ଲେଖକ : ବୁନି ୨ ଦାଶ (ପୂନ୍ୟଶ୍ଲୋକ ଦାଶ) , କଟକ , ଓଡିଶା
ବହୁଦିନୁ କହିଥିଲେ
ଦିବ୍ୟଦ୍ରଷ୍ଟା ଋଷି
“ଅଚାନକେ କଳିକାଳ
ପହଂଚିବ ଆସି
ବେଳ ଥାଉ ଥାଉ ତମେ
ହୁଅ ସାବଧାନ
ବାପ ନାଁ ରହିଥିବ
ବଂଚିଲେ ପ୍ରାଣ
ପୋକମାଛି ପରି ଜନେ
ହେବେ ପରା ନାଶ
ସୁନ୍ଦର ଏ ସୃଷ୍ଟି ହେବ
ସମୁଳେ ବିନାଶ”
କେତେ କେତେ ପଶୁପଷୀ
ହେଲେଣି ବିରଳ
ଶୁଖିଲାଣି ନଦନଦୀ
ଝରଣାର ଜଳ
ହଜିଲାଣି ଅରଣ୍ୟାନୀ
ପ୍ରକୃତି ସମ୍ପଦ
ଡାକିଛି ମାନବଜାତି
ବିଧ୍ବଂସ ବିପଦ
ଚନ୍ଦ୍ରମାରେ ପାଦ ଥାପି
ବୁଝିଲାନି ମନ
ମଂଗଳ ଅଭିମୁଖେ
ରଚେ ଅଭିଯାନ
ଗ୍ୟାନ ବିଗ୍ୟାନର ବଳେ
ହୋଇ ବଳୀୟାନ
ବାରବାର ପ୍ରକୃତିର
କଲା ଅପମାନ
ଏଡିଦେଇ ବସୁମାତା
ଅନ୍ତରର କୋହ
ସ୍ବାର୍ଥ ଲାଗି କଲା ସିଏ
ଘୋର ମାତୃଦ୍ରୋହ
ଅନୀତିର ଶୀର୍ଷସୀମା
ଅତିକ୍ରମ କରି
ନିଜର ପତନ ନିଜେ
ନେଇଛି ସେ ବରି
ଆଜିର ଏ ମହାମାରୀ
ନୁହେଁ ଆଉ କିଛି
କଳିର କରାଳ ପାଦ
ସଂସାର ଗ୍ରାସିଛି
ସ୍ରଷ୍ଟାର ସର୍ଜନାକୁ
କରିବାକୁ ନାଶ
ଧାରିଛି ସେ ଧ୍ବଂସରୁପୀ
କୋରୋନାର ବେଶ
ପ୍ରକୃତିର ମହାମନ୍ତ୍ର
କଲେ ଉଚ୍ଚାରଣ
ଫେରିବ ଏ ଜଡ ପିଣ୍ଡେ
ପିତୃଦତ୍ତ ପ୍ରାଣ
ସତ୍ୟ ଶିବ ସୁନ୍ଦରର
କରି ଆବାହନ
ବିପଦ ମୁକ୍ତ ହେବ
ମାନବ ଜୀବନ
ଚୀନ୍ ଦେଶେ ବରଷିଲା
ଦି ଚାରି ଅସରା
ଇଟାଲୀରେ ବର୍ଷୁଛି
ତା ମୁଷଳ ଧାରା
ଭାରତରେ ଲାଗୁଛି ସେ
କୁଣ୍ଡାଝଡା ପରି
ବୁଲନ୍ତି ଜନତା ଏଠି
ଭୟ ପରିହରି
ବେଳହୁଁ ନହେବା ଯଦି
ଆମେ ସାବଧାନ
ଅଚାନକ ବର୍ଷାରେ
ହଜିବ ଜୀବନ
ଆଶ୍ରା ପାଇଁ ମିଳିବନି
ଜମା ଥଳକୁଳ
ଧାଇଁବାକୁ ନଥିବ ବି
ଦେହେ ଟିକେ ବଳ