୁ) ପରସ୍ପର ଆଡ଼କୁ ଅନେଇ କହିଲେ ଆମ ଗାଁ ର ପୋଖରୀ ଯୋଗୁ। ପୋଖରୀ ଯୋଗୁ? ସେଇଟା କଣ କେମିତି ମୁଁ ପଚାରିଲି ? ମଧୁ ଭାଇନା କହିଲେ ପରେ କହିବି।

ଆମେ ଗୋପୀନାଥଙ୍କ ପାଖେ ଫୁଲ ଥୋଇଦେଇ ଘରକୁ ଆସିଲୁ। ମଞ୍ଜୁ ଆଉ ମଧୁ ଭାଇନା ମୋ ସାଙ୍ଗରେ ଥିଲେ। ମୁଁ ତ ଭୁଲିବା ପିଲା ନୁହେଁ। ଯଦି କୋଉ ଜିନିଷରେ ମୁଁ ମୋ ମନ ଦିଏ ସେଇଟା ନିଶ୍ଚୟ ନକରିବା ପର୍ଯ୍ୟନ୍ତ ମୁଁ ବସି ପାରେନି । ପିଲା ଦିନଠୁ ଏପର୍ଯ୍ୟନ୍ତ ସେଇ ଅଭ୍ୟାସ ଟି ଅଛି। ପୁଣି ପଚାରିଲି କେମିତି ଗୋରା ହେବି କୁହ ମଧୁ ଭାଇନା। ତାପରେ ସିଏ କହିଲେ, ଆମର ଏଇ ଗୋପୀନାଥଙ୍କ ପୋଖରୀର ପଙ୍କ ସକାଳୁ ସକାଳୁ ଆସି ଗୋଡ଼ , ହାତ ଆଉ ମୁହଁରେ ଲଗେଇବୁ। ପର ଦିନ ତୋ ରଙ୍ଗ ମଞ୍ଜୁ ଆଉ ମୋ ପରି ହୋଇଯିବ। ଖବରଦାର କେହି ବଡ଼ ଲୋକଙ୍କୁ କହିବୁନି। କହିଲେ କଳା ହୋଇଯିବୁ। କାଂଦିବୁନି ଜମା, ଯଦି ପଙ୍କ ଲଗେଇଲା ବେଳେ କଷ୍ଟ ହେବ। କାନ୍ଦିଲେ ବି କଳା ହୋଇଯିବାର ସମ୍ଭାବନା ଅଛି। ମଞ୍ଜୁ ବି ଚୁପକିନା ଠିଆ ହୋଇ ମୁଣ୍ଡ ହଲାଇ କହିଲା ହଁ ଚନ୍ଦୁ ସେଇଆ କଲେ ଗୋରା ହୋଇ ଯିବୁ। ସେଦିନ ରାତିରେ ଶୋଇଲା ପୂର୍ବରୁ ଗୋପିନାଥଙ୍କୁ ପ୍ରଣାମ କରି କହିଲି, ପ୍ରଭୁ ମତେ ବି କାଲିଠୁ ଗୋରା ହେବାରେ ସାହାଯ୍ୟ କର। ମୁଁ ଭଲ କରି ପଙ୍କ ଲଗେଇବି।

ତା ପରଦିନ ମୁଁ ସକାଳୁ ଉଠି ଗଲି ଗୋପୀନାଥଙ୍କ ପୋଖରୀକୁ। ଚାରିଆଡ଼କୁ ଅନେଇଲି କେହି ନଥିଲେ। ପଙ୍କ ମେଞ୍ଚେ ନେଇ ଆଗ ବାଁ ହାତରେ ବୋଳିଲି। ଟିକିଏ ଅବାଗିଆ ଲାଗିଲା। ତାପରେ ବାଁ ଗୋଡ଼ , ଡାହାଣ ହାତ, ଗୋଡ଼ରେ ପଙ୍କ ବୋଳି ହେଲି। ଶେଷରେ ମୁହଁ ରେ ଭଲ କରି ପଙ୍କ ବୋଳିଲି। ସବୁଠୁ ମୁହଁଟା ବେଶୀ ଗୋରା ହଉ ବୋଲି ଭାବି ପୋଖରୀ ଭିତରକୁ ଯାଇ ବେଶୀ ଭଲ ମୋଟା ପଙ୍କ ଆଣି ମୁହଁରେ ଭଲକରି ଲଗେଇ ଦେଲି। ବୋଧେ ଛୋଟ ଗୋଡି ଥିଲା ସେ ପଙ୍କରେ। ଟିକିଏ ପୋଡିଲା ଭଳି ଲାଗିଲା। ମୋର ମନେ ପଡିଗଲା ମଧୁ ଭାଇନାଙ୍କ ତାଗିଦା, ଚନ୍ଦୁ ଜମା କାଂଦିବୁନି। କାନ୍ଦିଲେ ଯୋଉଠି ଲୁହ ପଡିବ ସେଇଠି କଳା ହୋଇ ଯିବୁ। ବଡ଼ କଷ୍ଟ୍ରରେ ଧୁଆ ଧୁଇ ହୋଇ ଘରକୁ ଆସିଲି। ନାନୀ ବ୍ୟସ୍ତ ହୋଇ ପଚାରିଲା ମୁଁ କୁଆଡ଼କୁ ସକାଳୁ , ସକାଳୁ ଯାଇଥିଲି? ସିଏତ ସେ ଗାଁ ରେ ବୋହୁ। ତେଣୁ ବାହାରକୁ ଆସିପାରୁ ନଥିଲା। କେବଳ ହଜିଗଲା ଗାଈ ଭଳି ଏପଟ, ସେପଟ ହୋଇ ବାଡି଼କୁ ଆଉ ଦାଣ୍ଡ ପଟକୁ ଦେଖୁଥିଲା। ମଧୁ ଭାଇନା ଆସିବା ଦେଖି ପଚାରିଲା ଚନ୍ଦୁ କୁ ଦେଖିଛକି? ମଧୁ ଭାଇନା ଜାଣିଛନ୍ତି ମୁଁ କୁଆଡେ ଯାଇଥିବି ସକାଳୁ। ସିଏ ବାଁରେଇ କହିଲେ ବୋଧେ ଗୋପୀନାଥଙ୍କ ପୋଖରୀ ପାଖକୁ ଯାଇଥିବ ତାକୁ କଇଁ ଫୁଲ ଭଲଲାଗେ ସକାଳୁ ସକାଳୁ ଖୋଲୁଥିବା କଇଁ ଫୁଲର ପାଖୁଡା ମେଲା ଦେଖିବ ବୋଲି।

ସେମାନେ କଥା ହେଉଥିଲେ ମୁଁ ବାଡ଼ିପଟେ ଆସି ନାନୀ ପାଖରେ ହାଜର। ନାନୀ କହିଲା ତୁ କାହିଁକି କହି କରି ଗଲୁ ନି? “ଆମେ ତତେ ଖୋଜୁଛୁ? “। ମୁଁ ସେ ସବୁ ଶୁଣି ନଶୁଣିଲା ପରି ହୋଇ ରୋଷେଇ ଘରକୁ ପଳେଇଲି। ଭୋକ କରୁଥିଲା ଆଉ ଗାଲଟାବି ଭାରି ପୋଡୁ ଥିଲା। ବୋଧେ ପଙ୍କରେ ବହୁତ ଛୋଟ ଗୋଡି ଥିଲା। ନାନୀକୁ କିଛି କହିଲିନି କାଳେ କଳା ହୋଇଯିବି କହିଲେ ?ମଧ୍ଜୁ ଭାଇନା ମତେ ଅନେଇ ଟିକିଏ ହସୁଥିଲେ ବୋଧେ ?

ତାପରଦିନ ସକାଳୁ ଉଠି ନାନୀ ଘରେ ଥିବା ଛୋଟିଆ ଦର୍ପଣଟି ରେ ମୁହଁକୁ ବାରମ୍ବାର ଦେଖିଲି। ବାଁ ପଟ ଡାହାଣ ପଟ ସବୁ ଦେଖିଲି। କିଛି ଗୋରା ହେବାର ଜଣା ପଡ଼ିଲାଣି। ଫ୍ରକକୁ ଟେକି ଗୋଡ଼ ଆଉ ହାତର ସମୀକ୍ଷା କଲି। କିଛି ବଦଳି ଥିବା ଦେଖିଲିନି। ନାନୀ ପଚାରୁଥିଲା କଣ ହେଲା ? ସେପଟେ ମଧୁ ଭାଇନା ମୁରକି ମୁରକି ହସୁ ଥିଲେ। ନାନୀର ଦିଅର ଥିଲେତ। ମତେ ଥଟାରେ ଏସବୁ କହିଛନ୍ତି ବୋଲି ମୁଁ ବୁଝିଲି। ଭାବିଲି ଦଉଡି ଦଉଡି ଯାଇ କହିବି ମିଛୁଆ? କିନ୍ତୁ ଚୁପ ରହିଲି କାଳେ ପରେ ଗୋରା ହେବିନି ବୋଲି।

ପରେ ମୁଁ ସେଇ ଗାଁ ର ବୋହୁ ହେଲି। ନାନୀ ର ଦିଅର ସୁଧାଂଶୁଙ୍କୁ ବାହା ହୋଇ। ସୁଧାଂଶୁ ତାଙ୍କ ଗାଁ ଲୋକଙ୍କ ପରି ଭାରି ଗୋରା ଥିଲେ। ଗୋପୀନାଥଙ୍କ ଅଗଣା ଆଉ ପୋଖରୀ ଦେଇ ମୁଁ କେତେଥର ଯାଇଛି ଗାଁକୁ । ସବୁବେଳେ ପୋଖରୀ ପଙ୍କ ଆଉ ମୋର ଗୋରା ହେବା କଥା ମନେପଡେ। ମଧୁ ଭାଇନା ବହୁତ ଦିନ ହେଲା ଚାଲି ଗଲେଣି ଏ ସଂସାର ଛାଡି। ମୋର ବି ଆଉ ଗୋରା ହେବା ପାଇଁ ଇଛା ନାହିଁ। ତେବେ ପୁରବୀର ମେସେଜଟା ଦେଖି ଭାବିଲି ଏଇ କଥାଟି ଗପ ଭାବେ ଲେଖିଲେ କେମିତି ହବ?।

ଏବେ ମୁଁ ସେଭଳି ସରଳ ନାହିଁ। ବହୁତ ଦିନ ହେଲା ବାହାରେ ରହି ମୋର ଓଡ଼ିଆ , ଓଡ଼ିଶାରେ ହେଉଥିବା ଚାଲି, ଚଳନ ବଦଳି ଗଲାଣି। ଚାହିଁଲେ ବି ଠିକ ଭାବେ ଲେଖି ପାରୁନି ମୋର ଭାବନା ଗୁଡିକ। ତେବେ ଚାଲିଲା ବେଳେ ମନେ ପଡେ ଆଉ ଭାବେ ନାନୀ ମତେ ଓଲଟ ଚକୁଳି ଖୁଆଇ ଛାଡ଼ିଲାନି। ସେଥିପାଇଁ ଥରେ ଗାଁ ଛାଡିଲା ପରେ ଇଛା ଥିଲେବି ମୁଁ ସବୁ ବେଳେ ବାହାରେ ରହିଲି। ଏବେତ ମୋ ପିଲା ମାନେ ଏଠି ରହିଲେ। ତେଣୁ ଫେରି ଯିବାର ପ୍ରଶ୍ନ ନାହିଁ। ଆମେ ଗଲେ ସେମାନେ ମୋ ପରି ଏକୁଟିଆ ହୋଇଯିବେ। ମୋରି ପରି ସେମାନେ ବି ଏକୁଟିଆ ବାହାରେ ଜୀବନ କାଟିବେ। ସୁବିଧା ଅସୁବିଧାରେ ଏକା ହୋଇ ରହିବେ। ଆଶା ସମସ୍ତେ ପଢି କେମିତି ଲାଗିଲା ବୋଲି କହିବେ।

ଲେଖିକା: ଚନ୍ଦ୍ରା ମିଶ୍ର GFPSP ଗାର୍ଲ ଫ୍ରମ ପଥୁରିଆ ସହି ପୁରୀ

 —

ମୋ ଫଟୋ ଟା ଫେସ ବୁକରେ ପୋଷ୍ଟ କରିଦେଇଥିଲି କାଲି।ମୋ ସାଙ୍ଗ ସବିତାର ଚାଲେଞ୍ଜ ଯୋଗୁ। ସାଙ୍ଗେ, ସାଙ୍ଗେ ପୁରବୀ ଠାରୁ ଏଇ ମେସେଜ ଟି ଆସିଗଲା।

“ଏ ଫୋଟୋ ଦେଖି ମୁଁ ଈର୍ଷାରେ ଜଳୁଛି। ମାଉସୀ ତମେ ଏତେ ଗୋରା ଆଉ ସୁନ୍ଦରୀ। ମୁଁ ଟିକିଏ ସୁନ୍ଦରୀ ହୋଇଥାନ୍ତି ହେଲେ। “

ତା ମେସେଜ ଦେଖି ମତେ ହସ ମାଡିଲା ଆଉ ମୋର ପିଲାଦିନ କଥା ମନେ ପଡିଗଲା । ମୁଁ କେମିତି ସବୁବେଳେ ଗୋରା ହେବି ବୋଲି ବାଇଆ ହେଉ ଥିଲି ପିଲାବେଳେ। ଆମ ପୁରୀରେ ସବୁ ଝିଅ ମାନେ ପ୍ରାୟ ଗୋରା ହେବାକୁ ଚେଷ୍ଟା କରନ୍ତି। ମୋ ନାନୀ ମୋ ପୂର୍ବରୁ ବିଶ୍ଵନାଥପୁର ଶାସନ ଗାଁରେ ବାହାହୋଇଥିଲା। ପୁରୀ ପାଖ ଶାସନ ଗାଁରେ ବ୍ରାହ୍ମଣ ମାନେ ଶୁଣିବାରେ ବହୁତ ପୂର୍ବରୁ କାନପୁରରୁ ଓଡିଶାକୁ ଅଣା ଯାଇଥିଲେ। କାରଣ ଓଡ଼ିଶାରେ ବୁଦ୍ଧଧର୍ମ ବେଶୀ ବିସ୍ତାର ହୋଇ ଥିଲା ରାଜା ଅଶୋକ ଆସିବା ପରେ । ବ୍ରାହ୍ମଣ ମାନଂକୁ ଆଣି ପୁରୀ ରାଜା ୫ ଟି ଗାଁ ରେ ସ୍ଥାପିତ କରେଇ ଥିଲେ। ସେମାନଂକୁ ଶାସନୀ ବ୍ରାହ୍ମଣ କୁହାଯାଉଥିଲା। ସେଇ ବ୍ରାହ୍ମଣ ଲୋକ ମାନଙ୍କର ରଙ୍ଗ ଭାରି ଗୋରା ଥିଲା ଓ ନାକବି ତାଙ୍କର ଭାରି ସୁନ୍ଦର ଥିଲା। ଶୁଆ ନାକ ପରି ନାକ ଥିଲା।ପରେ ସେମାନେ ଓଡିଶାର ସ୍ଥାନୀୟ ଝିଅ ମାନଂକୁ ବାହା ହୋଇ ଥିଲେ। ମୋ ନାନୀ ସେଇ ଶାସନ ଗାଁ ବିଶ୍ଵନାଥ ପୁର ରେ ବାହାହୋଇଥିଲା। ଆମ ଜୋଇଁ ଙ୍କ ଘରେ କିଛି ଲୋକ ଭାରି ଗୋରା ଥିଲେ।

ମୁଁ, ପିଲାଦିନେ ନାନୀ ଘର ଗାଁ କୁ ବହୁତ ଥର ଯାଏ। ଦଶହରା ଛୁଟିରେ ଆଉ ଦୋଳ ଛୁଟିରେ ତାଙ୍କ ଗାଁରେ ମେଳା ହୁଏ। ତାଙ୍କ ଗାଁର ଗୋପୀନାଥ ଙ୍କ ପାଖରେ ବହୁତ ସୁନ୍ଦର ଜଲଶା ହୁଏ। ନାନୀ ଘରେ ଭଲ ପିଠା ପଣା ହୁଏ। ମତେ ଭାରି ଭଲ ଲାଗେ ସେଠି ଥିଲା ବେଳେ । ନାନୀ ମତେ ଭଲ ଭଲ ପିଠା ପଣା ଖାଇବାକୁ ଦିଏ। ମୁଣ୍ଡ କୁଣ୍ଡେଇ ଦିଏ ଆଉ ନୂଆ ରିବନ ରେ ମୋର ଲମ୍ବା ବାଳରେ ସୁନ୍ଦର କଦଳୀ ବେଣୀ ଯୋଡିଏ କରିଦିଏ।

ଜୋଇଁଙ୍କ ମାଇଁ ଙ୍କ ଘର ସେଇ ପାଖରେ ଥିଲା। ମାଇଁଙ୍କ ପୁଅ ମଧୁ ଭାଇନା ମତେ ତାଙ୍କ ଗାଁର ପୋଖରୀ ଦେଖେଇ ନିଅନ୍ତି। ସିଏ ମୋଠୁ ବେଶୀ ବଡ଼ ନଥିଲେ। କଇଁ ଫୁଲ ସେ ପୋଖରୀରେ ଭର୍ତି ହୋଇ ଥାଏ । ମଧୁ ଭାଇନା ପହଁରିଯାଇ ସୁନ୍ଦର, ସୁନ୍ଦର ଗୋଲାପୀ, ଧଳା ରଙ୍ଗ କଇଁ ଗୋପୀନାଥଙ୍କ ପାଇଁ ଆଣନ୍ତି । ମୁଁ ତାଙ୍କ ସାଙ୍ଗେ ଯାଇ ଫୁଲ ସବୁ ଏକାଠି କରି ଆଣେ ମନ୍ଦିରପର୍ଯ୍ୟନ୍ତ। ମଧୁ ଭାଇନା ଭାରି ଗୋରା ଥିଲେ। କାରଣ ସିଏତ ଶାସନୀ ବ୍ରାହ୍ମଣ ଘର ପୁଅ। ସବୁ ବେଳେ ତାଙ୍କୁ ଦେଖିଲେ ମୁଁ ଭାବେ ଆହା ସିଏ ପୁଅ ପିଲା ହେଲେବି ଏତେ ଫରଫର ତୋଫା ଗୋରା। ଆଉ ମୁଁ ଝିଅ ପିଲାଟେ ହୋଇ କଳା ହେଲି। ମନେ ମନେ ଭାବେ ଦିନେ ପଚାରିବି ସିଏ କେମିତି ଆଉ କାହିଁକି ଏତେ ଗୋରା ହୋଇଛନ୍ତି।

ମଧୁ ଭାଇନା ଭାରି ଗପୁଡା ଥିଲେ। ମୁଁ ବି ଗପ କରିବାରେ କିଛି କମ ନଥିଲି। ମୁଁ ତାଙ୍କୁ ଆମ ପୁରୀ ସମୁଦ୍ରର ଲହରୀ, ଜଗନ୍ନାଥ ମନ୍ଦିର ଆଉ ଆମ ପକା ଘର କଥା କହେ। ସିଏ ତାଙ୍କ ଗାଁର ଗୋପୀନାଥଙ୍କ ଗପ ମତେ କହନ୍ତି। ବେଳେ ବେଳେ ସେମାନେ ଫୂଟବଲ ଖେଳୁଥିଲେ ଗୋପୀନାଥଙ୍କ ମନ୍ଦିର ପାଖ ପଡିଆରେ। ମୁଁ ସେଇଠି ବସି କରି କଇଁ ଫୁଲ ସବୁ ଦେଖେ। ସେ ଗାଁର ଝିଅ ମଞ୍ଜୁ ବେଳେ ବେଳେ ଆସି ମୋ ସାଙ୍ଗେ ସେଠି ବସେ, ଆଉ ଆମେ ଚଟା ଖେଳୁ ଏକାଠି ହୋଇ। ଭାରି ଭଲ ଲାଗେ। ବର ଗଛ ଓହଳରେ ଆମ ପାଇଁ ମଧୁ ଭାଇବା ଦୋଳି କରି ଦେଇ ଥାଆନ୍ତି। ଖରା ଛୁଟି ଟା କେତେବେଳେ ସରିଯାଏ ଜଣା ପଡ଼େନି।

ଦିନେ ମୁଁ ଓ ମଞ୍ଜୁ ମଧୁ ଭାଇନା ଆଣୁ ଥିବା କଇଁ ଫୁଲ ଏକାଠି କଲା ବେଳେ ମୁଁ ସମ୍ଭାଳି ନପାରି ପଚାରିଲି ତୁମେ ଦୁହେଁ ଏତେ ଗୋରା କେମିତି ହେଲ? ସେତେବେଳେ ବୋଧେ ମତେ ୮ ବା ୯ ବର୍ଷ ହୋଇଥିବ, ଆମ ଜୋଇଁ ସେତେ ଗୋରା ନଥିଲେ। ନାନୀର ବି ମୋରି ଭଳି ଶ୍ୟାମଳ ରଙ୍ଗ ଥିଲା। ସେ ଦୁହେଁ (ମଧୁ ଭାଇନା ଆଉ ମଞ୍ଜୁ) ପରସ୍ପର ଆଡ଼କୁ ଅନେଇ କହିଲେ ଆମ ଗାଁ ର ପୋଖରୀ ଯୋଗୁ। ପୋଖରୀ ଯୋଗୁ? ସେଇଟା କଣ କେମିତି ମୁଁ ପଚାରିଲି ? ମଧୁ ଭାଇନା କହିଲେ ପରେ କହିବି।

ଆମେ ଗୋପୀନାଥଙ୍କ ପାଖେ ଫୁଲ ଥୋଇଦେଇ ଘରକୁ ଆସିଲୁ। ମଞ୍ଜୁ ଆଉ ମଧୁ ଭାଇନା ମୋ ସାଙ୍ଗରେ ଥିଲେ। ମୁଁ ତ ଭୁଲିବା ପିଲା ନୁହେଁ। ଯଦି କୋଉ ଜିନିଷରେ ମୁଁ ମୋ ମନ ଦିଏ ସେଇଟା ନିଶ୍ଚୟ ନକରିବା ପର୍ଯ୍ୟନ୍ତ ମୁଁ ବସି ପାରେନି । ପିଲା ଦିନଠୁ ଏପର୍ଯ୍ୟନ୍ତ ସେଇ ଅଭ୍ୟାସ ଟି ଅଛି। ପୁଣି ପଚାରିଲି କେମିତି ଗୋରା ହେବି କୁହ ମଧୁ ଭାଇନା। ତାପରେ ସିଏ କହିଲେ, ଆମର ଏଇ ଗୋପୀନାଥଙ୍କ ପୋଖରୀର ପଙ୍କ ସକାଳୁ ସକାଳୁ ଆସି ଗୋଡ଼ , ହାତ ଆଉ ମୁହଁରେ ଲଗେଇବୁ। ପର ଦିନ ତୋ ରଙ୍ଗ ମଞ୍ଜୁ ଆଉ ମୋ ପରି ହୋଇଯିବ। ଖବରଦାର କେହି ବଡ଼ ଲୋକଙ୍କୁ କହିବୁନି। କହିଲେ କଳା ହୋଇଯିବୁ। କାଂଦିବୁନି ଜମା, ଯଦି ପଙ୍କ ଲଗେଇଲା ବେଳେ କଷ୍ଟ ହେବ। କାନ୍ଦିଲେ ବି କଳା ହୋଇଯିବାର ସମ୍ଭାବନା ଅଛି। ମଞ୍ଜୁ ବି ଚୁପକିନା ଠିଆ ହୋଇ ମୁଣ୍ଡ ହଲାଇ କହିଲା ହଁ ଚନ୍ଦୁ ସେଇଆ କଲେ ଗୋରା ହୋଇ ଯିବୁ। ସେଦିନ ରାତିରେ ଶୋଇଲା ପୂର୍ବରୁ ଗୋପିନାଥଙ୍କୁ ପ୍ରଣାମ କରି କହିଲି, ପ୍ରଭୁ ମତେ ବି କାଲିଠୁ ଗୋରା ହେବାରେ ସାହାଯ୍ୟ କର। ମୁଁ ଭଲ କରି ପଙ୍କ ଲଗେଇବି।

ତା ପରଦିନ ମୁଁ ସକାଳୁ ଉଠି ଗଲି ଗୋପୀନାଥଙ୍କ ପୋଖରୀକୁ। ଚାରିଆଡ଼କୁ ଅନେଇଲି କେହି ନଥିଲେ। ପଙ୍କ ମେଞ୍ଚେ ନେଇ ଆଗ ବାଁ ହାତରେ ବୋଳିଲି। ଟିକିଏ ଅବାଗିଆ ଲାଗିଲା। ତାପରେ ବାଁ ଗୋଡ଼ , ଡାହାଣ ହାତ, ଗୋଡ଼ରେ ପଙ୍କ ବୋଳି ହେଲି। ଶେଷରେ ମୁହଁ ରେ ଭଲ କରି ପଙ୍କ ବୋଳିଲି। ସବୁଠୁ ମୁହଁଟା ବେଶୀ ଗୋରା ହଉ ବୋଲି ଭାବି ପୋଖରୀ ଭିତରକୁ ଯାଇ ବେଶୀ ଭଲ ମୋଟା ପଙ୍କ ଆଣି ମୁହଁରେ ଭଲକରି ଲଗେଇ ଦେଲି। ବୋଧେ ଛୋଟ ଗୋଡି ଥିଲା ସେ ପଙ୍କରେ। ଟିକିଏ ପୋଡିଲା ଭଳି ଲାଗିଲା। ମୋର ମନେ ପଡିଗଲା ମଧୁ ଭାଇନାଙ୍କ ତାଗିଦା, ଚନ୍ଦୁ ଜମା କାଂଦିବୁନି। କାନ୍ଦିଲେ ଯୋଉଠି ଲୁହ ପଡିବ ସେଇଠି କଳା ହୋଇ ଯିବୁ। ବଡ଼ କଷ୍ଟ୍ରରେ ଧୁଆ ଧୁଇ ହୋଇ ଘରକୁ ଆସିଲି। ନାନୀ ବ୍ୟସ୍ତ ହୋଇ ପଚାରିଲା ମୁଁ କୁଆଡ଼କୁ ସକାଳୁ , ସକାଳୁ ଯାଇଥିଲି? ସିଏତ ସେ ଗାଁ ରେ ବୋହୁ। ତେଣୁ ବାହାରକୁ ଆସିପାରୁ ନଥିଲା। କେବଳ ହଜିଗଲା ଗାଈ ଭଳି ଏପଟ, ସେପଟ ହୋଇ ବାଡି଼କୁ ଆଉ ଦାଣ୍ଡ ପଟକୁ ଦେଖୁଥିଲା। ମଧୁ ଭାଇନା ଆସିବା ଦେଖି ପଚାରିଲା ଚନ୍ଦୁ କୁ ଦେଖିଛକି? ମଧୁ ଭାଇନା ଜାଣିଛନ୍ତି ମୁଁ କୁଆଡେ ଯାଇଥିବି ସକାଳୁ। ସିଏ ବାଁରେଇ କହିଲେ ବୋଧେ ଗୋପୀନାଥଙ୍କ ପୋଖରୀ ପାଖକୁ ଯାଇଥିବ ତାକୁ କଇଁ ଫୁଲ ଭଲଲାଗେ ସକାଳୁ ସକାଳୁ ଖୋଲୁଥିବା କଇଁ ଫୁଲର ପାଖୁଡା ମେଲା ଦେଖିବ ବୋଲି।

ସେମାନେ କଥା ହେଉଥିଲେ ମୁଁ ବାଡ଼ିପଟେ ଆସି ନାନୀ ପାଖରେ ହାଜର। ନାନୀ କହିଲା ତୁ କାହିଁକି କହି କରି ଗଲୁ ନି? “ଆମେ ତତେ ଖୋଜୁଛୁ? “। ମୁଁ ସେ ସବୁ ଶୁଣି ନଶୁଣିଲା ପରି ହୋଇ ରୋଷେଇ ଘରକୁ ପଳେଇଲି। ଭୋକ କରୁଥିଲା ଆଉ ଗାଲଟାବି ଭାରି ପୋଡୁ ଥିଲା। ବୋଧେ ପଙ୍କରେ ବହୁତ ଛୋଟ ଗୋଡି ଥିଲା। ନାନୀକୁ କିଛି କହିଲିନି କାଳେ କଳା ହୋଇଯିବି କହିଲେ ?ମଧ୍ଜୁ ଭାଇନା ମତେ ଅନେଇ ଟିକିଏ ହସୁଥିଲେ ବୋଧେ ?

ତାପରଦିନ ସକାଳୁ ଉଠି ନାନୀ ଘରେ ଥିବା ଛୋଟିଆ ଦର୍ପଣଟି ରେ ମୁହଁକୁ ବାରମ୍ବାର ଦେଖିଲି। ବାଁ ପଟ ଡାହାଣ ପଟ ସବୁ ଦେଖିଲି। କିଛି ଗୋରା ହେବାର ଜଣା ପଡ଼ିଲାଣି। ଫ୍ରକକୁ ଟେକି ଗୋଡ଼ ଆଉ ହାତର ସମୀକ୍ଷା କଲି। କିଛି ବଦଳି ଥିବା ଦେଖିଲିନି। ନାନୀ ପଚାରୁଥିଲା କଣ ହେଲା ? ସେପଟେ ମଧୁ ଭାଇନା ମୁରକି ମୁରକି ହସୁ ଥିଲେ। ନାନୀର ଦିଅର ଥିଲେତ। ମତେ ଥଟାରେ ଏସବୁ କହିଛନ୍ତି ବୋଲି ମୁଁ ବୁଝିଲି। ଭାବିଲି ଦଉଡି ଦଉଡି ଯାଇ କହିବି ମିଛୁଆ? କିନ୍ତୁ ଚୁପ ରହିଲି କାଳେ ପରେ ଗୋରା ହେବିନି ବୋଲି।

ପରେ ମୁଁ ସେଇ ଗାଁ ର ବୋହୁ ହେଲି। ନାନୀ ର ଦିଅର ସୁଧାଂଶୁଙ୍କୁ ବାହା ହୋଇ। ସୁଧାଂଶୁ ତାଙ୍କ ଗାଁ ଲୋକଙ୍କ ପରି ଭାରି ଗୋରା ଥିଲେ। ଗୋପୀନାଥଙ୍କ ଅଗଣା ଆଉ ପୋଖରୀ ଦେଇ ମୁଁ କେତେଥର ଯାଇଛି ଗାଁକୁ । ସବୁବେଳେ ପୋଖରୀ ପଙ୍କ ଆଉ ମୋର ଗୋରା ହେବା କଥା ମନେପଡେ। ମଧୁ ଭାଇନା ବହୁତ ଦିନ ହେଲା ଚାଲି ଗଲେଣି ଏ ସଂସାର ଛାଡି। ମୋର ବି ଆଉ ଗୋରା ହେବା ପାଇଁ ଇଛା ନାହିଁ। ତେବେ ପୁରବୀର ମେସେଜଟା ଦେଖି ଭାବିଲି ଏଇ କଥାଟି ଗପ ଭାବେ ଲେଖିଲେ କେମିତି ହବ?।

ଏବେ ମୁଁ ସେଭଳି ସରଳ ନାହିଁ। ବହୁତ ଦିନ ହେଲା ବାହାରେ ରହି ମୋର ଓଡ଼ିଆ , ଓଡ଼ିଶାରେ ହେଉଥିବା ଚାଲି, ଚଳନ ବଦଳି ଗଲାଣି। ଚାହିଁଲେ ବି ଠିକ ଭାବେ ଲେଖି ପାରୁନି ମୋର ଭାବନା ଗୁଡିକ। ତେବେ ଚାଲିଲା ବେଳେ ମନେ ପଡେ ଆଉ ଭାବେ ନାନୀ ମତେ ଓଲଟ ଚକୁଳି ଖୁଆଇ ଛାଡ଼ିଲାନି। ସେଥିପାଇଁ ଥରେ ଗାଁ ଛାଡିଲା ପରେ ଇଛା ଥିଲେବି ମୁଁ ସବୁ ବେଳେ ବାହାରେ ରହିଲି। ଏବେତ ମୋ ପିଲା ମାନେ ଏଠି ରହିଲେ। ତେଣୁ ଫେରି ଯିବାର ପ୍ରଶ୍ନ ନାହିଁ। ଆମେ ଗଲେ ସେମାନେ ମୋ ପରି ଏକୁଟିଆ ହୋଇଯିବେ। ମୋରି ପରି ସେମାନେ ବି ଏକୁଟିଆ ବାହାରେ ଜୀବନ କାଟିବେ। ସୁବିଧା ଅସୁବିଧାରେ ଏକା ହୋଇ ରହିବେ। ଆଶା ସମସ୍ତେ ପଢି କେମିତି ଲାଗିଲା ବୋଲି କହିବେ।

ଲେଖିକା: ଚନ୍ଦ୍ରା ମିଶ୍ର GFPSP ଗାର୍ଲ ଫ୍ରମ ପଥୁରିଆ ସହି ପୁରୀ

 —

💕ମୋ ସ୍ମୃତିରୁ ଆଉ ଗୋଟିଏ ଛୋଟ ଗପ : ମନେ ପଡେ ରସଗୋଲା ଆଉ ମୋର ଅଭୁଲା ସ୍ମୃତି💕 Dec 23, 20

ଲେଖିକା: GFPSP (ଗାର୍ଲ ଫ୍ରମ ପଥୁରିଆ ସାହି ପୁରୀ)

ଫେସ୍ ବୁକ୍ ରେ କିଏ ଜଣେ ଲେଖିଥିଲେ, ସେଦିନ ଯେ ଆଜି ରସଗୋଲା ଦିନ ବୋଲି।ହଠାତ୍ ମୋର ମନେ ପଡିଗଲା ମୋର ଅଭୁଲା ସ୍ମୃତି ସେଇ ଗୋଲ ଗୋଲ ଧଳା ରଙ୍ଗର ପ୍ରସିଦ୍ଧ ମିଠା ରସଗୋଲା ବିଷୟରେ। ଭାବିଲି ଆଜି ଫେସ୍ ବୁକ୍ ରେ ଲେଖିଦେବି ମୋର ମନରେ ଥିବା ଗପଟି। ପିଲାଦିନରୁ ମୋର ମିଠା ଖାଇବା ପାଇଁ ଭାରି ଲୋଭ। ମିଠା ପାଇଁ ମୁଁ ଆମ ସାଇରେ ପୁରାଣ ପଢେ, କାହିଁକି ନା ପୁରାଣ ପଢା ପରେ ବୁନ୍ଦିଆ ଭୋଗ ଭାବରେ ମିଳେ। କେତେଥର ମୋ ସାଙ୍ଗ ଏଲୀଜ଼ାବେଥ ସାଂଗେ ଯାଇ ସେମାନଙ୍କ ଚର୍ଚ୍ଚ ସଣ୍ଡେ ସ୍କୁଲରେ ବସେ। କାରଣ ସ୍କୁଲ ସରିଲେ ଚକୋଲେଟ ମିଳୁ ଥିଲା। ଯାହା ହେଉ ପଛେ ଆମ ପୁରୀର ରସଗୋଲା ପରି ରସଗୋଲା ମୁଁ କୋଇଠି ଦେଖିନି। ଆମର ପରିବାର ବଡ଼ (ସଂଖ୍ୟାରେ) ଆଉ ଅର୍ଥ ରେ ମଧ୍ୟବିତ ପରିବାର ଥିଲା। ଖାଇବା, ପିଇବା ଭଲ ହେଉଥିଲେ ବି ମିଠା ଘର କୁ ବହୁତ କମ୍ କିଣା ହୋଇ ଆସେ। କେବେ କେମିତି ଆସିଲେବି ଭାଉଜ ତାକୁ ସମାନ ସମାନ କରି ବାଣ୍ଟି ସମସ୍ତଙ୍କୁ ଦେଲା ବେଳକୁ ମୋ ଭାଗରେ ଛୋଟିଆ ଖଣ୍ଡେ ପଡେ। ସବୁ ବେଲେ ମନ ଥାଏ ଦିନେ ବସି ଯେତେ ମନ (ଚାରି ହେଉ ବା ଆଠ ହେଉ) ସେତେ ରସଗୋଲା ଖାଇବି। ମନ ପୁରାଇ ଯେତେ ଇଚ୍ଛା ସେତେ ରସଗୋଲା ଖାଇବାର ସୁଯୋଗ ଆମ ଘରେ ଥିଲା ପର୍ଯ୍ୟନ୍ତ ଆସି ନଥିଲା।

ମୋ ବାହାଘର ପରେ ମୁଁ ସୁଧାଂଶୁଙ୍କ ସାଙ୍ଗରେ ଝରିଆ ଆସିଗଲି ତାଙ୍କ କାମ ଜାଗାକୁ। ନୂଆ ଜାଗାରେ ମତେ ଭଲ ଲାଗୁ ଥାଏ କିନ୍ତୁ ଅଡୁଆ ବି ଲାଗୁଥାଏ। ସୁଧାଂଶୁ ଅଫିସରୁ ୫ଟା ବେଳେ ଫେରନ୍ତି। ଆମେ ଚାହା, ଜଳଖିଆ ଖାଇ ଗପ କରୁ ବା ବୁଲି ଯାଉ। ସବୁ ଗପତ ମୁଁ ବକ୍ ବକ୍ କରି କହୁଥାଏ। ମୋର ସାଙ୍ଗ କିଏ ସବୁ ଥିଲେ, କଣ ଆମେ କଥା ହେଉଥିଲୁ ଇତ୍ୟାଦି ଇତ୍ୟାଦି। ଗପିଲା ବେଳେ ମୁଁ ତାଙ୍କୁ ମନେ ପକାଇ ଦିଏ, ଆମେ ଭୁବନେଶ୍ୱର ଫେରି ଯିବାକୁ ଯେତେବେଳେ ତାଙ୍କୁ ଗ୍ରେଡ଼ ୧ ଅଫିସରର କାମ ମିଳିଯିବ । ମୋ ମନରେ ଥିଲା ଭୁବେଶ୍ୱରରେ ମୁଁ କଲେଜ ଯାଇ ପାରିବି ଆଉ ନାନୀ ମାନେ ବି ସେଠି ଅଛନ୍ତି। ଭାଉଜ ବି ପୁରୀରେ ଥାଆନ୍ତି।

ଆମର ସେଠି ସେତେବେଳେ ଲାଲ ରଙ୍ଗର ହଣ୍ଡା ମୋଟର ସାଇକଲ୍ ଟିଏ ଥିଲା। ସନ୍ଧ୍ୟା ବେଳେ ସୁଧାଂଶୁ ମତେ ବଜ଼ାରକୁ ବୁଲେଇ ନେଇ ଯାଆନ୍ତି। ମୋଟର ସାଇକଲରେ ବସିବାକୁ ମତେ ଭାରି ଭଲ ଲାଗୁ ଥିଲା। ଶାଢ଼ୀ ଏପଟ ସେପଟ ହେଇଯିବ ବୋଲି ମୁଁ ତାଙ୍କର ବହୁତ ପାଖରେ ଚିପକେଇ ହୋଇ ବସେ। ଆଜିକାଲି ହୋଇଥିଲେ ଜିନ ପ୍ୟାଣ୍ଟ ପିନ୍ଧି ହେଲମେଟ୍ ଆଉ କଳା ଚଷମା ଲଗେଇ ବସୁ ଥାଆନ୍ତି । ବେଳେ ବେଳେ ଅଫିସ୍ ର ଅନ୍ୟ ଲୋକ ମାନଙ୍କ ସଂଗେ ଦେଖା ହୁଏ ବଜ଼ାରରେ।

ଆମ ଯିବାର ଗୋଟିଏ ସପ୍ତାହ ପରେ ଆମେ ଭାବିଲୁ, ଆମ ଘରକୁ କିଛି ଅଫିସ୍ ଲୋକଙ୍କୁ ଚାହା, ଜଳଖିଆ ଖାଇବାକୁ ଡାକିବୁ। ସୁଧାଂଶୁ ପୂର୍ବ ଦିନ ଯାଇ ସ୍ପେସିଆଲ୍ ମିଠାଇ କିଣି ଆଣିଥିଲେ।ସେଉ, ଆଉ ମିକ୍ସଚର୍ ବି କିଣିଆଣିଥିଲେ। ଗୋଟିଏ ହାଣ୍ଡିରେ ପୁରା ୧୫ ଟା ରସଗୋଲା ଆଣିଥିଲେ। ରସଗୋଲା ହାଣ୍ଡି ଉପରେ ସରୁ ପତଳା ଧଳା ମସଲୀନ୍ କନା ବନ୍ଧା ହୋଇ ଥିଲା ସୁତା ଡୋରିରେ l

ସୁଧାଂଶୁ ମତେ କହିଲେ ତୁମେ ଖାଲି ଚାହା କରିଦେବ l ମିଠା ଓ ନମକିନ ସେ ଆଣିଚନ୍ତି। ମତେ ଭଲ ଲାଗୁଥିଲା ଯେ ସେ ସବୁ ଜିନିଷ ଆଣି ମତେ ଦେଉଛନ୍ତି। ଆଉ ଭାବୁଛନ୍ତି ମତେ ବେଶୀ କାମ କରିବାକୁ ନପଡୁ ବୋଲି। ଏଇଟା ମୋ ପାଇଁ ନୂଆ ଥିଲା। ଆମ ଘରେ କେବେ ଏଡ଼େ ବଡ଼ ରସଗୋଲା ହାଣ୍ଡି ଦେଖିବାର ମୋର ମନେ ନଥିଲା। ଯଦିବା କେବେ କେବେ ରସଗୋଲା କିଏ ଆଣନ୍ତି ସେ ହାଣ୍ଡି ନାନୀ ବା ଭାଉଜ ନେଇ ରୋଷେଇ ଘରେ ରଖନ୍ତି ସମସ୍ତଙ୍କୁ ଦେବା ପାଇଁ। ମୁଁ ହାତରେ ରସଗୋଲା ହାଣ୍ଡିଟା ଧରିଲି। ଜାଣିଲି ହାଣ୍ଡି ଟା ଭାରି ଲାଗୁଥିଲା ନେଇ ରଖିଲା।

ପର ଦିନ ସୁଧାଂଶୁ ଠିକ ୮ଟା ବେଳେ ଅଫିସ୍ ଗଲେ। ଜଲଦି ଆସିବେ ବୋଲି କହିଗଲେ। ମୁଁ ସେଦିନ ଟିକିଏ ବେଶୀ ଖୁସି ଥିଲି । ସବୁ ଦିନ ସିଏ ଅଫିସ ଗଲା ବେଳକୁ ମନ ଉଦାସ ହୁଏ, କାରଣ ୮ ଘଣ୍ଟା ଏକୁଟିଆ ରହିବି ବୋଲି। ପୁରୀ ତ ନୁହେଁ ଯେ କେତେ ଜଣା ଶୁଣା ଲୋକ ଆସିଯିବେ ଗପି ବାକୁ।

ଭାବୁଥିଲି କଣ ସବୁ ମିଠା ଆଣିଚନ୍ତି ଦେଖି ବାକୁ।କେବଳ ରସଗୋଲା ଟା ଦିଶୁନଥିଲା। ବାକି ସବୁ ମିଠା ଗୋଟି ଗୋଟି କରି ଦେଖିଲି। ଭାବିଲି ସେଇ ହାଣ୍ଡିର ଘୋଡ଼ଣି କାଢିବି ନହେଲେ କଣା କରି ଦେଖିବି ଘୋଡ଼ଣି ଭିତରେ କେତୋଟି ରସଗୋଲା ଅଛି ? ଶେଷରେ ଗୋଟିଏ କଇଁଚି ନେଇ ସାଵଧାନରେ ଦୁଇଟି ଛୋଟ ଛୋଟ କଣା କଲି ରୂପା ଟଙ୍କl ସାଇଜ୍ ର । ହାଣ୍ଡି କୁ ମୁହଁ ପର୍ଯ୍ୟନ୍ତ ଆଣି, ଗୋଟିଏ କଣା ରେ ଆଖି ଦେଇ ହାଣ୍ଡି ଭିତରକୁ ଥର କୁ ଥର ଦେଖିଲି ଧଳା ଧଳା ରସଗୋଲା। ଲାଗିଲା ସତେ ଯେମିତି ବଡ଼ ବଡ଼ ମଲ୍ଲି ଫୁଲ ଫୁଟିଛି। ବାସ୍ନା ବି ଭାରି ଭଲ ହେଉ ଥିଲା ଛୋଟ ଗୁଜୁରାତିର। ସିରାରେ ବୁଡି ରସଗୋଲା ସବୁ ଦେଖା ଯାଉ ଥିଲା ଯେମିତି ଧଳା କେରାଣ୍ଡି ମାଛମାନେ ବସିଛନ୍ତି ଗୋଟିଏ ଜାଗାରେ ଜହ୍ନ ରାତିରେ କଥା ବାର୍ତା କରିବାକୁ ।

ଆଗ ଭାବିଲି ଜମା ଗୋଟିଏ ଖାଇ ଦେଖିବି କେମିତି ଲାଗୁଛି। ଖାଇଲା ପରେ ଖୁସିରେ ବଡ଼ ପାଟିରେ କହିଲି , ଆରେ ଭାରି ଭଲ ଲାଗୁଛି ବୋଲି। ତାପରେ ଆଉ ଗୋଟେ। ପରେ ଆଉ ଅଧେ ଖାଇ ଏପଟ ସେପଟ ହେଲି । ମନେ ମନେ ଭାଉଜଙ୍କୁ ମନେ ପକେଇଲି। କେତେ ମୁଁ ତାଙ୍କୁ କହେ ଆଉ ଟିକେ ବେଶି ଦିଅ ବୋଲି ? କିନ୍ତୁ ସବୁ ବେଳେ ସିଏ କହନ୍ତି, ସମସ୍ତେ ଖାଇଲା ପରେ ଚନ୍ଦୁ, ଯଦି ବାକି ଥିବ ତାହାଲେ ଦେଵି। କେବେ ଆଉ ସିଏ ବଳିବା ରସଗୋଲା ପାଇଁ ମତେ ଡାକିବା ମନେ ନାହିଁ ମୋର। ଭାଉଜ ଭଲତ ପାଉଥିଲେ ମତେ। କିନ୍ତୁ ଆର୍ଥିକ ଅବସ୍ଥା ଯୋଗୁ ଅଳ୍ପ ଅଳ୍ପ ସମସ୍ତଙ୍କୁ ବାଣ୍ଟି ଦେବାକୁ ହୁଏ ତାଙ୍କୁ। ମୁଁ କିନ୍ତୁ ଭାବେ ବୋଉତ ନୁହେଁ ଯେ ମତେ ବେଶୀ ଦେବେ? ଭାରି ଦୁଷ୍ଟ ଆଉ ଅଭିମାନୀ ଥିଲି ଆଉ ଏବେବି ବଦଳିନି। ଭାଉଜ ଆମର କେମିତି ସବୁ ସହି ଯାଇ ରହୁ ଥିଲେ ଜାଣିନି। ବହୁତ ଭଲ ଭାଉଜ ଥିଲେ। ସବୁ ଅଳି ମୋର ସହି ନେଉଥିଲେ. ଦିନ ଦଶଟା ବେଳକୁ ମୁଁ ସେ ହାଣ୍ଡି ରୁ ପ୍ରାୟ ୪ଟି ରସଗୋଲା ଖାଇ ଦେଇ ଥିଲି । ତାପରେ ନିଜକୁ କହିଲି ଆଉ ହାତ ଲଗେଇବିନି। ହାଣ୍ଡି ଟିକୁ ନେଇ ଉପରେ ରୋଷେଇ ଘର ତାର ଜାଲି ଆଲମିରା ଭିତରେ ରଖିଦେଇ ଦୁଆର ବନ୍ଦ କରିଦେଲି । ଦୁଇଟା ବେଳେ କିଛି ଲନଂଚ ଖାଇବାକୁ ଗଲି। ମୁଁ ପ୍ରାୟ ରାତିରେ କରିଥିବା ରୁଟି ବା ପରଟା ଖାଏ ତରକାରୀ ସାଙ୍ଗେ ଲଂଚ ବେଳେ । ବହୁତ ମନ ହେଲା ରସଗୋଲା ସାଙ୍ଗେ ରୁଟି ଖାଇବାକୁ ସେଦିନ। ମଜା ଆସିଯିବ ଭାବି ଦୁଇଟି ଆଙ୍ଗୁଠି କାଟିଥିବା କଣାରେ ପୁରାଇ ଯୋଡିଏ ରସଗୋଲା କାଢ଼ିଲି। ଭାରି ଭଲ ଲାଗିଲା। ପୁଣି ଆଉ ଗୋଟିଏ ଖାଇଲି ଲାଭ ଭାବେ ଶୁଭ ହେବ ବୋଲି !

ଶେଷରେ ଚାରିଟା ବେଳେ ଆଉ ନିୟନ୍ତ୍ରଣ ନକରି ପାରି ଗୋଟିଏ ରସଗୋଲା ଆଉ ଟିକିଏ ଶିରା ଜିଭ ରେ ଲଗେଇ ଖାଇଦେଲି। ମନକୁ ମନ କହିଲି ସେତିକି ଖା ଚନ୍ଦୁ, ଲୋକ ଆସିବେ ପରା? ହାଣ୍ଡିରେ କନା ବନ୍ଧା ହୋଇଥିବା ଯୋଗୁ ମୁଁ ଜାଣି ପାରୁ ନଥାଏ ଆଉ କେତେ ରସଗୋଲା ବାକି ରହିଲା ବୋଲି? ତେବେ ଶେଷ ରସୋଗୋଲଟି ଆଣିଲା ବେଳେ ଜାଣିଲି ମୋ ଆଙ୍ଗୁଠି ହାଣ୍ଡି ର ତଳେ ଲାଗିଲା। ତା ମାନେ ବହୁତ ଗୁଡ଼େ ଖାଇଥିବି ନିଶ୍ଚୟ ବୋଲି ଜାଣିଲି। ଗଣିବି ନଥିଲି କେତୋଟି ଖାଇଲି ବୋଲି। ଯା ହେଉ ନିଜେ ପ୍ରମିଶ୍ କଲି ଆଉ ଜମା ଖାଇବିନି।

ପାଞ୍ଚ ଟା ବେଳକୁ ସୁଧାଂଶୁ ଆସିଗଲେ। ମୁଁ ତର ତର କିନା ଯାଇ ପାଖରେ ବସି ପଡି କହିଲି ଶୁଣ, ଆଜି ଏତେ ଦିନ ପରେ ମୋର ଗୋଟେ ମନ ଇଛା ପୁରା ହେଲା l ମନବୋଧ କରି ରସଗୋଲା ଖାଇବାକୁ ସବୁ ବେଳେ ଭାବୁଥିଲି, ଆଜି ଗୁଡ଼ାଏ ରସଗୋଲା ମନ ଖୁସିରେ ଖାଇଦେଇଛି। ଏତେ ଖୁସି ଥିଲିଯେ ମୁଁ ପାଖକୁ ଯାଇ ସୁଧାଂଶୁଙ୍କୁ ଜାବୁଡି ଧରି ତାଙ୍କ ବେକରେ ଓହଳି ପଡିଲି। ବୋଧେ ଛୋଟିଆ କିସ୍ ଟିଏ ଦେଇଥିଲି। ଠିକ୍ କରି ମନେ ପଡୁନି !

ଆମେ ତାପରେ ମିଠା ଆଉ ଅଲଗା ସ୍ନାକକ୍ସ ଖୋଲି ରଖିଲୁ। ଦୁଆରେ କଲିଙ୍ଗ୍ ବେଲ ବାଜିଲା। ସୁଧାଂଶୁ ଦୁଆର ଖୋଲିଲେ । ମିସ୍ଟର ଆଉ ମିସେସ୍ ରାୟ ଆସିଗଲେ। ସୁଧାଂଶୁ ତାଙ୍କୁ ଚୌକି ରେ ବସିବାକୁ କହିଲେ। ମୁଁ ନମସ୍କାର କରି ଚା କରିବାକୁ ରୋଷେଇ ଘର ଆଡ଼କୁ ଗଲି। ଧୀରେ, ଧୀରେ ଆଉ ୩ ଜଣ କପଲ୍ ଆସି ଗଲେ। ମିସେସ ରାୟ ମତେ ସାହାଯ୍ୟ କରିବାକୁ ଭିତରକୁ ଆସିଲେ। ମୁଁ ରସଗୋଲା ଖୋଲିଲା ବେଳକୁ ଆଉ ଜମା ୫ଟି ରସଗୋଲା ଥିଲା। ମିସେସ ରାୟ କହିଲେ ରସଗୋଲା ପ୍ଲେଟରେ ଦେବା? ରସଗୋଲାକୁ ହାଂଫ କରି ପ୍ଲେଟରେ ବାଢିବାକୁ ମୁଁ କହିଲି। ସୁଧାଂଶୁ ସେତିକି ବେଳକୁ କଣ ଗୋଟେ ଜିନିଷ ନବାକୁ ଆସିଲେ ଓ ଭିତରୁ ମିସେସ ରାୟନ୍କ କଥା ବୋଧେ ଶୁଣିଲେ, ଆଉ ହସିଲେ। କାରଣ ସିଏ ଜାଣିଥିଲେ ରସଗୋଲା ସବୁ କୁଆଡେ ଗଲା? ସମସ୍ତେ ରସଗୋଲା ଭଲ ହୋଇଛି ବୋଲି କହିଲେ। ସୁଧାଂଶୁ କୁଆଡେ ପାଣ୍ଡେ ସ୍ବୀଟ୍ସ ହାଉସ୍ ରୁ ରସଗୋଲା ଆଣି ଥିଲେ। ଝରିଆ ରେ ସ୍ପେସିଆଲ ରସଗୋଲା ସେଇଠି ମିଳୁ ଥିଲା। ସେଥି ପାଇଁ, ମୁଁ ଭାରି ଗିଲ୍ଟି ଫିଲ୍ କରୁଥିଲି lଏତେ ଗୁଡ଼େ ରସଗୋଲା ଖାଇ ଦେଲି ବୋଲି, ଯାହା ଗେଷ୍ଟ ମାନଂଙ୍କ ପାଇଁ ଆସିଥିଲା। ଗେଷ୍ଟ ମାନେ ଗଲା ପରେ ମୁଁ ସୁଧାଂଶୁଙ୍କ ପାଖକୁ ଆସି କହିଲି ସତରେ, ମତେ କ୍ଷମାକରିବ। କାନ୍ଦ, କାନ୍ଦ ହୋଇ କହିଲି ମୁଁ କଣ କରିବି, କେବେ ଏତେ ରସଗୋଲା ମୋ ହାତରେ ପାଇ ନଥିଲି। ଭଲ ଲାଗିଲା ବୋଲି ଖାଉ ଖାଉ ଖାଇଦେଲି। କହିଲି ଜାଣିଛ ଦେଖିବି ପାରୁ ନଥିଲି ମସଲୀନ କନା ରେ ହାଣ୍ଡି ଘୋଡେଇ ହୋଇ ରହି ଥିଲା ବୋଲି।କିଛି ଜରୁରୀ ପେପେର୍ ସିଏ ପଢୁଥିଲେ। ମୁଁ ପୁଣି ଆସି କହିଲି ଏତେ ମିଠା ଖାଇଲି, ଏବେ ଆଉ ବହୁତ ସୁଇଟ୍ ହୋଇ ଯିବି। ମୋ ହାତକୁ ଚାପି ଦେଇ ମତେ ସେ ନିଜ ପାଖକୁ ଟାଣି ନେଇ କହିଲେ ଆଗରୁ କୋଉ କମ ସୁଇଟ୍ ତ ନଥିଲୁ ? ଖାଲି ଲୁଣ ଖାଇବା କମ କର, ତାହାଲେ କଥା କଥାରେ କାନ୍ଦିବା ଟା ବନ୍ଦ ହୋଇଯିବ। ମୁଁ ହସି ଦେଇ କହିଲି ଏମିତି ସବୁବେଳେ ରସଗୋଲା ଖାଇବାକୁ ଦେଲେ ମୁଁ ଆଉରି ସୁଇଟ୍ ହୋଇ ଯିବି।

ପୁରୁଣା କଥା ଏବେବି ମୋ ମନ ଭିତରେ ଉଙ୍କି ମାରେ। ଏବେ କୋଉ ଫଂକ୍ସନ୍ କୁ ଗଲେ ଯଦି ମୋ ଥାଳିରେ ରସଗୋଲା ସୁଧାଂଶୁ ଦେଖନ୍ତି ତାହାଲେ ଆମେ ଦୁହେଁ ହସିଦେଉ। ଜଣେ ଭଦ୍ର ଲୋକ ଥରେ ପଚାରିଲେ କଣ ହେଲା ଆଜ୍ଞା ହସିଦେଲେ ଦିଜଣ ଯାକ ଏକା ସାଙ୍ଗେ ରସଗୋଲା ଖାଇଲା ବେଳେ ? ମୁଁ କହିଲି ନାଇଁ ସିଏ ଗୋଟେ ଅତୀତର ସ୍ମୃତିକୋଡ଼୍ ଆମ ଦୁହିଁଙ୍କ ଭିତରେ ଆଉ ଆମ ଅତୀତର ଛୋଟ ଗଳ୍ପ। ମୁଁ ଏବେବି ରସଗୋଲା ସବୁ ଖାଇଦେଇଥିଲି ବୋଲି ଖରାପ ଭାବୁଛି କିନ୍ତୁ ଏଇ ସ୍ମୃତି ଟି ଆପଣ ମାଙ୍କନ ଆଗରେ କହିବାକୁ କୁଣ୍ଠା ବୋଧ କରୁନି. କାରଣ ମୁଁ ଆମ ପଥୁରିଆ ସାହିର ଗୋଟିଏ ଚଞ୍ଚଳ, ସରଳ ଆଉ ଦୃଢ ବର୍ଣ୍ଣ ଝିଅ ଥିଲି ଆଉ ଏବେ ଅଛି. ମୋ ଅତୀତ ଆଉ ବର୍ତ୍ତମାନ ମୋ ଅତି ନିଜର । ଆଶା ଆପଣମାନେ ଏ ଗପ ଟି ପଢି ଖୁସି ହେବେ।

ଆଜି ଏତିକିରେ ରହିଲି। ଆଉ କେବେ ମୋ ନିଜର ଅନ୍ୟ ବ୍ୟାଖ୍ୟାକରଣ ଲେଖିବି। ଏଇ ଗପଟି ଆଗରୁ ପୋଷ୍ଟ ହୋଇଥିଲା କିନ୍ତୁ ସେଥିରେ ବନାନ୍ ରେ ଭୁଲ ଥିଲା l ଆଜି ପୁଣି ଗପଟି ମାର୍ଜିତ କରି ଲେଖିଲି l ଲେଖିକା: GFPSP

(ଗାର୍ଲ ଫ୍ରମ ପଥୁରିଆ ସାହି ପୁରୀ)

–ମୋ ସ୍ମୃତିରୁ ଛୋଟ କଥା ଟିଏ: ପ୍ରଥମ ସ୍ନୋ ଆଉ ଫ୍ରୀନ୍ଜ଼ ଷ୍ଟାଇଲ ବାଳର (ସାଧନା କଟ)ଅଭିଜ୍ଞତା—

By GFPSP (A girl From Pathuria Sahi Puri)

ମୋ ସ୍ମୃତିରୁ ଛୋଟ କଥା ଟିଏ: ପ୍ରଥମ ସ୍ନୋ ଆଉ ଫ୍ରୀନ୍ଜ଼ ଷ୍ଟାଇଲ ବାଳର (ସାଧନା କଟ)ଅଭିଜ୍ଞତା— By GFPSP (A girl From Pathuria Sahi Puri)

ମୁଁ ପ୍ରଥମ କରି ଆମେରିକା ଆସିଲି ସେପ୍ଟେମ୍ବର ମାସରେ।। ସେତେବେଳେ ଆମେ ଚିକାଗୋ ରେ ରହୁଥିଲୁ। ଆଗରୁ ମୁଁ ଆମ ହିନ୍ଦୀ ଫିଲ୍ମରେ ସ୍ନୋ ର ସିନ ଦେଖିଥିଲି। ମୋର ଫେଭ ହୀରୋଇନ ସାଧନା କୁ ଆରଜୁ ଫିଲ୍ମ ରେ ଦେଖିଲା ପରେ ଆମ ସାଙ୍ଗ ମାନେ ତା ଭଳି ବାଳ କଟା ଆରମ୍ଭ କରିଦେଲେ। ମୋର ବି ବହୁତ ମନ ଥିଲା ସେଭଳି ବାଳ କାଟି କାନି ଛାଡି କଲେଜ ଯିବା ପାଇଁ। ବାପା ଆଉ କୁନା ଭାଇନା କାଳେ ଜାଣିଲେ ବିଧେ , ଵିଧା ଟିଏ ଦେବା ଡରରେ କଇଁଚିକୁ କେତେ ଥର ହାତରେ ମୁଣ୍ଡ ପର୍ଯ୍ୟ୍ତ ନେଲେ ବି କିଛି ନିର୍ଣ୍ଣୟ କରି ପାରିନଥିଲି। ତେବେ ଚାଉଳିଆ ଗଛରେ ଚଢି ଗପ ବା କବିତା ବହି ପଢିଲା ବେଳେ କେତେଥର ଭାବିଚି ମୁଁ କେମିତି ଦେଖାଯିବି ସାଧନା ଭଳି ବାଳ କାଟିଲେ? ସେ ଭାବନା ସବୁ କେବଳ ଗଛ ଉପରେ ଛାଡି ଚାଲିଆସେ ।

ବାହାଘର ପରେ ମୁଁ ସୁଧାଂଶୁ ଙ୍କ ସାଂଗେ ଚିକାଗୋ ସହର ଯୋଉଠି ଶୀତ ଦିନେ ସ୍ନୋ ପଡେ ସେଥିକୁ ଆସିଗଲି.

ଦିନେ ସକାଲୁ ଉଠିଲା ବେଳକୁ ଅଳ୍ପ ଅଳ୍ପ ସ୍ନୋ ଆକାଶରୁ ପଡିବା ଦେଖିଲି। ଏହା ପୂର୍ବରୁ କେବେ ସତ ସ୍ନୋଵ ପଡ଼ିବା ଦେଖି ନଥିଲି। ସେତେବେଳେ ଇଣ୍ଟେର୍ନେଟ ବା ଟି, ଭି ନଥିଲା କହିଲେ ଚଳେ। ମୋର ବି ଭୂଗୋଳ ଇତ୍ୟାଦି ରେ ଏତେ ଜ୍ଞାନ ନଥିଲା। କେବଳ ଯାହା ଦରକାର ପଢା ପାଇଁ ତାହା ଘୋଷି ଘୋଷି ଭଲ ମାର୍କ ଆଣୁଥିଲି। ଆମ ପୁରୀ ବା ମୁମ୍ବଇ ରେ (ଯୋଇଠି ମୁଁ ଥିଲି) କେବେ ସ୍ନୋ ପଡ଼େନି। କେବଳ ସିନେମାରେ ସ୍ସ୍ନୋ ଦେଖିଥିଲି ଆଉ ହେରୋଇନ ମାନେ ସେଇ ଲୁଗା ବା ଡ୍ରେସ ପିନ୍ଧି ସ୍ନୋ ରେ ଗୀତ ଗାଇ ଚାଲୁଥିଲେ। କେବେ କେବେ ତାଙ୍କ ଦେହରେ କେବଳ ନାଇଲନ ଶାଢ଼ୀ ବା ଡ୍ରେସ ଟିଏ ଥାଏ। ମୋର ଜ୍ଞାନ ନଥିଲା ଯେ ସିନେମାଟିରେ ସିନ ଗୁଡିକ ଯୋଡି, ଯାଡ଼ି କରି ହୋଇଥାଏ। ମୁଁ ଭାବେ ସତେ ଯେମିତି ସାଧନା ବିଚାରି ଶୀତରେ ଥରୁ ଥିଲେବି ଆମ ମାନଙ୍କ ପାଇଁ ସିନେମା କରୁଥିଲା ଘଣ୍ଟା ଘଣ୍ଟା ଧରି । ଆକାଶରୁ ସତରେ ସ୍ନୋ ପଡିବା ଦେଖି ମୋର ସାଧନା ଯିଏ କି ମୋର ସବୁଠୁ ଫେଂଭରିଟ ହେରୋଇନ ଥିଲା, ତା କଥା ମନେ ପଡିଲା। ସିଏ କେମିତି ଆରଯୁ ସିନେମାରେ ସ୍ନୋଵ ରେ ବୁଲି ଗୀତ ଗାଉ ଥିଲା।

ଝରକା ପାଖରୁ ମୁହଁ ଓଟ ପରି ବେକ ଲମ୍ବେଇ ଦେଖିଲି କପା ଫୁଲ ପରି ଧଳା ଧଳା ହାଲକା ସ୍ନୋ ଆକାଶରୁ ପଡି ଆମ ଡ୍ରାଇଭିୱଏ ରେ ଧଳା କାର୍ପେଟ ପଡିଲା ପରି ଲାଗୁଥିଲା। ସୁଧାଂଶୁ ଓ ପିଲାମାନେ ଉଠି ନଥିଲେ। ଯୌବନ ସମୟରେ ସବୁ ବେଳେ ସାଧନା ପରି ବାଳ କାଟି ବରଫ ରେ ବୁଲିବାକୁ ମୋର ଭାରି ମନ ଥିଲା। ଭାବିଲି ଏବେ ତ ବାପା ବା ଭାଇନା ନାହାନ୍ତି। ସୁଧାଂଶୁ ମତେ କେବେ କିଛି ଏସବୁ ଥିରେ କହନ୍ତିନି । ମୁଁ ନିଜେ ଯାହା ଇଛା ତା କରେ। ଶାଢ଼ିଟି ପିନ୍ଧି ଚପଲ ହଳେ ଗଳେଇ ଦେଲି। ତାପରେ ଡ୍ରାଇଭୱ କୁ ଜଲ୍ଦି,ଜଲ୍ଦି ଡେଇଁ ଡେଇଁ ଗଲି। ବୋଧେ ଖୁସିରେ “ବେଦର ଦି ବାଲମ” ଗୀତଟି ଗୁଣୁ ଗୁଣୁ କରି ଗାଉ ଥିଲି।

ଯେମିତି କବାଟ ଖୋଲି ୧୫ କି ୧୬ ପାଦ ଯାଇ ଥିବି ଭାରି ଥଂଡା ଲାଗିଲା। ଭାବିଲି ଠିକ ହୋଇଯିବ। ଖବର କାଗଜ ପଡିଥିଲା। ତାକୁ ଆଣିବାକୁ ଆଉ ୨୦ ପାଦ ଆଗକୁ ଗଲି। ଗଲା ବେଳେ ମୋ ନୂଆ ଫ୍ରେଣ୍ଜ଼ ବାଳ କୁ ବି ଟିକିଏ ହାତରେ ଛୁଇଁ ଦେଉ ଥାଏ। ପବନରେ ଉଡି ନଯାଉ ବୋଲି। ୫ ମିନଟ ପରେ ଚପଲ ଯୋଗୁ ଗୋଡ଼ ଭାଇ ଥଣ୍ଡା ଲାଗିଲା। ଭାବିଲି ଘରକୁ ଫେରି ଯିବି। କିନ୍ତୁ ସ୍ନୋ ଏତେ ସୁନ୍ଦର ଦିଶୁ ଥିଲା ଯେ ମନ ହେଉ ନଥିଲା ଆସିବାକୁ ଘରକୁ । ତେବେ ମୋ ପୁଅ ବୋଧେ ଉଠିଲା ଆଉ ମମି। ମମି ଡାକ ଛାଡିଲା । ମୋର ସାଧନା ହେଵା ପ୍ରସାଧନ ସେଇଠି ସରେଇ ଘରକୁ ଜଲ୍ଦି ଆସିଲି। ଗୋଡ଼ ଥଂଡା ଯୋଗୁ କିଛି ଫିଲିଙ୍ଗ ଅନୁଭବ କରି ପାରୁ ନଥିଲି।

ଘର ଭିତରେ ପଶି ତାପରେ ଗୋଡ଼ରେ ଗରମ ପାଣି ସେକ ଦେଲି ଓ ମୋଜା ଯୋଡିଏ ପିନ୍ଧିଲି। ପିଲାମାନେ ସ୍କୁଲ ଓ ସୁଧାଂଶୁ କାମକୁ ଗଲେ ସକାଳ ଜଳଖିଆ ଖାଇଲା ପରେ। ଦୁଇ ପହର ବେଳକୁ ମୋ ଦେହରେ କମ୍ପ ଆସିଲା ପରି ଲାଗିଲା। ସ୍ନୋ ଦିନସାରା ପଡୁ ଥାଏ । ମୁଁ ଝରଖା ପାଖରେ ଖଟ ଉପରେ ବସି କମ୍ବଳ ଘୋଡେଇ ହୋଇ ବାହାରକୁ ଦେଖୁଥାଏ। ଭାବୁ ଥାଏ କିଏ ଟିକିଏ ଚାହା କରି ଦିଵନ୍ତାକି? ମନକୁ ବୁଝେଇ କହିଲି ଏଠି ତ କୁଆ ବା କୋଇଲି ଟିଏ ନାହିଁ। କିଏ ଚାହା କରିବ। କୋନ ମତେ ଧିରୀ, ଧିରୀ ରୋଷେଇ ଘରକୁ ଯାଇ କପେ ଚାହା ଅଦା ପକାଇ କଲି। ପାଉଁରୁଟି ଖଣ୍ଡେ ସେକି ଖାଇଲି। ପିଲା ମାନଙ୍କ ବେଳ ହେଲା ସ୍କୁଲ ରୁ ଆସିବା। ତାଙ୍କ ପାଇଁ ଦୁଆରଟା ଖୋଲିଦେଇ ଆସି ସୋଫା ଉପରେ ଲମ୍ବମାନ ହୋଇ ଶୋଇଗଲି। ଝିଅକୁ କହିଲି ବିଷକୁଟ ୨ ଖଣ୍ଡ ଖା ଆଉ ଭାଇକୁ ଦେ। ମୂଁ ଦୁଧ ଗରମ କରି ଡାକିବି। ଆଉ ହୋସ ନାହିଁ ମୋର ତାପରେ । ବାଉଳା ଚାଉଳା ହେଲାରୁ ଝିଅ ତା ପାପାକୁ ଅଫିସରରେ ଫୋନ କଲା। ସୁଧାଂଶୁ ଅଧ ଘଣ୍ଟେ ପରେ ଆସି ପହଂଚିଲି। ତାଙ୍କୁ ଦେଖି ମୋ ମନରେ ଭରସା ଆସିଲା। ନହେଲେ ସାନ ପିଲା ଦୁହେଁ ଡରି ଯାଇ ଥିଲେ।

ଦେହ ଖଇ ପରି ତାତି ଯାଇ ଥିଲା। ସୁଧାଂଶୁ ଠିକ କଲେ ରାତି ଆସିଲାଣି। ଜ୍ୱରଟା ବଢି ଚାଲିଥିଲା। ଆମେ urgent Care କୁ ଗଲୁ। ଡାକ୍ତର ଦେଖି କହିଲା ଏତ viral ନିମୋନିଆ । ଅଣ୍ଟିବଇଟିକ ପ୍ରେସକ୍ରାଇବ ହେଲା। ଆମେ ରାତି ୧୦ ଟାରେ ଘରକୁ ଫେରିଲୁ । ସେତବେଳେ ମୋର ହେଲଥ ଇନ୍ସୁରାନ୍ସ ହୋଇନଥାଏ। ୬ ମାସ କାମ କଲା ପରେ ଇନ୍ସୁରାନ୍ସ ମିଳେ ସ୍ପୋଉସ କୁ । ସବୁ ମିଶି $୫୭। ୪୦ ର ବିଲ୍ଲ ଆସିଲା। ତାପରେ ଓଷଧ ଖର୍ଚ୍ଚ ଅଲଗା।

ଆସିଲା ପରେ ସୁଧାଂଶୁ ପଚାରିଲେ ଏସବୁ କେମିତି ହେଲା ହଠାତ। ମୂଁ କହିଲି କେମିତି ମୁଁ ସାଧନା ପରି ସ୍ନୋ ରେ ଯାଇ ବିନା ଜୋତା ମୋଜା ରେ ଚପଲରେ ବୁଲି ଆସିଲି ଘେରେ ସକାଳେ। କିଛି ନକହିବା ଲୋକ ସିଏ। ତେବେ କହିଲେ ଯୋଡିଏ ପିଲାର ମା ହେଲା ପରେ ତୋର ସାଧନା ହେବାକୁ ନକଲ କରିବା କଣ ଦରକାର? ମୁଣ୍ଡରୁ ବୁଦ୍ଧି କୁଆଡେ ଗଲା? ସେଇ ଦିନଠୁ ମୋର ସ୍ନୋ ରେ ଚାଲିବା ଇଛା ଶେଷ ହେଲା। ଆଉ କେବେ ଫ୍ରୀନ୍ଜ଼ ହେୟାର କରିବାକୁ ସାହସ କରିନି। ଏବେ ଭାବେ ସତରେ ମୁଁ କେତେ ସରଳ ଥିଲି। ଏବେତ ଇଣ୍ଟେର୍ନେଟ ହେବା ଦ୍ୱାରା ସମସ୍ତେ ସବୁ କଥା ଜାଣୁଛନ୍ତି।

ଏବେ ଯେବେ ମୁଁ ବର୍ଷ ର ପ୍ରଥମ ସ୍ନୋ ଆସେ ମୁଁ ମନେ ପକାଇ ହସେ “ମୁଁ ଆଉ ମୋର ଫେଭରିଟ ସାଧନା ହେବା ପାଇଁ ଚେଷ୍ଟା।”

ଆମେରିକାରେ କଲେଜ ପଢା ଓ କାମ ଆରମ୍ଭ କରିବା

ଲେଖିକା: GFPSP (Girl from Pathuria Sahi Puri)

ହଠାତ ଫେସ ବୁକ ପୋଷ୍ଟରେ ମୋ ୯ମ ଶ୍ରେଣୀ ରେ ପଢ଼ୁଥିବା ସାଙ୍ଗ ମଞ୍ଜୁଶ୍ରୀ ର ପୋଷ୍ଟିଂ ଦେଖି ଆଜିର ପୋଷ୍ଟ ଲେଖିବାକୁ ନୋଟ ପ୍ୟାଡ ଧରିଚିା ସିଏ ଲେଖିଲା ସିଏ ଡାକ୍ତର ହୋଇ ଭୁବନେଶ୍ଵର ରେ ଅଛି ା


ଫୋନ ନମ୍ବର ନଥିଲାା କଣ ତାକୁ କହିବି ? ତାପରେ ଭାବିଲି ମୁଁ ଲେଖି କହିବି ଯାହା ମୁଁ ସବୁବେଳେ କରି ଆସୁଛି ଯେତେବେଳେ ମୁଁ କିଛି କାରଣ ଖୋଜେ ୀ

୧୯୭୭ ସେପ୍ଟେମ୍ବର ମସିହାରେ ମୁଁ ମୋର ୪ ବର୍ଷର ପୁଅ ଓ ୬ ବର୍ଷର ଝିଅକୁ ଧରି ଆମେରିକା ର ଚିକାଗୋ ସହରକୁ ଆସିଲି। ସୁଧାଂଶୁ ୪ ମାସ ପୂର୍ବରୁ ଆସି ଏଠି ଚାକିରୀ ପାଇ ଯାଇ ଥିଲେ। ମୁଁ ପ୍ରଥମ କରି ପ୍ଲେନ ରେ ବସି ଆସିଲି। ପ୍ରଥମ ଥର ଏକୁଟିଆ ପ୍ଲେନରେ ଆସିବା, ଦୁଇଟି ସାନ ପିଲା ଧରି ଆଉ କେବେ ଲେଖିବି ସେ ଅନୁଭୂତି ! ଏହା ପୂର୍ଵରୁ ଆମେ ମୁମ୍ବାଈରେ ୭ ବର୍ଷ ଥିଲୁ। ଯଦିଚ ପିଲା ଯୋଡିଏ ହୋଇ ଥିଲେ ମୁଁ ପଢା କଥା କେବେ ଭୁଲି ନଥିଲି। ମୁମ୍ବାଈ ରେ ଅଂନ୍ଧେରିରେ ଆମେ ରହୁଥିଲୁ। ସେଠି ମୁଁ ବିଏ ସକାଳ କଲେଜ ରେ ପଢ଼ିଲି। ସକାଳ ୬ ଟାରୁ ୯ ଟା ପର୍ଯ୍ୟନ୍ତ କ୍ଲାସ ହେଉଥିଲା । କେବଳ Arts subject ପଢା ହେଉଥିଲା। ତେଣୁ science ପଢିବାକୁ ମନ ଥିଲେବି ତାହା ସମ୍ଭବ ହେବନି ବୋଲି ଭାବିନେଲି।

ପିଲାଦିନୁ ହସ୍ପିଟାଲରେ କାମ କରିବାକୁ ମୋର ମନ ବହୁତ ଥିଲା। ଯେତେବେଳେ ଆମ ପୁରୀ ବଡ଼ ଡାକ୍ତର ଖାନା ଆଡେ ଯାଏ ମନରେ ଭାବେ, ଆହା ଦିନେ ମୁଁ ଏଠି ଆସି କାମ କରନ୍ତିକି? ଆମ ପଡିଶା ଘରେ ଡାକ୍ତର ଭୂପାଲ ଜୀ ଙ୍କର ୨ଟି ଝିଅ ଟୁନି ଦିଦି ଆଉ କୁନି ଦିଦି ଡାକ୍ତରାଣୀ ହୋଇଥିଲେ। ସବୁ ଦିନ ରିକ୍ସା ରେ ହସ୍ପିଟାଲ ଯାଆନ୍ତି। ସେତେବେଳେ ରିକ୍ସା ରେ ବସି କାମକୁ ଯିବା ମୋ ପାଇଁ ଗୋଟେ ବଡ଼ କଥା ଥିଲା।

ପୁଣି ଭାବିଲି ବାପା ତ ମତେ ନିଶ୍ଚୟ ବେଶୀହେଲେ ମାଟ୍ରିକଟା ପାସ କରିବା ପର୍ଯ୍ୟନ୍ତ ବାହା ନହୋଇ ରହିବାକୁ ଦେବେ । ବାପା, ଭାଇନା ଆଉ ନାନୀ ମାନେ ସମସ୍ତେ ଗୋଟିଏ ଭଲ ଜୋଇଁ ବାଛିବାରେ ଲାଗି ପଡି ଥାଆନ୍ତି। ଆମ ନାନୀ ମାନେ ଏସବୁ ଦିଗରେ ଭାରି ପାରିବାର । ଯାହାକୁ ଦେଖିଲେ ପଚାରନ୍ତି କୋଉଠି ଭଲ ପାତ୍ର ଟିଏ ଅଛି କି? ସମସ୍ତେ କହନ୍ତି ଆମ ଚନ୍ଦୁ ଭଲ ପଢେ। ଆମେ ଖୋଜୁଛୁ ପାଠୁଆ ପାତ୍ରଟିଏ , ଯିଏ କିନ୍ତୁ ତାକୁ ଅନ୍ତତଃ ବିଏ ପଢିବାକୁ ସୁବିଧା ଦେବେ। ମୁଁ ବେଳେ ବେଳେ କଥା ଶୁଣେ ଆଉ ଭାରି ଚିଡ଼େ ମନେ ମନେ । ଭାବେ ଯିଏ ମତେ ବାହା ହବ ସିଏ ମତେ ପଢିବାକୁ କାହିଁକି ଯିବାକୁ ଦେବେ? ଯଦି ସେ ପଢିବା ଵାଲା ବୋହୁ ବା ସ୍ତ୍ରୀ ଚାହିଁବେ ତାହାଲେ ପଢା ଲେଖା ବୋହୁ ଆଣିବେ।ଆମରତ ବେଶୀ ଧନ ନଥିଲା ଯୌତୁକରେ ଦବାକୁ ଅବା ମୁଁ ଅପୂର୍ବ ସୁନ୍ଦରୀ ନଥିଲି ଯେ ସମସ୍ତେ ଆସି ମତେ ବୋହୁ କରିବାକୁ ଲାଇନ ଲଗେଇବେ? ସାଙ୍ଗ ମାନେ ସମସ୍ତେ କଣ ଭବିଷ୍ୟତ ରେ ପଢିବେ ବୋଲି କଥାବାର୍ତା ହୁଅଂତି ା ମୁଁ ସବୁ ଶୁଣେ କିନ୍ତୁ ଚୁପ ରହେ ା

ଯା ହେଉ କୋନମତେ ମୋର ବାହାଘର ଭଲ ଜାଗାରେ ଠିକଣା ହୋଇଗଲା।କେମିତି ଠିକଣା ହେଲା ତା ବିଷୟରେ ଆଉ କେବେ ଲେଖିବି। ମୁଁ ବାହାହୋଇ ସୁଧାଂଶୁଙ୍କ ସଂଗେ ମୁମ୍ବଇ ଓ ପରେ ଆମେରିକା ଆସିଲି। ପିଲା ୨ ଜଣ ମୁମ୍ବଇରେ ଜନ୍ମ ହୋଇଥିଲେ।

ମୋ ପାଇଁ ଆମେରିକା ଭାରି ଅଲଗା ଜାଗା ଥିଲା। ସେତେବେଳେ ଆଜି କାଲି ପରି ଫୋନ ବା ଇଣ୍ଟେରନେଟ ନଥିଲା। ପାଖ ପଡିଶା ଥିଲେ ବି ଏଠି କେହି କାହା ସଂଗେ କଥା ହେବାର ମୁଁ ଦେଖୁ ନଥିଲି । ନୂଆ ଆସିବା ଯୋଗୁ ମୁଁ ବି କିଛି ଜାଣି ନଥିଲି। ଆମେ suburb ରେ ରହୂଥିଲୁ ପିଲାଙ୍କ ପଢା ଭଲ ହେବ ବୋଲି। ସେଠି ବସ ନଥାଏ। ସବୁଆଡେ ଗାଡ଼ିରେ ଯିବାକୁ ହୁଏ। ମତେ ଲାଗିଲା ଏଠି ମଣିଷ ଯେତିକି ଗାଡି ବି ସେତିକି ରାସ୍ତାରେ ଥାଆନ୍ତି। ଆମେ ସେପ୍ଟେମ୍ବରରେ ଆସିଲୁ। ତେଣୁ ଶୀତ ଆରମ୍ଭ ହୋଇ ଆସୁଥିଲା। ପୁରୀ ବା ମୁମ୍ବଇରେ ବେଶୀ ଶୀତ ହୁଏନି। ତେଣୁ ମୁଁ କିପରି ଲୁଗା କିଣା ହେବ ଶୀତ ପାଇଁ ଜାଣି ନଥିଲି। ସୁଧାଂଶୁ ବହୁତ ଡେରିରେ ଘରକୁ ଆସନ୍ତି। ନୂଆ କାମରେ କାମ ବହୁତ ଥାଏ। କେତେ ନୂଆ କଥା ଶିଖିବାକୁ ପଡୁଥିଲା ଓ କାମଟିକୁ ଭଲରେ କରିବା ପାଇଁ ସିଏ ବେଶୀ ସମୟ ଅଫିସରେ ରହୁଥିଲେ ।

ପିଲା ଦୁଇ ଜଣ ମୋର ସେପ୍ଟମ୍ବର ଶେଷରେ ସେକେଣ୍ଡ ଓ ଫାଷ୍ଟ ଗ୍ରେଡ଼ରେ ଆଡ୍ମିଶନ ନେଲେ। ତାପରେ ସାରା ଦିନ ଘରେ ଏକୁଟିଆ। ଭାବେ କୁଆଡେ ଆସି ପହଂଚିଲି। ପୁରୀ ନହେଲା ନାଇଁ ମୁମ୍ୱାଇରେ ତ ଭଲରେ ଥିଲି। କେତେ ଲୋକ ଯିବା ଆସିବା କରୁଥିଲେ। ୟୁନିଭେର୍ସିଟି ରେ ଆଡ୍ମିଶନ ବି ହୋଇଥିଲା ଏ ମେ କରିବାପାଇଁ। ଦିନସାରା ଭାରି ଅବାଗିଆ ଆଉ ଏକୁଟିଆ ଲାଗେ। ଘରକୁ ଚିଠି ଦେଲେ ବି ଚିଠି ପହଞ୍ଚିବାରେ ୮ ଦିନ ଲାଗୁଥିଲା। ତାପରେ କେବେ କେବେ ନାନୀ ମାନେ ସୁବିଧା ଦେଖି ଉତ୍ତର ଦେଲା ବେଳକୁ ମାସେ ଖଣ୍ଡେ ହୋଇଯାଏ। ଜଣେ ଲୋକକୁ ମୋ ଝିଅ ସ୍କୁଲରେ ଦେଖି ପଚାରିଲି ଏଠି କଣ କରିହେବ ସମୟ କାଟିବା ପାଇଁ । ସିଏ କହିଲେ ମଲ ଯାଇ shopping କର ା ମୁଁ ଜାଣିଚି ମତେ କିଣା କିଣି ଭଲ ଲାଗେନି ା ପାଖରେ କଲେଜ ଯାଇ ପଚାରିବାକୁ ଭାବିଲି ା

ସେଇ ସପ୍ତାହରେ ସୁଧାଂଶୁ ଙ୍କୁ କହିଲି,ଜଲ୍ଦି ଆସି ମତେ କଲେଜ ନେବା ପାଇଁ। ଇତି ମଧ୍ୟରେ ମୁଁ ଗାଡି ଶିଖା ଆରମ୍ଭ କରି ଦେଇଥିଲି ସନ୍ଧ୍ୟା ବେଳେ । ଦେଖିଲି ଏଠି ଗାଡି ନଶିଖିଲେ ହାତ ଗୋଡ଼ କଟିଗଲା ପରି ଲାଗୁଚି ା ସବୁ ଜିନିଷ ଦୂର ଯୋଗୁ ଚାଲିବା ସମ୍ଭବ ନଥିଲା। ସେଦିନ କାମ ଥିବାରୁ ସୁଧାଂଶୁ ଆସି ପାରିଲେନିା ମୋର ଇଣ୍ଟର ନାସନାଲ ଲାଇସେନ୍ସ ଥିଲା ା ସାହସ କରି ମା ମଙ୍ଗଳାଙ୍କୁ ଡାକି ଗାଡି ଚକେଇଲି କଲେଜ ଯିବା ପାଇଁ ା ପିଲା ମାନେ ସ୍କୁଲରେ ଥିଲୋ ତେଣୁ କାଳେ ଦରକାର ହେବ ବୋଲି ଆମର ୨ଟି ପୁରୁଣା ଗାଡି କିଣା ହୋଇ ଥିଲା ା ମୁଁ କହିଁଚି ନା ଏଠି ବଡ଼ ମଣିଷ ଯେତିକି ଗାଡି ସେତିକି !!!!ମୁଁ ପାଖ ଜାଗାକୁ , ଲାଇବ୍ରେରୀକୁ ପିଲାଙ୍କୁ ନେଉଥିଲି ା

କଲେଜରେ ଆଡ୍ମିଶନ ଅଫିସ ବିଭିନ୍ନ ପ୍ରକାର ମେଜର ପାଇଁ କଣ subject ନେବାକୁ ହେବ ଦେଖାଇ ଦେଲେ। କେତେ ଖର୍ଚ୍ଚ ପଡିବ ତାବି କହିଲେ। କିଛି କମ ଖର୍ଚ୍ଚ ଏଠି କଲେଜ ପଢା ନୂହେଁ ମୁଁ ଯାହା ଦେଖିଲି। ଆଗ ମୁଁ କମ୍ପୁଟର ବା ଆକାଉଣ୍ଟିଙ୍ଗ ନେବାପାଇଁ ଭାବିଲି। ତାପରେ ଦେଖିଲି ସେଠି ନର୍ସିଙ୍ଗ ପ୍ରୋଗ୍ରାମ ଥିଲା। ମୁଁ ପଚାରିଲି ନର୍ସିଙ୍ଗ ପାଇଁ କଣ ସବୁ କୋର୍ସ ନବାକୁ ପଡିବ। ସାଇନ୍ସ subject ଆଉ ଆପଟିଚୁଡ଼ ଟେଷ୍ଟ ଦେବାକୁ ହେବ। ମନେ ମନେ ଭାବିଲି ଡାକ୍ତର ନହେଲେବି ନର୍ସ ହେଲେ ଭଲ ହେବ ମୋ ପାଇଁ । ଲୋକ ମାନଙ୍କର ସାହାଯ୍ୟରେ ଆସିବି। ସବୁବେଳେ ରୋଗ ଆଉ ରୋଗୀଙ୍କର ସାହାଯ୍ୟ କରିବା ପାଇଁ ମୋର ମନରେ ଇଚ୍ଛା ଥାଏ। ଆଡ୍ମିଶନ ଅଫିସ୍ ରେ ଥିବା ପ୍ରଫେସର କହିଦେଲେ କଣ ସବୁ କରିବାକୁ ପଡିବ। ମନେ ମନେ ଭାବିଲି ଏପର୍ୟ୍ଯନ୍ତ ଆଡ୍ମିଶନ ହୋଇନି , ଇଏ ଏତେ କଣ କହିଲେଣି? ତାପରେ “ଦିଲ ଅପନା ପ୍ରୀତ ପରାୟା ” ସିନେମାର ହିରୋଇନ ମୀନା କୁମାରୀ କଥା ମନେ ପଡିଗଲା ା ସେଇ ସିନେମାରେ ସିଏ ନର୍ସ ହୋଇଥିଲା ା କାରଣ କହିଥିଲା ସିଏ ଡ଼ାକ୍ତର ହୋଇ ପାରିଲାନି ତା ବାପା ମରି ଯାଇ ଥିବାରୁ ଆଉ ଆର୍ଥିକ ଅବସ୍ଥା ଭଲ ନଥିବାରୁ ା

ଗାଡ଼ିରେ ବସି ଫେରିଲା ବେଳକୁ ମୁଁ ବଡ଼ ପାଟିରେ କହିଲି ଡାକ୍ତର ନହେଲେ କଣ ହେଲା ମୁଁ ନର୍ସ ହେବି ାମୋ ମନରେ ମହୁମାଛି ପରି ଯାହା ଘୁରି ବୁଲୁଚି ସେଇ ଲାଇନ ରେ ପଢ଼ିବିା ତାପରେ ଅନେଇଲି କିଏ ଶୁଣୁନିତ ?

ସେଦିନ ସୁଧାଂଶୁ ଘରକୁ ଆସି ଲା ପରେ ସବୁ କଥା କହିଲି ଏକା ନିଶ୍ୱାସରେ । ସେ ପ୍ରଥମେ କହିଲେ ଏତେ ପରିଶ୍ରମ କରିବା କଣ ଦରକାର ? ଯାହା ହେଲେ କିଛି ପଢ ସମୟ କାଟିବା ପାଇଁ ା ମୁଁ କହିଲି ନାଇଁ ମୋର ସବୁବେଳେ ଡାକ୍ତରୀ ପଢିବାକୁ ମନ ଥିଲା। ସେଇଟା ତ ହେଲାନି। କମସେ କମ ନର୍ସ ହୋଇଯାଏ। ସେଦିନ ମୁଁ ଆଉ ବେସି କିଛି ନକହି ପିଲାଙ୍କୁ ଖାଇବାକୁ ଦେଇ ଶୋଇ ପଡିଲି। ମୀନା କୁମାରୀ କଥା ରାତିରେ ଭବୁଥିଲିା ଆଉ କଣ ପଢିଲେ ମୋ ପାଇଁ ଠିକ ହେବ?

ମୋ ମୁହଁ ଶୁଖିବା ଦେଖି ସୁଧାଂଶୁ ସକାଳେ ପଚାରିଲେ କଣ ହେଲା? ମୁଁ କହିଲି ହବ ଆଉ କଣ? କେହିତ ଭାବୁ ନାହାନ୍ତି ମୁଁ ପଢେ ବୋଲି ଯାହା ମୋର ଇଛା । ମତେ ପାଖକୁ ଟାଣି ନେଇ କହିଲେ, ମୁତ ତୁ ବେଶୀ ପରିଶ୍ରମ ନକରିବାକୁ କହୁଛି। ଏଠି ଘର କାମ ସବୁ ତୁ କରୁଚୁ।ଚାକରାଣୀ ତ ନାହିଁ ? ପିଲାଙ୍କ ପଢ଼ା ଗ୍ରୋସରୀ ସବୁ ତୋ ଉପରେ। ମୁଁ ତ ଦିନସାରା ଅଫିସ କାମରେ ବ୍ୟସ୍ତ। କେତେବେଳେ ଶନିବାର ବା ରବିବାର ଦିନ କିଛି ସାହାଯ୍ୟ ମୋଠୁ ତୁ ପାଉଚୁ। ଯଦି କରି ପାରିବୁ କର। ମୁହଁ ଶୁଖେଇ ବସିବା କଣ ଦରକାର। ସଂଗେ ସଂଗେ ମୁଁ ଖିଲ ଖିଲ କରି ହସି ଦେଲି। ମୁଁ ଜିତିଲି , ମୁଁ ପଢ଼ିବି ଯାହା ମୋର ଇଛା!!!ମୋ ହସ ଦେଖି କହିଲେ ୨ଟି ପିଲାର ମା ହେଲେବି ତୋର ସେ ପିଲାଳିଆ ହସ ରହିଛି। ସେଇ ହସ ଯୋଗୁ କୁଆଡେ ସିଏ ମତେ ପସନ୍ଦ କରିଥିଲେ ବୋଲି କହିଲେ। ମୁଁ କହିଲି ମତେ ଜଣା ନାଇଁ। ମତେ ତ କିଏ ପଚାରି ନଥିଲେ ମୋର ପସନ୍ଦ କଣ ? ଖାଲି କହି ଥିଲେ ତୁମେ ଭଲ ଲୋକ। ମୁଁ ଖୁସିରେ ରହିବି।

ଥଟାରେ କହିଲେ ପଚରିଥିଲେ ମତେ ରିଜେକେଟ କରି ଥାଆନ୍ତୁ ? ମୁଁ ବି ମଜାରେ କହିଲି ବୋଧେ!! ତୁମେତ କବିତା ପଢ଼ନି ମତେ ଯାହା ଭଲ ଲାଗେ ? ସତରେ ବେଳେ ବେଳେ ଭାବେ ମୋ ଭଳିଆ ଗପୁଡ଼ିର ହାତ ଧରି ସିଏ କଣ ଖୁସି ଅଛନ୍ତି? ତାପରେ ଜିଭ କାମୁଡି ମନେ ମନେ କହିଲି ମା ରାମଚଣ୍ଡୀ ମତେ କ୍ଷ୍ୟମା କର ା ବାହା ହୋଇ ୨ଟା ପିଲାର ମାହୋଇ ମୂଁ କଣ ଏଆଡୁ ସିଆଡ଼ୁ କହୁଛି?

ସେଇ ଜାନୁଆରୀ ମାସରେ ମୋର ଆଡ୍ମିଶନ ହୋଇଗଲା। ଏଠି କଲେଜ କ୍ଲାସ ବିଭିନ୍ନ ସମୟରେ ଥାଏ। ମୁଁ ପିଲାଙ୍କ ସ୍କୁଲ ଆଉ weekend ରେ କେତୋଟି କ୍ଲାସ ନେଲି। ଛୋଟ ପିଲାଙ୍କୁ ନେଇ ଘର କାମ ଆଉ ପାଠ ପଢ଼ା ସହଜ ନଥିଲା। ତେବେ ମୁଁ ଖୁସି ଥିଲି। ସେଇ ଅନୁଭୂତି ଯୋଗୁ ମୁଁ ଜାଣିଲି ଯଦି ମଣିଷ କୋଉ କାମ ବା ପଢ଼ା ପାଇଁ ପାସନେଟ ଥିବ ଓ ତାହା କରିବ ତାହାଲେ ବେଶୀ କାମ ରେ ଅସୁବିଧା ହୁଏନି ା ତା ଛଡା ଆମେ ସବୁ ଭଉଣୀ ପରିଶ୍ରମୀ ଥିଲୁ ା ବୋଉ ତ ନଥିଲା ,ଘର କାମ କରିବା ଅଭ୍ୟାସ ଥିଲା ା

ଇତି ମଧ୍ୟରେ ମୋର ସାନ ପୁଅଟି ଆମେରିକାରେ ଜନ୍ମ ହେଲା ା ୧୯୯୦ରେ ମୁଁ ଡିଗ୍ରୀ ପାଇଗଲି ା ତାପରେ ହସ୍ପିଟାଲରେ ଇଣ୍ଟେନଶିବ , pediatric ଓ ବିଭିର୍ନ ଦିପାର୍ଟମେଂଟରେ କାମ କଲି ା ମୁଁ ପେସେଣ୍ଟ care ସଙ୍କେ ଡାଟା ଉପରେ ନଜର ଦେଉଥାଏ ା କାହିଁକି କୋଉ symptom ବଢୁଛି? ପରେ ମୁଁ public health ରେ ସ୍ପେସାଲିଜ଼ାସନ କଲିା ଵର୍ତମାନ ମେଡିକାଲ research scientist ଭାବେ କାମ କରୁଛି ା

ଆଶା ମୋ ସାଙ୍ଗ ମଞ୍ଜୁଶ୍ରୀ ଓ ପାଠକ, ପାଠିକା ମାନେ ମୋ ବିଷୟରେ କିଛି ଜାଣିବେ ାଆଜି ଏତିକି ା

https://youtu.be/M9YGUkKphsg

ମନେ ପଡେ: ଭାଗ ୪ ପଥୁରିଆ ସାହିରେ ଛାଡି ଆସିଥିବା ସ୍ମୃତିରୁ କିଛି (ବାହାଘର ପରେ ପ୍ରଥମ ଉପହାର ସୁଧାଂଶୁଙ୍କ ଠାରୁ )

ପଥୁରିଆ ସାହିରେ ଛାଡି ଆସିଥିବା ସ୍ମୃତିରୁ କିଛି (ବାହାଘର ପରେ ପ୍ରଥମ ଉପହାର ସୁଧାଂଶୁଙ୍କ ଠାରୁ )

ଲେଖିକା: GFPSP (Girl From Pathuria Sahi Puri)…

ସ୍କୁଲ କୁ ନୂଆ ପିଲା ଆସିଲେ ସମସ୍ତେ ତାକୁ ବହୁତ ଆଦର କରନ୍ତି।
ସମସ୍ତେ ତା ସଂଗେ କଥା ହେବାକୁ ଚେଷ୍ଟା କରନ୍ତି। ସେମିତି ଓଡ଼ିଆ ରେ ଫେସ ବୁକ ରେ ପୋଷ୍ଟ କରିବା ଦିଗରେ ମୁଁ ନୂଆ। ସମସ୍ତେ ଫ୍ରେନ୍ଡ request ପଠଉଛନ୍ତି। ❤️🙏🌺💕emoji ସବୁ ଲାଗେଇ କମେଣ୍ଟ ଦଉଛନ୍ତି। ଭାବିଲି ଏଇନେ ମୋ ଲେଖା ଗୁଡିକୁ ପୋଷ୍ଟ କରିଦେବି । ପରେ novalty ପଳେଇଵା ପରେ ଆଉ କେହି emoji ଟିଏ ବି ଦେବେନି।ମୋ ବାହାଘର ବିଷୟତ ସମସ୍ତଙ୍କୁ ଜଣେଇ ଦେଇଛି । ଜଲ୍ଦି ଜଲ୍ଦି ଦୁଇ ସପ୍ତାହ ଭିତରେ ବାହାଘର ହୋଇଗଲା।ଆମ ଆଡ଼ ପରମ୍ପରା ଭାବେ।ମୁଁ ବାହା ଘର ପର ଦିନ ଶାଶୁ ଘରକୁ ଆସିଲି। ବିଦାଇ ବେଳେ ସମସ୍ତେ ମତେ ଧରି କାନ୍ଦିଲେ। ମୁଁ ବି କାନ୍ଦିଲି।ଭାଉଜ କହିଲେ ନାନୀ ଘରତ କେତେ ଥର ଯାଇଛ ପିଲାବେଳେ । କିଛି ଅସୁବିଧା ହବନି।ଯାହା ଦରକାର ନାନୀକୁ କହିବ ।ଶାଶୁ ତ ନାହାନ୍ତି ଯେ ଖୁଣିବେ। କିଛି ଦିନପରେ ତୁମେତ ସୁଧନୄଶୁଙ୍କ ସାଂଗେ ତାଂକ ଚାକିରୀ ଜାଗାକୁ ଯିବ ଭାରି।

ମୂଁ ବି ମୋ ରାଗ ଭୁଲି ଖୁସି ହେଲି ଯେ ଅଲ୍ପ ଦିନ ପରେ ମୁଁ ସୁଧାଂଶୁଙ୍କ ସାଂଗେ ତାଂକ କାମ ଜାଗାକୁ ଯିବି। ଆମେ ବୁଲିଜିବୁ ଏକାଠି, ସିନେମା ଯିବୁ। କିଏ ଜାଣିଚି ମୁଁ କଲେଜ ବି ଯାଇପାରେ। ବାପାଙ୍କ ଗୋଡ଼ ଛୁଇଁ ବିଦାୟୀ ଆଣିଲା ବେଳେ ଭାରି ଜୋରରେ କାନ୍ଦିଲି। ବୋଉ ନଥିବା ଯୋଗୁ ବାପା ମୋର ସବୁ ଥିଲେ। ପିଲା ଦିନେ ଗାଧେଇ ଦେବାଠୁ ଆରମ୍ଭ କରି ମୋର ବହିରେ ମଲାଟ ମଡାଇ ଦେବା ସିଏ କରି ଦେଉ ଥିଲେ। ଗଣିତ, ସଂସ୍କୃତ subject ସେ ମତେ ପଢ଼େଇ ଦିଅନ୍ତି। ମୁଁ ସବୁବେଳେ ଗଣିତ ଆଉ ସଂସ୍କୃତରେ ଭଲ ନମ୍ବର ଆଣେ। ବାପା ବି ମତେ କୁଣ୍ଢେଇ କାନ୍ଦିଲେ । ସୁଧାଂଶୁ ନମସ୍କାର କଲାବେଳେ ତାଙ୍କ ହାତ ଧରି ବାପା କହିଲେ ମା ଛେଉଣ୍ଡ ପିଲା ବୋଲି ତାର ବାହାଘର କରିଦେଲି ମୋ ବୟସ କୁ ଦେଖି। ପଢ଼ାରେ ତାର ଭାରି ମନ। ତାକୁ କୋନମତେ ବି .ଏ ଟା ପଢ଼େଇ ଦବ। ପ୍ରାଇଭେଟ ରେ ପଢି ସେ ପରିକ୍ଷ୍ୟା ଦେଇ ପାରିବ।

ବାପାଙ୍କ କାନ୍ଦ ଦେଖି ସବୁ ବନ୍ଧୁ, ବାନ୍ଧବ ମାନେ ଆଖିରୁ ଲୁହ ଗଡେଇଲେ।ଆମ ସାହିର ବୁଢ଼ୀ ବିଧବା ଓ ବୟସ୍କ ଲୋକମାନେ ଆସି ମତେ ଧରି କାନ୍ଦିଲେ।ଭାଇନା କହିଲେ, ଡେରି କରନି ସନ୍ଧ୍ୟା ହୋଇଯିବ। ମୁଁ , ସୁଧାଂଶୁ ଆଉ ଭାଇନା ଗାଡ଼ିରେ ବସିଲୁ। ବାପା ଗାଡିର ବ୍ୟବସ୍ତା କରିଥିଲେ।

ଆମେ ଗାଁ ରେ ୪ ଦିନ ରହିଲୁ। ମୋ ଦିଅରଙ୍କର ବି ସେଇ ଦିନ ବାହାଘର ହୋଇଥିଲା। ସିଏ ମୋ ସାଙ୍ଗ ଉମାକୁ ବାହା ହୋଇଥିଲେ । ସେଇ ୪ ଦିନ ଗାଁ ରେ ଆମର ସମୟ ଭଲରେ କଟିଲା। ନାନୀ ମୋର ବଡ଼ ଯା। ଦିଅରଙ୍କ ସ୍ତ୍ରୀ ମୋ ସାଙ୍ଗ। ସେଠି ଆମର ଚତୁର୍ଥୀ କାମ ହେଲା।ସେଦିନ ପ୍ରଥମ କରି ମୁଁ ଓ ସୁଧାଂଶୁ ଗୋଟିଏ ଖଟରେ ବିଛଣାରେ ଶୋଇଲୁ। ବହିରେ ମୁଁ ପଢ଼ିଥିଲି । କିନ୍ତୁ ସତରେ ଏକାଠି ହେବା ପାଇଁ ଡର ଲାଗୁ ଥାଏ।ଭାବୁଥିଲି କଣ କରିବି ସିଏ ଆସିଲେ। ରାତି ୧୦ଟା ପରେ ମିନି ଯିଏକି ମୋ ନଣନ୍ଦ ହେବେ ମତେ ଗୋଟିଏ ରୁମ କୁ ଆଣିଲେ। ସେଦିନ ଚତୁର୍ଥୀ ଯୋଗୁ ଆମେ ଭଲ ଲୁଗା ପିନ୍ଧି ଥିଲୁ। ମତେ ବସେଇ ଦେଇ ମିନି କହିଲେ ଭାଉଜ ମୁଁ ଆସୁଛୁ। ତାପରେ ସିଏ ଗାୟବ । ମୁଁ ଆଉରି ଡରିଗଲି। ସୁଧାଂଶୁଙ୍କ ଘର ସେତେବେଳେ ମାଟି ଘର ଥିଲା। କାନ୍ତରେ ଝିଟିପିଟି ଟିଏ ଦେଖି ଚିତ୍କାର କରିବାକୁ ଗଲା ବେଳକୁ ଦୁଆର ଖୋଲିଲା। ସୁଧାଂଶୁ ଭିତରକୁ ଆସିବାର ଦେଖିଲି । ଡ଼ରରେ ମୋ ଦେହ ଥରିବା ଆରମ୍ଭ ହେଲା। ମତେ ପଚାରିଲେ କଣ ହେଲା। ମୁଁ କାଂଥ ଆଡ଼କୁ ଆଙ୍ଗୁଠି ଦେଖେଇ ଦେଲି। କିନ୍ତୁ ଝିଟିପିଟି ଆଉ ନଥିଲା। ମୁଁ ଆଖି କଣରୁ ସୁଧାଂଶୁ ଙ୍କୁ ଅନେଇଲି। ତାପରେ ମୁଁ ସବୁ ଭୁଲିଗଲି।ସମସ୍ତେ କହୁଥିଲେ, ଚନ୍ଦୁ, ତୋ ବର ଭାରି ସୁନ୍ଦର।ଓଢ଼ଣା ଭିତରୁ ମୁଁ ଦେଖିଲି ସିଏ ଧୀରେ ଧୀରେ ମୋ ପାଖରେ ଆସି ବସିଗଲେ। ସିଏ ମୋ ମୁଣ୍ଡରୁ ଓଢ଼ଣା କାଢିଲା ବେଳେ ମୁଁ ଆଖି ବୁଜି ଥାଏ। ତାପରେ ଆଖି ଖୋଲି ଆଖି କଣରୁ ଦେଖିଲି ସୁଧାଂଶୁ ଭାରି ସୁନ୍ଦର। ଚେହେରାରୁ ଜଣାପଡୁଥିଲା ନିଶ୍ଚୟ ସୁଶୀଳ ହୋଇଥିବେ ବୋଲି ଭାବିନେଲି। ମା ରାମ ଚଣ୍ଡୀଙ୍କୁ ମନେ ମନେ ନମସ୍କାର କଲି।କୋଉଠି ଗୋଟେ ପଢ଼ିଥିଲି ନିଜ ସ୍ୱାମୀ ଙ୍କ ଗୋଡ଼ ଛୁଇଁ ବାକୁ ପ୍ରଥମ ରାତି ଦେଖାରେ।

ମୋର ସବୁ କଥା ମନେ ରହେ। ଆମ ବଡିଆଡ ଚାଉଳିଆ ଗଛରେ ଚଢି ବାହାଘର ପୂର୍ବରୁ ଭାବୁଥିଲି କେମିତି ଆମେ ଏକାଠି ହେବୁ ଓ କଣ କହିବି। ସିଏ ମତେ କଣ କହିବେ। ହିନ୍ଦୀ ଫିଲ୍ମର ପ୍ରଥମ ରାତି ଦୃଶ୍ୟ ସବୁ ମନେ ରଖିଥିଲି। ସବୁ ଭୁଲିଗଲି ସୁଧାଂଶୁଙ୍କୁ ଦେଖି। କେବଳ ମୋ ସରୁଆ ଦେହରେ ତାଙ୍କର ଦେହ ଆଉ ଛାତିର ଓଜନ ଅନୁଭବ କରିଥିଲି।ସେଇଟା ମୋ ଜିବନର ପ୍ରଥମ ସ୍ମୃତି ଆମ ଦାମ୍ପତ୍ୟ ଜୀବନର।

ଦୁଇ ଦିନ ପରେ ଆମେ ଭୁବନେଶ୍ଵର ଗଲୁ। ନାନୀ ଆଗରୁ ଯାଇ ସେଠି ଥିଲା।ଆମେ ତା ପାଖେ ଦୁଇ ଦିନ ରହି ଝରିଆ ଯିବାର ପ୍ଲାନ ଥିଲା, ଯୋଉଠି ସୁଧାଂଶୁ କାମ କରୁଥିଲେ । ନାନୀ ପାଖକୁ ମୁଁ ପ୍ରାୟ ସବୁ ଖରା ଛୁଟିରେ ଯାଏ। ତାର ଚାରୋଟି ପିଲା।ସେମାନେ A G କଲୋନୀ ର Type H ରେ ରହୁ ଥିଲେ।ନାନୀର ପିଲାମାନେ ପିଲାଦିନୁ ମତେ ମାଉସୀ ଡାକନ୍ତି।ମୋର ସେମାନେ ଭାରି ପ୍ରିୟ ଥିଲେ ଆମେ ଏକାଠି ଖେଳୁ।ନାନୀ ଘରକୁ ଯିବା ଜାଣି ମୁଁ ଖୁସି ଥିଲି। ତାଶ ଆଉ ଲୁଡୋ ଖେଳଟା ଜମିବ ।ନାନୀର ପୁଅ ବୁଟୁ ଗଛରେ ଚଢି ଚାଉଳିଆ ତୋଳେ । ମତେ ଦିଏ। ମୁଁ ଭୁଲିଗଲି ଏଥର ମୁଁ ତାଙ୍କର ଖୁଡି ଆଉ କକେଇଙ୍କ ସ୍ତ୍ରୀ ଭାବେ ନୂଆ ରୋଲ ରେ ଆସୁଛି।

ସେଦିନ ଲୁଡୋ ଖେଳିବାକୁ ବସିଲା ବେଳେ ନାନୀ କହିଲା ରୋଷେଇରେ ସାହାଯ୍ୟ କରିବାକୁ। ମୁଁ ଗୋଡ଼ ବାଡେଇ କହିଲି କାହିଁକି? ଆଗେ ତ କେବେ କହୁନି ରୋଷେଇ କର ବୋଲି ? ମୁଁ ଜୋଇଁ ଙ୍କୁ କହିବାକୁ ଯାଉଥିଲି ସୁଧାଂଶୁ ଡାକି କହିଲେ, ତମେ କଣ ଆଗଠୁ କିଛି ବଦଳିନ? ମୁଁ ନିଜକୁ ଅନେଇଲି। ସତରେ ଏଇ କିଛିଦିନ ଭିତରେ ମୁଁ ବହୁତ ବଦଳିଛି। ମୋ ଗୋଡ଼ରେ ପାଉଜି,ବେକରେ ବଡ଼ ସୁନା ହାର ଆଉ ମୁଣ୍ଡରେ ସିନ୍ଦୁର ଟୋପା। ପାଖରେ ଜଣେ ସୁନ୍ଦର ,ହୃଷ୍ଟ , ପୃଷ୍ଟ ପୁରୁଷ ମୋ ସାଙ୍ଗେ ଦେହରେ ଦେହ ଲଗାଇ ବସୁଛନ୍ତି। ଶୋଉଛନ୍ତି । ମତେ ସୁକୁନ ଆଉ ସୁରକ୍ଷିତ ରଖିଛନ୍ତି।

ମୂଁ ଚୁପ ହୋଇ ଯାଇ ନାନୀ ସାଂଗେ ଶାଗ ବାଛିଲି। ନାନୀ ଆଉ ସୁଧାଂଶୁ ବୟସରେ ସମାନ। ନାନୀ ବାହା ହେଲା ଦିନରୁ ସୁଧାଂଶୁ ତାଙ୍କ ଘରେ ଛୁଟି କଟାନ୍ତି। ଆମ ଭିଣୋଇ ବହୁତ କମ କଥା କହନ୍ତି। ବାହାରୁ ଆସି ସିଏ ସୁଧାଂଶୁ ଙ୍କୁ କହିଲେ ଆଜି ସନ୍ଧ୍ୟା ବେଳେ ଟିକିଏ ଶିବ ନାରାୟଣ ବାବୁଙ୍କ ଘରେ ବୁଲି ଆସିବୁ। ସିଏ ମତେ ବହୁତ କରି ତୋ କଥା ପଚାରୁଛନ୍ତି। ଲଞ୍ଚ ଖାଇଲା ବେଳେ ଆମେ କଥା ହେଲୁ ଆମେ ସମସ୍ତେ ୪ ଟା ବେଳେ ଶିବ ବାବୁଙ୍କ ଘରକୁ ଯିବୁ। ଶିବ ବାବୁ ସୁଧାଂଶୁ ଙ୍କର ରେଭେନ୍ଶା କଲେଜରେ ପଢିବା ବେଳର ସାଙ୍ଗ। ତାଙ୍କ ସ୍ତ୍ରୀ ଚନ୍ଦ୍ରିକା ନାନୀ ଆମ ପୁରୀର । ଠିକ ସମୟରେ ମୁଁ ରେଡ଼ି ହେବି ବୋଲି ଡ୍ରେଶସିଂ ଟେବଲ ପଖଡୁ ଚାଲିଗଲି। ମୁଣ୍ଡରେ ଲାଲ ରଙ୍ଗର ବଡ଼ ଟୋପା ଆଉ ଆଖିରେ କଜଳ ଲଗେଇଦେଲି ! ସେତେବେଳେ ମୁଁ ଲିପିସ୍ଟିକ ବ୍ୟବହାର କରିବା ଜାଣି ନଥିଲି। ଲୁଗାର କୁଞ୍ଚ ଭାଙ୍ଗିଲା ପରେ ଭାବିଲି ମୋର ଚପଲ କୁଆଡେ? ମୁଁ ତାଙ୍କ ଘରକୁ ଯିବା ପାଇଁ ଚଟି ତ ନିଶ୍ଚୟ ଦରକାର। ଚାରିଆଡେ ମୁଁ ଆଉ ମୋ ଝିଆରୀ ଖୋଜିଲୁ କାଳେ କୋଉଠି ରହି ଯାଇଥିବ? ନାନୀ ବି ଯାଉଛି ଆମ ସଂଗେ ଆଉ ତାର ବି ଗୋଟିଏ ହଳ ଚଟି। ମୋ ପୁତୁରା ବୁଟୁ ବି ଆମ ସଂଗେ ଲାଗି ପଡିଲା ଚଟି ଖୋଜିବାରେ। ଶେଷରେ ଠିକ ହେଲା ମୁଁ ଆଉ ସୁଧାଂଶୁ ଆଗ ଗୋଟେ ରୀକସା ରେ ଯାଇ ପାଖ ଵାଟା ଦୋକାନରୁ ଚଟି କିଣିବୁ। ନାନୀ ଆଉ ଜୋଇଁ ପରେ ଆସିବେ।

ରୀକସାରେ ବସିଲା ବେଳେ ପବନରେ ମୋ ତେଲ ଦିଆ ବାଳ ଫୁର ଫୁର ଉଡୁଥିଲା। ମୋ ମନରେ ବି କେତେ ପ୍ରଶ୍ନ ଆମ ପୁରୀ ସମୁଦ୍ର କୁଳର ଢେଉ ଭଳି ଉଠି ପୁଣି ତଳେ ମିଶି ଯାଉଥିଲା। ଭାବୁଥିଲି ମୁଁ ତ ଲକି। ଅଜଣା ଘରେ ଏଇ ପରିସ୍ଥିତିରେ ସବୁ ସାଇ ପଡ଼ିଶା ଜାଣି କଣ ସବୁ ଭାବି ଥାଆନ୍ତେ । ଏଠି ମୁଁ ଚଟି ହଜେଇ ଦେଳେବି ଆରାମରେ ନୂଆ ଚଟି କିଣି ବାକୁ ଯାଉଛି। ମୁଁ ମୋର କଲେଜରେ ନପଢି ପାରିବାର , ଜଲ୍ଦି ବାହାହେବାର ପାଇଁ ଯୋଉ ଅଭିମାନ ଥିଲା ତାକୁ ମୋ ମନରୁ ବାହାର କରି ଦେଲି। ଭାବିଲି ଭଗବାନ କିଛି ଭାବି ମୋ ହାତ ସୁଧାଂଶୁଙ୍କ ହାତରେ ଦେଇଛନ୍ତି। ଏତିକି ବେଳେ ଦୋକାନଟା ଆସିଗଲା।।

ଆମେ ଦୁହେଁ ରୀକସାରୁ ଓଲ୍ଲାଇଲୁ। ମୁଁ ଆଗ ଦୋକାନରେ ତର ତର କରି ପଶି ଗଲି। ମୋର ସବୁବେଳେ ତର ତର କାମ। ଅଭୟାସ ଟା ଏବେବି ଛାଡ଼ିନି। ନମ୍ବର ୭ ଜୋତା ବାହାର କରିବାକୁ ସେଲସ ମ୍ୟାନ କୁ କହିଲି। ସୁଧାଂଶୁ ରୀକସା ବାଲାକୁ ପଇସା ଦେଇ ଆସିଲେ। ମୁଁ ମୋର ପସନ୍ଦ ହିସାବରେ ଚଟି କିଣିଲି। Rs ୭ :୯୯। ଠିକ ଫିଟ ହଉଚି କି ନାହିଁ ଜାଣିବା ପାଇଁ ଦୋକାନର ଏପଟୁ ସେପଟ ଯାଏ ଚାଲିଗଲି। ତାପରେ ସୁଧାଂଶୁ ଙ୍କୁ ଅନେଇ ପଚାରିଲି ଠିକ ହୋଇଚିନା। ସିଏ ହସି କହିଲେ ଚଟିତ ତୁ ପିନ୍ଧିବୁ। ମତେ କଣ ପଚାରଉଛୁ। ମୁଁ ଏପର୍ଯ୍ୟନ୍ତ ସବୁବେଳେ ବାପା ବା ଭାଇନାଂକୁ ପଚାରି ଜିନିଷ କିଣୁଥିଲି।

ମନରେ ଭାବିଲି ମୁଁ ବର୍ତ୍ତମାନ ମିସେସ ମିଶ୍ର ହୋଇ ଗଲିଣି । ଛୋଟ ଛୋଟ କଥା ମୁଁ ନିଜେ ଠିକ କରିବି। ସେଇ ଦିନରୁ ମୋର ନିଜ ପାଇଁ ନିଜେ ଭାବିବା ଓ ନିର୍ଣୟ ନେବା ଆରମ୍ଭ ହେଲା। ମୋର ପ୍ରଥମ ଉପ ହାର ଚଟି ହଳେ ଥିଲା କିନ୍ତୁ ପ୍ରକୁତରେ ନିଜ ଜୀବନ ପାଇଁ ନିସ୍ପତି ନେବା ମୁଁ ସେ ଦିନରୁ ଶିଖିଲି .

ଆଜି ଏତିକିରେ ରହିଲି। ପୁଣି ପରେ ଲେଖିବି।

Remembering my Father “Bapa”

No, it is not father’s day but I just thought about my father whom I called as “Bapa” in my mother tongue for his love, guidance and blessings which came to me in disguise. He never told me what to do but showed in action by working hard and helping our extended family when they needed. My father was an orphan who studied under the public lamp post at night and worked to support his adopted widow mother during day time. He made a life for himself and his extended family by working frugally and tactfully. I never saw him wearing a pair of shoes. Yes, he went every where bare foot since it was a warm place where we are from. My friends used to make fun of him being on bare foot which I did not like at all while growing up. When I go to a shoe store I often wished if I could have bought a pair of shoes for him. Generally I pen my stories about people in which I explore my experience and impart stories about their life. Now I know how much my father scarified to make our life better than his life. He brought up his nine children without his wife (he lost my mom when I was very young) and built a nice home for us at Pathuria Sahi, Puri. He also owned land to supplement his income which secured our family financially. I will say that it is not too late for me to admit proudly that “Bapa” thank you for doing everything you did for yr family. I am trying to do the same for my family. A better life for them at USA. This is an important post from me in social media for U all which comes from my ❤️.